www.samajalive.in
Thursday, December 11, 2025
15.1 C
Bhubaneswar

ଭାରତରେ ବଢ଼ୁଛି ଦୁର୍ନୀତି: ୮୦ତମ ସ୍ଥାନରୁ ଖସି ପହଞ୍ଚିଲା ୮୬ରେ

ନୂଆଦିଲ୍ଲୀ:  ଦୁର୍ନୀତି ମାମଲାରେ ସାରାବିଶ୍ବରେ  ଭାରତର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଯଦି  ଦୁର୍ନୀତି ପ୍ରସଙ୍ଗରେ ଭାରତ ସହ ପାକିସ୍ତାନ ଓ ଚୀନକୁ ତୁଳନା କରାଯାଏ ତେବେ ପାକିସ୍ତାନରେ ଭାରତ ଅପେକ୍ଷା ଅଧିକ ଦୁର୍ନୀତି ହେଉଛି ଓ ଚୀନରେ ଭାରତ ତୁଳନାରେ କମ ଦୁର୍ନୀତି ହେଉଛି ବୋଲି କୁହାଯାଇଛି । ଟ୍ରାନ୍ସପରେନ୍ସି ଇଣ୍ଟରନେସନାଲର ସଦ୍ୟତମ ରିପୋର୍ଟରେ ପ୍ରକାଶିତ ହୋଇଛି ଏହି ତଥ୍ୟ । ଏହି ସର୍ଭେ ଅନୁସାରେ ଦୁର୍ନୀତି ନିରାକରଣ ବା ଶୂନ୍ୟ ଦୁର୍ନୀତି କ୍ଷେତ୍ରରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଡ଼େନମାର୍କ ଦ୍ବିତୀୟ ସ୍ଥାନରେ ରହିଛି ।

- Advertisement -

୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୮୬
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ୍ ରିପୋର୍ଟ ଅନୁସାରେ ସାରା ବିଶ୍ବର ୧୮୦ ଦେଶ ମଧ୍ୟରେ ଦୁର୍ନୀତି ମାମଲାରେ ଭାରତ ରହିଛି ୮୬ତମ ସ୍ଥାନରେ । ୨୦୧୯ରେ ଭାରତ ୮୦ତମ ସ୍ଥାନରେ ଥିବାବେଳେ ୨୦୨୦ରେ ଭାରତ ୬ ପାଦ ପଛକୁ ହଟିଛି ଏବଂ ୮୬ତମ ସ୍ଥାନ ପାଇଛି । ଏହି ରିପୋର୍ଟ ପ୍ରସ୍ତୁତ ପାଇଁ ସାର୍ବଜନୀନ କ୍ଷେତ୍ର ଏବଂ ବ୍ୟବସାୟରେ ଜଡ଼ିତ ଲୋକଙ୍କ ମତାମତ ନିଆଯାଇଥିଲା। ଏଥିପାଇଁ ୦-୧୦୦ ସ୍କେଲରେ ରାଙ୍କିଂ କରାଯାଇଥିଲା | ଯେଉଁ ଦେଶରେ ସର୍ବାଧିକ ଦୁର୍ନୀତି ଥିଲା ସେଠାରେ ଶୂନ (୦) ପଏଣ୍ଟ ଦିଆଯାଉଥିବାବେଳେ ସ୍ୱଚ୍ଛ ଦେଶକୁ ୧୦୦ ପଏଣ୍ଟ ଦିଆଯାଉଥିଲା। ଏହି ରାଙ୍କିଂ ଅନୁସାରେ ଭାରତ ୪୦ ନମ୍ବର ପାଇଛି ।

୧୨୪ତମ ସ୍ଥାନରେ ପାକିସ୍ତାନ, ୭୮ତମ ସ୍ଥାନରେ ଚୀନ, ୬୭ରେ ଆମେରିକା-

ଦୁର୍ନୀତି ମାମଲାରେ ପାକିସ୍ତାନ ଅବସ୍ଥା ଅତ୍ୟନ୍ତ ଖରାପ । ସାରା ବିଶ୍ବରେ ପାକିସ୍ତାନକୁ ୧୨୪ ତମ ସ୍ଥାନର ମାନ୍ୟତା ମିଳିଛି । ସେହିପରି ଚୀନ୭୮ତମ ସ୍ଥାନରେ ଥିବାବେଳେ ନେପାଳ ୧୧୭, ବାଂଲାଦେଶ ୧୪୬ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକାରେ ମଧ୍ୟ ଦୁର୍ନୀତି ବଢ଼ିଛି । ଦୁର୍ନୀତି ଦୃଷ୍ଟିରୁ ଆମେରିକାର ସ୍ଥାନ ବିଶ୍ବରେ ୬୭ ।

ନ୍ୟୁଜିଲ୍ୟାଣ୍ଡ ଏବଂ ଡେନମାର୍କରେ ସର୍ବନିମ୍ନ ଦୁର୍ନୀତି- 
କରୋନା ଅବଧିରେ, ନ୍ୟୁଜିଲ୍ୟାଣ୍ଡ ଏହାର ଉଦ୍ୟମ ଯୋଗୁଁ ବିଶ୍ୱରେ ଅନେକ ପ୍ରଶଂସା ଲାଭ କରିଥିଲା ​​| ଏହି ଦେଶ ୮୮ ପଏଣ୍ଟ ସହ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟରେ ଏକ ନମ୍ବର ସ୍ଥାନରେ ଥିବାବେଳେ ଡେନମାର୍କ ମଧ୍ୟ୮୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଫିନଲାଣ୍ଡ ରହିଛି ତୃତୀୟ ସ୍ତାନରେ ଓ ଏହି ଦେଶକୁ ୮୫ ପଏଣ୍ଟ ମିଳିଛି ।

ଦକ୍ଷିଣ ସୁଦାନ ଏବଂ ସୋମାଲିଆ ସବୁଠାରୁ ଦୁର୍ନୀତିଗ୍ରସ୍ତ –
ରିପୋର୍ଟ ଅନୁସାରେ  ଦକ୍ଷିଣ ସୁଦାନ ଏବଂ ସୋମାଲିଆ ଦୁନିଆର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ। ଦକ୍ଷିଣ ସୁଦାନ ମାତ୍ର ୧୨ ପଏଣ୍ଟ ପାଇଥିବାବେଳେ ସୋମାଲିଆ ମଧ୍ୟ ୧୨ ପଏଣ୍ଟ ପାଇଛି | ଉଭୟ ଦେଶ ୧୭୯ ତମ ସ୍ଥାନରେ ଅଛନ୍ତି ।

ବିଶ୍ବର ସବୁଠୁ ଦୁର୍ନୀତିମୁକ୍ତ ଦେଶ ତାଲିକା

1-ନ୍ୟୁଜିଲ୍ୟାଣ୍ଡ
2-ଡେନମାର୍କ
3-ଫିନଲ୍ୟାଣ୍ଡ
4-ସ୍ୱିଜରଲ୍ୟାଣ୍ଡ
5-ସିଙ୍ଗାପୁର
6-ସ୍ୱିଡେନ
7-ନରୱେଜ୍
8-ନେଦରଲ୍ୟାଣ୍ଡ
9-ଲକ୍ସେମବର୍ଗ
10-ଜର୍ମାନ

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories