www.samajalive.in
Friday, December 5, 2025
27.1 C
Bhubaneswar

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଳାରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଡା. ବି. ହେମ୍ବ୍ରମ ପାୱାର ପଏଣ୍ଟ୍‍ ଜରିଆରେ ଜିଲ୍ଳାରେ ଚାଲିଥିବା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସାଧାରଣଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଯକ୍ଷ୍ମା ରୋଗକୁ ଲୁଚାଉଥିବାବେଳେ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ ଶେଷ ମୁହୁର୍ତ୍ତରେ ଚିକିତ୍ସାଳୟ ଆସୁଥିବାରୁ ଉପଯୁକ୍ତ ଚିକିତ୍ସାରୁ ବଂଚିତ ହେଉଥିବା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଜିଲ୍ଲାର ଆଡେଣୀଗଡ, ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ମନମୁଣ୍ଡା ଓ କଂଟାମାଳ ଚିକିତ୍ସାଳୟରେ ଯକ୍ଷ୍ମାରୋଗର ପରୀକ୍ଷା ପାଇଁ ସମସ୍ତ ସୁବିଧା କରାଯାଇଥିବାବେଳେ ଆଶାକର୍ମୀମାନଙ୍କ ଦ୍ୱାରା ଘର ଘର ସର୍ଭେ କରାଯାଇ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ ଓ ଚିକିତ୍ସାସେବା ଯୋଗାଇଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଜିଲ୍ଲାରେ ୨୭୯ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟରୁ ଆଡେଣୀଗଡ ଚିକିତ୍ସାଳୟ ଅଧିନରେ ୧୦୧ ଜଣ, ବୌଦ୍ଧ ଚିକିତ୍ସାଳୟ ଅଧିନରେ ୯୩ ଜଣ ଓ ମନମୁଣ୍ଡା ଚିକିତ୍ସାଳୟ ଅଧିନରେ ୯୩ ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି।

ପ୍ରତି ରବିବାର ଦିନ ଆଶାକର୍ମୀମାନେ ଘର ଘର ବୁଲି ସର୍ଭେ କରିବା ସହ ଯକ୍ଷ୍ମା ରୋଗୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଓ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବାକୁ ସଚେତନତା ସୃଷ୍ଟି କରାଯିବାକୁ ସ୍ଥିର କରାଯାଇଥିବା ବେଳେ ଯକ୍ଷ୍ମା ମୁକ୍ତ ପଂଚାୟତ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯକ୍ଷ୍ମା ଚିହ୍ନଟ ରୋଗୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ମାଗଣା ଚିକିତ୍ସା ସହିତ ଛଅମାସ ପର୍ଯ୍ୟନ୍ତ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାପାଇଁ ମାସିକ ୫ ଶହ ଟଙ୍କା ସହାୟତା ଯୋଗାଇଦିଆଯାଇଛି। ଏହି ବାବଦକୁ ୨୦୨୦-୨୧ ଆର୍ଥିକବର୍ଷରେ ୫୬୯୦୦୦ ଟଙ୍କାର ସହାୟତା ଯୋଗାଇଦିଆଯାଇଛି। ଜିଲ୍ଳାରେ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ୪୬ ଜଣ ଏଡସ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧିନ ଥିବାବେଳେ ସେମାନଙ୍କ ମଧ୍ୟ ୬ ଜଣ ଶିଶୁ ସଂକ୍ରମଣର ଶିକାର ହୋଇଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ତେବେ ଯକ୍ଷ୍ମା ଓ ଏଡସ ରୋଗ ସଂପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହିତ ଉପଯୁକ୍ତ ଜିକିତ୍ସା ସେବା ଯୋଗାଇଦେବାକୁ ଜିଲ୍ଳାପାଳ ଶ୍ରୀମିଶ୍ର ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ହରଭଙ୍ଗା ବ୍ଳକର ପୁରୁଣାକଟକରେ ସ୍ୱାସ୍ଥ୍ୟସେବାର ଭିତିଭୂମି ବୃଦ୍ଧି ସକାଶେ ନୂତନ ଚିକିତ୍ସାଳୟ କୋଠା ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ତୁରନ୍ତ ଚିହ୍ନଟ କରିବାକୁ ଜିଲ୍ଳାପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ସମେତ ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ଓ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories