www.samajalive.in
Monday, December 8, 2025
13.1 C
Bhubaneswar

ମହାନଦୀ ଗଭୀର ଜଳରାଶିରେ ପ୍ରଶିକ୍ଷଣ ନେଲେ ଉତ୍ତର ପ୍ରଦେଶ ଏସ୍‌ଡିଆର୍‌ଏଫ୍‌ ଅଧିକାରୀ

କଟକ: ତୁଳସୀପୁର ହାଇସ୍କୁଲ୍ ନିକଟସ୍ଥ ମହାନଦୀ କୂଳରେ କଳିଙ୍ଗ ଡାଇଭରସ୍ ପକ୍ଷରୁ ଚାଲିଥିବା ୩୦ଦିନିଆ ସନ୍ତରଣ ପ୍ରଶିକ୍ଷଣ ଶିବିରର ଉଦଯାପିତ ହେଇଯାଇଛି । ଏଥିରେ ଉତ୍ତର ପ୍ରଦେଶର ଏସ୍‌ଡିଆର୍ଏଫ୍ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫୋର୍ସ)୩୦ ଜଣ ଅଧିକାରୀଙ୍କୁ ଗଭୀର ଜଳରେ ସନ୍ତରଣ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଓଡ଼ିଆ ସନ୍ତରଣକାରୀ ସବୀର ବକ୍ସ୍ ଙ୍କର ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଚାଲିଥିଲା। ଏହି ପ୍ରଶିକ୍ଷଣରେ ଏକ୍ସ ନେଭି ମାର୍କୋସ୍ କମାଣ୍ଡର୍ ପୀତବାସ ସାସ୍‌ମଲ୍ ପ୍ରଶିକ୍ଷଣ ଦେଇଥିଲେ। ବିପରୀତ ପରିସ୍ଥିତିରେ କିଭଳି ଜଳରୁ ଲୋକଙ୍କୁ ଉଦ୍ଧାର କରାଯିବ ସେହି ସେମାନେ ଏସ୍‌ଡିଆର୍‌ଏଫ୍‌ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ।


ଉଦଯାପନୀ ଅବସରରେ ଅଫିସର୍ ମାନଙ୍କ ଶାରୀରିକ ଦକ୍ଷତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଯୋଗ ସଂଘ, କଟକ ଶାଖା ତରଫରୁ ଏକ ଘଣ୍ଟାର ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା । ଓଡ଼ିଶା ଯୋଗ ସଂଘର ସମ୍ପାଦକ ଆଦିତ୍ୟ କୁମାର ଜେନା, ଜିଲା ସଭାପତି ସସ୍ମିତା ରାଏ, ସମ୍ପାଦକ ଗିରିଜା ଶଙ୍କର ଶତପଥୀ, ସହ ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିବେଦିତା ରଥ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିଲେ। ଏଥିରେ କୁନି ପ୍ରତିଭା ପ୍ରଜ୍ଞାପ୍ରଭା ସାହୁ ଯୋଗର ଆଡଭାନ୍ସ୍ ପୋଷ୍ଟର୍ ପ୍ରଦର୍ଶନ କରିଥିଲେ । ଓଡ଼ିଶା ଯୋଗ ଆସୋସିଏସନ୍ ତରଫରୁ ଯୋଗ ପ୍ରଶିକ୍ଷଣ ଦିଆ ଯାଇଥିଲା। ଯୋଗ ପ୍ରଶିକ୍ଷକ ଆଦିତ୍ୟ କୁମାର୍ ଜେନା ଅତ୍ୟାବଶ୍ୟକୀୟ ପ୍ରାଣାୟାମର ଅଭ୍ୟାସ କରେଇଥିଲେ। ଏହି ପ୍ରଶିକ୍ଷଣ ଶିବିର ଡିସେମ୍ବର ୨୧ରୁ ଜାନୁଆରୀ ୨୧ ପର୍ଯ୍ୟନ୍ତ ଚାଲିଥିଲା। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ସିଏମ୍‌ସି କମିଶନର୍ ଅନନ୍ୟା ଦାସ୍ ଉତ୍ତରପ୍ରଦେଶ ପୁଲିସର ସମସ୍ତ କୁଶଳୀ ପ୍ରତିଭାଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ସମାଜର ସମସ୍ତ କ୍ଷେତ୍ରରେ ଯୋଗର ଆବଶ୍ୟକତା କିଭଳି ରହିଛି ତାହା ଆଲୋଚନା କରିଥିଲେ। ବିଶିଷ୍ଟ ସନ୍ତରଣକାରୀ ସବିର୍ ବକ୍ସ୍ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories