www.samajalive.in
Monday, December 8, 2025
27.1 C
Bhubaneswar

ସାଧୁଚରଣ ପଟ୍ଟନାୟକଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ୱର /ବ୍ରହ୍ମପୁର: ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ସୋମବାର ଅପରାହ୍ଣରେ ବ୍ରହ୍ମପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସଂପୃକ୍ତ ବିଦ୍ୟାଳୟ ଓ ଡାକ ବିଭାଗର ମିଳିତ ଆନୁକୂଲ୍ୟରେ ଏଠାରେ ଆୟୋଜିତ ଏକ ଉତ୍ସବରେ ଓଡିଶା ଡାକ ପରିମଣ୍ଡଳ, ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡାକ ମୁଖ୍ୟାଳୟର ତତ୍ୱାବଧାରକ ତାରିଣୀ ଚରଣ ପାଢୀ ଯୋଗଦେଇଥିବା ବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ଆଶିଷ କୁମାର ପାଠୀ, ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ପଣ୍ଡା, ବିଦ୍ୟାଳୟର ସେକ୍ରେଟାରୀ ଲଲାଟେନ୍ଦୁ ସାମନ୍ତ, ସାଉଥ୍ ଓଡିଶା ଫିଲାଟେଲିକ୍ ଆସୋସିଏସନର ସଭାପତି ଡ.ପ୍ରାଣଚାନ୍ଦ ପଣ୍ଡା ଓ ଅବସରପ୍ରାପ୍ତ ଭିଜିଲାନ୍ସ ମୁଖ୍ୟ(ଟେଲିକମ) ପ୍ରଭାତ ଚନ୍ଦ୍ର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଆସାମ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ସୁରେନ୍ଦ୍ରନାଥ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

 

- Advertisement -

ଅନ୍ତର୍ଜାତୀୟ ଫିଲାଟେଲିଷ୍ଟ ବିଜୟ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ଏହି ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କାର୍ଯ୍ୟ ସଂପାଦିତ ହୋଇଥିଲା। ଫିଲାଟେଲିଷ୍ଟ କାଶୀନାଥ ସାହୁ ଓ ମାନସ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗିରଥୀ ମହାପାତ୍ର ଓ ବିକାଶ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ସ୍ୱର୍ଗତ ସାଧୁଚରଣ ପଟ୍ଟନାୟକ ଜଣେ ଯୋଗୀ ପ୍ରତୀମ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବେ ସୁପରିଚିତ ଥିଲେ। ଶ୍ରୀମା-ଶ୍ରୀଅରବିନ୍ଦଙ୍କ ମହାନ୍ ଆଦର୍ଶ, ବାଣୀ ଓ ଚିନ୍ତାଧାରାର ପ୍ରଚାର ପ୍ରସାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଅଯୋଧ୍ୟା ଓ ବ୍ର୍ରହ୍ମପୁରଠାରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ସ୍ମୃତିଚିହ୍ନ କେନ୍ଦ୍ର (ଜରକ୍ଷସମ ଉରଦ୍ଭଗ୍ଧକ୍ସର) ସ୍ଥାପନ କରିବା ସହିତ ଏହି ସମୟ ମଧ୍ୟରେ ସେ ଆଶ୍ରମର ନିର୍ଦ୍ଦେଶନାରେ ‘ମାତୃମନ୍ଦିର’, ଅରୋଭିଲ ଠାରେ ତାଙ୍କର ଇଂଜିନିୟରିଂ ଜ୍ଞାନକୌଶଳର ଶ୍ରମ ପ୍ରଦାନ କରିଥିଲେ। ମାତ୍ର ୧୬ ବର୍ଷ ବୟସରୁ ଡାକ ଟିକଟ ସଂଗ୍ରହରେ ରୁଚି ରଖି ସେ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି ଜଣେ ୮୦ ବର୍ଷର ଡାକ ଟିକଟ ସଂଗ୍ରାହକ ଭାବେ ପରିଚିତ ଥିବା ସହ ପଣ୍ଡିଚେରୀ ଆଶ୍ରମ ସ୍ଥିତ ଡାକ ଟିକଟ ବିଭାଗ ସହିତ ଜଡିତ ଥିଲେ। ସେ ଶ୍ରୀମା-ଶ୍ରୀଅରବିନ୍ଦଙ୍କ ଆଦର୍ଶବାଦକୁ ଆଧାର କରି ଏକାଧିକ ପୁସ୍ତକ ମଧ୍ୟ ରଚନା କରିଥିଲେ । ତାଙ୍କର ୪ ଅକ୍ଟୋବର ୨୦୨୦ରେ ପରଲୋକ ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ସଦର ମହକୁମା ମୂଳ ନିବାସୀ ଏହି ବହୁମୁଖୀ ପ୍ରତିଭାଧରଙ୍କ ମହନୀୟ କୃତି ଓ ସ୍ମୃତିକୁ ପାଥେୟ କରି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ଗୋଷାଣି ନୂଆଗାଁ ତରଫରୁ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ ଏହି ସ୍ୱତନ୍ତ୍ର ଲଫାପା ପ୍ରକାଶିତ ହୋଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ। କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories