www.samajalive.in
Monday, December 8, 2025
13.1 C
Bhubaneswar

ମୁଣ୍ଡରେ ବାଇକ୍‌ ରଖି ବସ୍ ଛାତ ଉପରକୁ ଉଠାଇଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ମୁଣ୍ଡରେ ବାଇକ୍‌କୁ ବୋହି ବସ୍‌ ଛାତ ଉପରକୁ ଉଠାଇଲେ ଯୁବକ। ଏପରି ଏକ ଦୃଶ୍ୟ ଥିବା ଗୋଟିଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେହି କେହି ଉକ୍ତ ଯୁବକଙ୍କୁ ଶକ୍ତିଶାଳୀ ଦର୍ଶାଇ ‘ବାହୁବଳୀ’ର ଆଖ୍ୟା ଦେଉଛନ୍ତି ତ ଆଉ କେହି ଏହାକୁ ଗରିବର ଅସହାୟତା ବୋଲି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଡାକ୍ତର ଅଜୟିତା ନାମ୍ନୀ ଜଣେ ମହିଳା ନିଜ ଟ୍ବିଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ମାତ୍ର ୯ ସେକେଣ୍ଡର ଏହି ଭିଡିଓରେ ଜଣେ ଯୁବକ ମୁଣ୍ଡରେ ଏକ R-15 ବାଇକ୍‌କୁ ରଖି ଶିଡ଼ିରେ ବସ ଛାତକୁ ଉଠୁଛନ୍ତି। କୌଣସି ଜଣେ ବ୍ୟକ୍ତିଙ୍କର ଉକ୍ତ ବାଇକ୍‌କୁ ବସ୍‌ ଛାତ ଉପରେ ଲଦିବାକୁ ଯୁବକ ଏପରି କରୁଥିବା ଦେଖାଯାଇଛି।

- Advertisement -

ଭିଡିଓଟି ପୋଷ୍ଟ କରିଥିବା ମହିଳା ଏହାର କ୍ୟାପଶନ ଦେଇଛନ୍ତି ‘ଭାରତ ସମ୍ପୂର୍ଣ୍ଣ ଅତୁଳନୀୟ’।  ଭିଡିଓ ପୋଷ୍ଟ କରାଯିବା ପରେ ତାହା ଦ୍ରୁତ ବେଗରେ ଭାଇରାଲ ହୋଇଯାଇଥିଲା। ୪ ଦିନ ଭିତରେ ୨ ଲକ୍ଷ ୭୦ ହଜାରରୁ ଅଧିକ ଭ୍ୟୁୟର୍ସ ଏହାକୁ ଦେଖିସାରିଛନ୍ତି।


ଭିଡିଓକୁ ଦେଖିବା ପରେ ଅନେକ ବ୍ୟକ୍ତି ଯୁବକଙ୍କ ଶକ୍ତିକୁ ପ୍ରଶଂସା କରିଛନ୍ତି। କେହି ଉକ୍ତ ଯୁବକଙ୍କୁ ‘ବାହୁବଳୀ’ ତ ଆଉ କେହି ‘ଶକ୍ତିମାନ’ ଆଖ୍ୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କ କଲେଜ ପଢ଼ା ସମୟରେ ଏଭଳି ବାଇକ୍‌କୁ ମୁଣ୍ଡରେ ଉଠାଇ ପାରୁଥିଲେ ବୋଲି ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ବହୁତ ଲୋକ ଏହାକୁ ନାପସନ୍ଦ ବି କରିଛନ୍ତି। ଜଣେ ବ୍ୟକ୍ତି କମେଣ୍ଟ୍‌ସରେ ଲେଖିଛନ୍ତି, ଖାଲି ପେଟ ବେଳେବେଳେ ଏଭଳି କାରନାମା କରାଇଥାଏ। ଗରିବୀ ଯୋଗୁ ବଞ୍ଚିବା ପାଇଁ ଏଭଳି ବିପଜ୍ଜନକ କାର୍ଯ୍ୟ କରିବାକୁ ପଡ଼ୁଛି। ଅନ୍ୟଜଣେ ଲେଖିଛନ୍ତି, ଏହା ନିରାଶା ଏବଂ ଗରିବୀର ପ୍ରତୀକ। ଆଉ ଜଣେ ବ୍ୟକ୍ତି କମେଣ୍ଟ୍‌ସରେ ଲେଖିଛନ୍ତି, ‘ବଞ୍ଚିବା ଲାଗି ଜଣେ ଗରିବ ବ୍ୟକ୍ତି ଏଭଳି ବିପଜ୍ଜନକ କାର୍ଯ୍ୟ କରିବା ଅତ୍ୟନ୍ତ ଲଜ୍ଜାଜନକ। ଯେଉଁ ବ୍ୟକ୍ତି ଏଭଳି କରାଉଛନ୍ତି ତାଙ୍କ ମୁହଁରେ ଟିକେ ଲାଜ ଥିବା ଦରକାର। ଏହା ବନ୍ଦ କରି ସେହି ଗରିବ ଯୁବକକୁ କ୍ଷତିପୂରଣ ଦିଅ।’

ତେବେ ଏଭଳି ଭିଡିଓ କିଛି ନୂଆ ନୁହେଁ। ଗତବର୍ଷ ମଧ୍ୟ ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ଉପରେ ଲୋକେ ମିଶ୍ରିତ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories