www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲା ପ୍ରଥମ ଆଇପିଏସ୍ ଯୋହନ ନାୟକଙ୍କୁ ଜନ୍ମମାଟିରେ ଗଭୀର ଶ୍ରଦ୍ଧାଞ୍ଜଳି

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲାର ପ୍ରଥମ ଆଇପିଏସ ସ୍ବର୍ଗତ ଯୋହନ ନାୟକ (୭୮)ଙ୍କୁ ତାଙ୍କ ନିଜ ଜନ୍ମମାଟି ପେଟାପାଙ୍ଗା ପଞ୍ଚାୟତ ସ୍ଥିତ ଲୋହରଙ୍ଗିଆ ଗ୍ରାମରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ ନାୟକଙ୍କ ସହପାଠୀ ନବୀନ ଚନ୍ଦ୍ର ନାୟକ, ମାରିଆନ ନାୟକ, ଜି.ସି ନାୟକ ରେଭେରେଣ୍ଡ ସୁଧାନସୁନାୟକ ଓ ବିସପ ବାଞ୍ଛାନିଧି ନାୟକ ମଞ୍ଚାସୀନ ଥିବାବେଳେ ସମାଜ ସେବୀ ପାଉଲ୍ ପ୍ରଧାନ, ଏଲ୍.ବୁଲିଅନ୍, ରାମବିସି ଦିଗାଲ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସଞ୍ଜୟ ହାୱଡା, ଅବସରପ୍ରାପ୍ତ ଆୟକର ଡେପୁଟି କମିଶନର ମିହିର ଚାନ୍ଦ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଲୋହରଙ୍ଗିଆ ଗ୍ରାମରୁ ନିଜର ପ୍ରାଥମିକ ଶିକ୍ଷା ଲାଭ କରି, ସେଠାରୁ ରାଇକିଆ ପରେ ସୋରଡା ପରେ କଟକରେ ଉଚ୍ଚ ଶିକ୍ଷା ଶେଷ କରି ୧୯୬୫ ରେ ଓଡିଶା କ୍ୟାଡର ଆଇପିଏସ ଭାବେ କାର୍ଯ୍ୟଭାର ଗ୍ରହଣ କରି ନିଜର ସରଳ,ଅମାୟିକ, ଆତ୍ମ ବିଶ୍ୱାସ ଯୋଗୁଁ (ଡି.ଜି) ପର୍ୟ୍ୟନ୍ତ ପହଞ୍ଚିଥିଲେ। ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ସର୍ବଦା ନିଜ ଅଞ୍ଚଳର ବିକାଶ କଥା ଚିନ୍ତା କରୁଥିଲେ,ସେ ଅଞ୍ଚଳ ପାଇଁ କରିଯାଇଥିବା କାର୍ଯ୍ୟ ଅବିସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବରୁ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ବର୍ଗତ ନାୟକଙ୍କ ଧର୍ମପତ୍ନୀ, ପୁଅ ବୋହୂ, ଝିଅ ଯୋଇଁ, ନାତି,ନାତୁଣୀ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାକୁ ରଞ୍ଜିତ କୁମାର ନାୟକ ପରିଚାଳନା କରିଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories