www.samajalive.in
Friday, December 5, 2025
27.1 C
Bhubaneswar

ମହିଳା ଓ ପୁରୁଷଙ୍କ ମଧ୍ୟରେ ରହିଥିବା ବୈଷମ୍ୟ ଦୂର କରିବା ଶିକ୍ଷାର ଲକ୍ଷ୍ୟ ହେଉ

ଭୁବନେଶ୍ୱର: କିଟ୍‍ ଓ କିସ୍‍ର ଅନନ୍ୟ ପ୍ର୍ରୟାସ ‘କନ୍ୟା କିରଣ’ ପକ୍ଷରୁ ରବିବାର ରାଜ୍ୟର ୩୦ ଜିଲା ସଦର ମହକୁମା ସମେତ ୩୪ଟି ସ୍ଥାନରେ ‘ରାଷ୍ଟ୍ରୀୟ କନ୍ୟା କିରଣ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ‘କନ୍ୟା କିରଣ’ ର ଚଳିତବର୍ଷର ବିଷୟବସ୍ତୁ ‘ମୁଁ ପଢ଼ିବି-ମୁଁ ବଢ଼ିବି’ ଉପରେ ଭୁବନେଶ୍ୱରରେ ଏକ ଭର୍ଚୁଆଲ୍‍ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ‘ପ୍ରଜ୍ୱାଳା’ର ପ୍ରତିଷ୍ଠାତା ଡ. ସୁନୀତା କ୍ରିଷ୍ଣନ୍‍, ‘ସମ୍ପର୍କ’ର ମୁଖ୍ୟ ତଥା ଆଇଆଇଏମ୍‍ ଅହମ୍ମଦାବାଦର ସହାୟକ ପ୍ରଫେସର ଡ. ସ୍ମିତା ପ୍ରେମଚନ୍ଦର ଏବଂ ବିଶିଷ୍ଟ ଡେଭେଲପ୍‍ମେଣ୍ଟ ପ୍ରଫେସନାଲ୍‍ ସୂର୍ଯ୍ୟମଣି ରାଉଳ ଓ ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାନ ସମାଜ ଗଠନ କରିବା ଉପରେ ଆଲୋକପାତ କରିଥିଲେ।


ଡ. କ୍ରିଷ୍ଣନ୍‍ ତାଙ୍କ ବକ୍ତବ୍ୟରେ ଶିକ୍ଷା ମାଧ୍ୟମରେ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏକ ସମାନ ସମାଜ ସୃଷ୍ଟି କରାଯାଇପାରିବ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱପ୍ନକୁ ସାକାର କରିପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ। ଡ. ପ୍ରେମ୍‍ଚନ୍ଦର କହିଲେ, ପୁରୁଷ କୈନ୍ଦ୍ରୀକ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯେଉଁ ବୈଷମ୍ୟ ରହିଛି ତାହାକୁ ଭାଙ୍ଗିବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ। ସଶକ୍ତିକରଣର ଅସ୍ତ୍ର ଭାବେ ଶିକ୍ଷା ଦକ୍ଷତା ବିକାଶ ଏବଂ ଦକ୍ଷତା କୌଶଳ ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି ସେ କହିଥିଲେ। ଶ୍ରୀ ରାଉଳ କହିଥିଲେ ଯେ ଶିକ୍ଷା ବିଶେଷ କରି ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି। ଜ୍ଞାନ, ଦକ୍ଷତା, ମନୋବୃତ୍ତି ମଧ୍ୟରେ ସମନ୍ୱୟ ଆଣିବା ପାଇଁ ନୀତି ନିର୍ଦ୍ଧାରଣରେ କାର୍ଯ୍ୟ ଭିତ୍ତିକ ଗବେଷଣା ଓ ନୀତି ଭିତ୍ତିକ ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

- Advertisement -


ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‍, କିସ୍‍ ଓ କନ୍ୟାକିରଣର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ ଶିକ୍ଷା ମାଧ୍ୟମରେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ ଓ ପ୍ରୋତ୍ସାହିତ କରିବା ତଥା ମହିଳାଙ୍କ ସୁରକ୍ଷା ଦିଗରେ ‘କନ୍ୟା କିରଣ’ ହେଉଛି କିଟ୍‍ ଓ କିସ୍‍ର ଏକ ଅନନ୍ୟ ପ୍ରୟାସ। ଶିକ୍ଷା ବିନା କନ୍ୟା ସନ୍ତାନ ଓ ମହିଳାମାନଙ୍କ ସଶକ୍ତିକରଣ ଓ ସୁରକ୍ଷା କଥା ଚିନ୍ତା କରାଯାଇ ନ ପାରେ। ତେଣୁ ଶିକ୍ଷା ହେଉଛି ଶିଶୁମାନଙ୍କ ତୃତୀୟ ନୟନ ବୋଲି ଶ୍ରୀ ସାମନ୍ତ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଏବଂ କିସ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପି.କେ. ରାଉତରାୟ ପ୍ରମୁଖ ଯୋଗଦେଇ ସଶକ୍ତ ସମାଜ ଗଠନ ନିମନ୍ତେ ମହିଳା ଓ କନ୍ୟା ସନ୍ତାନଙ୍କ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଅଭିଲିପ୍‍ସା ଭୋଳ, ସୁଶ୍ରୀ ଦିବ୍ୟଦର୍ଶିନୀ, ଯଶୋଦା ପାଣ୍ଡେ ଓ ସରିତା କୋଲାକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରତ୍ୟେକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲାରେ ୨୦୨୦ ଶିକ୍ଷାବର୍ଷରେ ମାଟ୍ରିକ୍‍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଓ ସଫଳ କନ୍ୟା ସନ୍ତାନଙ୍କୁ ସମ୍ବର୍ଦ୍ଧିନା ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories