ମୁମ୍ବଇ : କକର୍ଟରେ ଆକ୍ରାନ୍ତ ବଲିଉଡ଼ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଚିକିତ୍ସା ପାଇଁ ବର୍ତ୍ତମାନ ଆମେରିକାର ନ୍ୟୁୟର୍କରେ ଥିବାବେଳେ ରବିବାର ତାଙ୍କର ଏକ ନୂଆ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ଫଟୋରେ ସୋନାଲି ଲଣ୍ଡା ହୋଇଥିବା ଦେଖିବାକୁ ମିଳୁଛି। ରବିବାର ସକାଳେ ସୋନାଲି ସାମାଜିକ ଗଣମାଧ୍ୟମରେ ନିଜର ଏହି ଫଟୋ ଅପଲୋଡ କରିଥିଲେ। ଅଭିନେତ୍ରୀ ସୋନାଲୀ ଏଥିରେ ଲଣ୍ଡିତ ସୁନ୍ଦରୀ (ବ୍ଲାଡ ବିୟୁଟିଫୁଲ) ଲେଖିଛନ୍ତି।
ପ୍ରକାଶ ଯେ ଅଭିନେତ୍ରୀ ସେ।।ନାଲି ବେନ୍ଦ୍ରେ ଜୁଲାଇ ୪ ତାରିଖରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାନସରରେ ପୀଡିତ ଥିବା କଥା ପ୍ରଘଟ କରିଥିଲେ। ଏହି ଖବର ସମଗ୍ର ବଲିଉଡ ସହ ସୋନାଲିଙ୍କ ପ୍ରଶଂସକଙ୍କୁ ଚକିତ୍ କରିଦେଇଥିଲା। ଏହାପରେ ବଲିଉଡର ବହୁ କଳାକାର ସୋନାଲିଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ନ୍ୟୁୟର୍କ ଯାଇଥିଲେ।
ଲଣ୍ଡା ହେଲେ ସୋନାଲି
Popular Categories



