www.samajalive.in
Monday, December 8, 2025
13.1 C
Bhubaneswar

ଆଉ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ : ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୪  ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରକୁ ଆଧାର କରି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଆଜି  ୨୪ ଟି ଜିଲ୍ଲା ଏବଂ ଷ୍ଟେଟ୍‍ପୁଲ୍‍ରୁ ଏହି ନୂଆ ଆକ୍ରନ୍ତ  ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରୁ  ସର୍ବାଧିକ ୩୦ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି।
ସେହିପରି ଅନୁଗୁଳ ଜିଲ୍ଲାରୁ ୮ ଜଣ,ବାଲେଶ୍ୱରରୁ ୧୨,ବରଗଡ଼ରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭଦ୍ରକ, ବୌଦ୍ଧ, ନବରଙ୍ଗପୁର, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଁଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ବଲାଙ୍ଗୀରରୁ ୩, କଟକରୁ ୫, ଗଜପତି, ରାୟଗଡା ଓ କୋରାପୁଟରୁ ୨ ଜଣ ଲେଖାଁଏ, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

- Advertisement -

ସେହିପରି କଳାହାଣ୍ଡିରୁ ୨, ଖୋର୍ଦ୍ଧାରୁ ୮,ମୟୂରଭଞ୍ଜରୁ ୩, ନୂଆପଡ଼ାରୁ ୯,ପୁରୀରୁ ୧୭, ସମ୍ବଲପୁରରୁ ୧୮ ଓ ଷ୍ଟେଟ୍‍ପୁଲ୍‍ରୁ ୨ ଜଣ କରୋନ ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଦେବଗଡ, ଢେଙ୍କାନାଳ, କେନ୍ଦ୍ରାପଡା, କେନ୍ଦୁଝର, ମାଲକାନଗିରି ଓ ନୟାଗଡରେ ପଜିଟିଭ ସଂଖ୍ୟା ଶୂନ ଅର୍ଥାତ ଏଠାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୩୦ ହଜାର ୫୧  ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୧୭ ରହିଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories