www.samajalive.in
Thursday, December 11, 2025
16.1 C
Bhubaneswar

ସରପଞ୍ଚଙ୍କ ଚରମବାଣୀ-ଧାନ ବିକି ନ ପାରିଲେ ଜୀବନ ହାରିବି

ଜୟପୁର: “ମୁଁ ଧାନ ବିକ୍ରି କରି ନ ପାରିଲେ ଆତ୍ମହତ୍ୟା କରିବି”। କୋରାପୁଟ ଜିଲାର ଜଣେ ଆଦିବାସୀ ସରପଞ୍ଚ ଲକ୍ଷ୍ମଣ ନାୟକ ଏଭଳି ଚରମବାଣୀ ଶୁଣାଇଛନ୍ତି। ନିଜ ଧାନ ବିକ୍ରି କରିବାକୁ କାମତା ଲ୍ୟାମ୍ପ୍ସ, କୁମୁଲି ସାରଇରାମ ଏସଏଚଜି, ଜିଲା ଯୋଗାଣ ଅଧିକାରୀଙ୍କୁ ଭେଟିବା ପରେ ନିଜ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଜଣିବା ପରେ ସେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

ଜୟପୁର ଉପଜିଲାପାଳଙ୍କ ନିକଟରେ ସରପଞ୍ଚ ଲିଖିତି ଭାବେ ତାଙ୍କ ଧାନ ବିକ୍ରି କରିବା ପଞ୍ଜିକୃତ ଆଇଡିକୁ ହ୍ୟାକ୍‌ କରି ଅନ୍ୟ ଜଣେ ବିକ୍ରି କରିଥିବାରୁ ସେ ଏବେ ବିକ୍ରି କରିପାରୁ ନ ଥିବା ଅଭିଯୋଗ କରିଛନ୍ତି। ପ୍ରଶାସନକୁ ଲିଖିତ ଭାବେ ଜଣାଇବା ସହ ଥାନାରେ ଏ ନେଇ ଏତଲା ଦେଲେଣି। ତଥାପି ଫଳ ଶୂନ। ଏଣୁ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସରପଞ୍ଚଙ୍କ ଭଳି ଅନ୍ୟ ଜଣେ ଚାଷୀ ପୂର୍ଣ ପୂଜାରୀ ଅନୁରୂପ ଭାବେ ଅଭିଯୋଗ ଆଣି ଆତ୍ମହତ୍ୟା ଧମକ ଦେଇଥିବା ମଧ୍ୟ ଜଣାପଡ଼ିଛି। ଚଳିତ ଖରିଫ ମଣ୍ଡିରେ ଲକ୍ଷ୍ମଣ ନିଜ ବାପାଙ୍କ ନାମରେ ଥିବା ୭ଏକର ୪୧ ସେ ଧାନ ବିକ୍ରି କରିବାକୁ କାମତା ଲ୍ୟାମ୍ପ୍ସରେ ପଞ୍ଜିକୃତ କରିଥିଲେ। ଏହାପରେ ଫୁଡ ପୋର୍ଟାଲରୁ ବିକ୍ରି କରିବା ପାଇଁ ତାଙ୍କ ନାମରେ ଆଇଡିଏଫ ୨୦୦୩୦୦୦୮୨୭୬ ଆସିଛି। ବର୍ତ୍ତମାନ ଉକ୍ତ ଆଇଡି ନଂରେ ଏବେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଲ୍ୟାମ୍ପସ ପରିଚାଳକ କହିଛନ୍ତି। ଲ୍ୟାମ୍ପ୍ସ ପରିଚାଳକ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ, ଲକ୍ଷ୍ମଣଙ୍କ ଦାଖଲ କରିଥିବା ଜମି ପଟ୍ଟାରେ ଅନ୍ୟ ଜଣେ ଭାଗ ଚାଷୀ ଦର୍ଶାଇ ରଣସପୁର ପଞ୍ଚାୟତ ରାଣୀଗଡ଼ ଗ୍ରାମର ଜଣେ ଚାଷୀ କୁମୁଲିର ସାଇରାମ ଏଏସଜିରେ ଧାନ ବିକ୍ରି କରି ସାରିଛନ୍ତି। ଏହା ଜଣାପଡିବା ପରେ ଲକ୍ଷ୍ମଣ ନାୟକ ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେଇଥିଲେ। ଯୋଗାଣ ବିଭାଗ ଏଭଳି ଅଭିଯୋଗ ପାଇ ସମ୍ପୃକ୍ତ ଚାଷୀ ଓ ସାଇରାମ ଏସଏଚଜି ବିରୋଧରେ ଥାନାରେ ମାମଲା ଦେବାକୁ କହିଥିଲେ। ସରପଞ୍ଚ ନିଜେ ଗତ ଅକ୍ଟୋବର ୨୮ରେ ବିସିଂପୁର ଥାନାରେ ଏତଲା ଦେଲେ। ଏତଲା ଦେବା ପରେ ଥାନା ଅଧିକାରୀ ପୁଣି ଯୋଗାଣ ବିଭାଗକୁ ଏ ନେଇ ତଥ୍ୟ ମାଗି ଚୁପ ବସିଛନ୍ତି। ବାରମ୍ବାର ଲକ୍ଷ୍ମଣ ନାୟକ ନିଜ ଧାନକୁ ବିକ୍ରି କରିବାକୁ ଥାନାଠାରୁ ଯୋଗାଣ ବିଭାଗକୁ ଦୌଡୁଥିଲେ ମଧ୍ୟ ତାଙ୍କ ଧାନ କ୍ରୟ ହୋଇପାରିବ ନାହିଁ ବୋଲି ଅଧିକାରୀ ମାନେ ସ୍ପଷ୍ଟ କରି ଦେଇଛନ୍ତି।

- Advertisement -

ଧାନ ବିକ୍ରି କଲେ ପରିବାର ଚଳିବେ ବୋଲି ସରପଞ୍ଚ ଜୟପୁର ଉପଜିଲାପାଳଙ୍କୁ ଲିଖିତ ଭାବେ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଆଗାମୀ ସାତଦିନ ମଧ୍ୟରେ ଧାନ ବିକ୍ରି କରି ନ ପାରିଲେ ନାରୀଗାଁ ସରପଞ୍ଚ ଆତ୍ମହତ୍ୟା କରିବେ ବୋଲି ଅଭିଯୋଗ ପତ୍ରରେ ଲିଖିତ ଭାବେ ଜଣାଇ ଦେଇଛନ୍ତି।

ସମାନ ଘଟଣା ଚାଷୀ ପୂର୍ଣଙ୍କ କ୍ଷେତ୍ରରେ ହୋଇଥିବା କାରଣରୁ ସେ ମଧ୍ୟ ବିଭିନ୍ନସ୍ତରରେ ଗୁହାରି କରି ନିରାଶ ହେବାରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଉପଜିଲାପାଳଙ୍କୁ ଅଭିଯୋଗପତ୍ରରେ ଜଣାଇଛନ୍ତି। ଅଭିଯୋଗପତ୍ର ଦେବା ପରେ ଅମଳ କରିଥିବା ଅଧା ଧାନକୁ ସରକାରୀଙ୍କ ଏମଏସପି ଦର ୧୮୬୦ ପରିବର୍ତ୍ତେ ମାତ୍ର ୧୨୦୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଇଥିବା ପୂର୍ଣ ଆମ ପ୍ରତିନିଧିଙ୍କୁ କହିଛନ୍ତି। ବଳକା ଧାନ ବିକ୍ରି ନ ହେଲେ ଆଗାମୀ ସାତଦିନରେ ଅତ୍ମହତ୍ୟା କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ଜୟପୁର ଉପଜିଲାପାଳ ହେମକାନ୍ତ ସୟ ନ ଥିବାରୁ ତାଙ୍କ ଦାୟିତ୍ୱରେ ଥିବା ପିଏଆଇଟିଡିଏ ଗୋପୀନାଥ ସାରକା ଉଭୟଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ଏଭଳି ଘଟଣା ସମ୍ବନ୍ଧରେ ବିସିଂପୁର ଥାନା, ଯୋଗାଣ ବିଭାଗକୁ ବୁଝିବା ପରେ ସତ୍ୟ କ’ଣ ଜଣାପଡିବ ବୋଲି ସେ ସୂଚନା ଦେଇଛିନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories