www.samajalive.in
Monday, December 8, 2025
13.1 C
Bhubaneswar

ମୋଦୀଙ୍କ ବଡ଼ ଘୋଷଣା: ବୁଧବାରଠୁ ପଡ଼ୋଶୀ ରାଷ୍ଟ୍ରକୁ ଟିକା ରପ୍ତାନୀ, ଏହି ଦେଶଗୁଡ଼ିକୁ ଦିଆଯିବ ମାଗଣା ଟିକା

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଟିକା ରପ୍ତାନୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ବୁଧବାର ଅର୍ଥାତ ଜାନୁୟାରୀ ୨୦ରୁ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ କରୋନା ଟିକା ଯୋଗାଣ ଆରମ୍ଭ ହେବ ଏବଂ ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୋଦୀ କହିଛନ୍ତି।

ବିଶ୍ଵ ସମୁଦାୟର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆବଶ୍ୟକତାକୁ ପୂରଣ କରିବାରେ ଭାରତକୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଶ୍ଵାସଯୋଗ୍ୟ ଭାଗିଦାରୀ ରୂପରେ ସମ୍ମାନିତ କରାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ସୂଚନା ଦେଇ କହିଥିଲା ଯେ, ଭାରତ ସରକାରଙ୍କୁ ପଡ଼ୋଶୀ ଏବଂ ଗୁରୁତ୍ଵପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଗୁଡ଼ିକରୁ ଭାରତରେ ନିର୍ମିତ ଟିକା ଯୋଗାଣ ପାଇଁ ଅନୁରୋଧ କରାଯାଇଥିଲା। ଭୂଟାନ, ମାଳଦ୍ବୀପ, ବାଂଲାଦେଶ, ନେପାଳ, ମ୍ୟାନ୍‌ମାର ଏବଂ ସେଶଲ୍ସ ଆଦି ଦେଶକୁ ଅନୁଦାନ ସହାୟତା ଅଧୀନରେ ବୁଧବାରଠାରୁ ଟିକା ଯୋଗାଣ ଆରମ୍ଭ ହେବ।

- Advertisement -

ତେବେ ଭାରତ ସରକାରଙ୍କ ପକ୍ଷରୁ ଭାରତ ବାୟୋଟେକ କମ୍ପାନୀରୁ ୪୫ ଲକ୍ଷ ଅତିରିକ୍ତ କୋଭାକ୍ସିନ ଡୋଜ୍‌ କିଣିବା ଲାଗି ଅର୍ଡର ଦିଆଯାଇଛି। ଏହି ୪୫ ଲକ୍ଷ ଡୋଜ୍‌ରୁ ୮  ଲକ୍ଷରୁ ଅଧିକ ଡୋଜ୍‌ ମରିସସ, ଫିଲିପିନ୍‌ ,ବଂ ମ୍ୟାନମାର ଭଳି ମିତ୍ର ରାଷ୍ଟ୍ରଗୁଡ଼ିକୁ ସଦ୍‌ଭାବନା ଆଧାରରେ ନିଃଶୁଳ୍କ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ର ଅନୁସାରେ, ଭାରତ ବାୟୋଟେକ କମ୍ପାନୀ ପୂର୍ବରୁ ଅର୍ଡର କରାଯାଇଥିବା ୨୦ ଲକ୍ଷ ଡୋଜ୍‌ କିଛି ଦିନ ମଧ୍ୟରେ ପଠାଇବ। ଅତିରିକ୍ତ ୪୫ ଲକ୍ଷ ଡୋଜ୍‌ ପାଇଁ ଅର୍ଡର ମିଳିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯେବେ​ କହିବ ସେବେ ଟିକା ଯୋଗାଣ କରାଯିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories