www.samajalive.in
Thursday, December 11, 2025
13.1 C
Bhubaneswar

ମାଲକାନାଗିରି ଛାତ୍ରୀ ଆତ୍ମହତ୍ୟା ଘଟଣା

ମାଲକାନଗିରି : ଶୁକ୍ରବାରରେ ଜିଲାର ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟୀ ମାଲକାନଗିରି ଶାଖା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ସମୟରେ ଛାତ୍ରୀମାନେ ଅସୁରକ୍ଷିତ ହୋଇଥିବା ବେଳେ ବିଶେଷ କରି ଆବାସିକ ବିଦ୍ୟାଳୟରେ ନିର୍ଯ୍ୟାତନା ଘଟଣା ବଢୁଛି ବୋଲି ଦଳ ଅଭିଯୋଗ କରିଛି। ଶନିବାରରେ ଏକ ସ୍ଥାନୀୟ ରକ୍‍ ହିଲ୍‍ ସମ୍ମିଳନୀ କକ୍ଷରେ ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ପୁର୍ୱତନ ବିଧାୟକ ମୁକୁନ୍ଦ ସୋଡି, ଡଃ କାମରାଜ କବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମଣ୍ଡଳ, ପୂର୍ୱତନ ଜିଲ୍ଲା ସଭାପତି ଆଦିତ୍ୟ ମାଢି, ଏହି ଘଟଣାକୁ ନିନ୍ଦା କରିଛନ୍ତି।
ଦଳର ସଦସ୍ୟ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଘରକୁ ଯାଇ ଶୋକ ସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଥିଲେ। ପରେ ଆଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନଙ୍କ ସହ ଘଟଣା ସମ୍ବନ୍ଧରେ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ ସମ୍ପୃକ୍ତ ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟୀ। ଏଥିରେ ସମ୍ପୃକ୍ତ ଥିବା ବିଦ୍ୟାଳୟର ଅନ୍ୟ କର୍ମଚାରୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେଠାରେ ଥିବା ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କୁ ଜଣାଇଥିଲେ। ଅପରାହ୍ନରେ ଦଳୀୟ ପ୍ରତିନିଧି ମାନେ ମାଲକାନଗିରି ଏସ୍‍.ପି, ଜଗମୋହନ ମୀନାଙ୍କୁ ସାକ୍ଷାତ କରି ଘଟଣା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏସ୍‍.ପି. ଶ୍ରୀ ମୀନା ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଥିଲେ। ପୁଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏସ୍‍.ପିଙ୍କୁ ପ୍ରତିନିଧି ଦଳ ଧନ୍ୟବାଦ ଜଣାଇଥିଲେ। ସମ୍ପୃକ୍ତ ଛାତ୍ରୀଙ୍କ ପରିବାରଙ୍କୁ ୩୦ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବାକୁ ଦଳ ଦାବି କରିଛି। ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଏବଂ ଶିକ୍ଷା ପ୍ରତିନିଧି ଅବହେଳା କରାଯାଏ ଦଳ ବାଧ୍ୟ ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories