www.samajalive.in
Thursday, December 11, 2025
15.1 C
Bhubaneswar

ରାଜଧାନୀରେ ଖୋଲିଲା ‘ଆବସୋଲ୍ୟୁଟ୍‌ ଟୋଟାଲ୍’ ଶାଖା

ଭୁବନେଶ୍ବର: ଅନ୍ତର୍ଜାତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ଟୋଟାଲ୍‌ ଏଲପିଜି ବିତରଣ କରିବାକୁ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ କମ୍ପାନୀ ପକ୍ଷରୁ ‘ଆବସୋଲ୍ୟୁଟ୍‌ ଟୋଟାଲ୍’କୁ ସୀକୃତୀପ୍ରାପ୍ତ ବିତରକ(ଡିଷ୍ଟିବ୍ୟୁଟର) ଭାବେ ନିଯୁକ୍ତ କରାଯାଇଛି । ଉଭୟ ବାଣିଜ୍ୟିକ ଏବଂ ଘରୋଇ ବ୍ୟବହାର ଲାଗି ବିଭିନ୍ନ ବର୍ଗର ଏଲପିଜି ସିଲିଣ୍ଡର ସ୍ବତନ୍ତ୍ର ରିଆତି ସହ ଗ୍ରାହକ ପାଇପାରିବେ। ସ୍ବଳ୍ପ କାଗଜପତ୍ର ଦାଖଲ କରି ଗ୍ରାହକ କମ୍ପାନୀର ଗ୍ୟାସ ସଂଯୋଗ ସହଜରେ ପାଇପାରିବେ ବୋଲି ସଂସ୍ଥା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ବିତରକ ସତ୍ତ୍ବାଧିକାରୀ ଉଦିତ ରାଉତ ଓ ଅଭିଶେକ ଜୋଶୀ କହିଛନ୍ତି, ଲୋକଙ୍କୁ ତୈଳ ଏବଂ ବାଷ୍ପ ଯୋଗାଣ କ୍ଷେତ୍ରରେ ଟୋଟାଲ୍ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ତ କମ୍ପାନୀ । ୧୩୦ ଦେଶରେ କମ୍ପାନୀ ଏହାର ପରିଚାଳନା ଜାରି ରଖିଛି। ଆକର୍ଷଣୀୟ ସେବା ସହ ସୁଲଭ ମୂଲ୍ୟରେ ନୂଆ ଗ୍ୟାସ ସଂଯୋଗ ଏବଂ ଏକାଧିକ ସିଲିଣ୍ଡର ବିକଳ୍ପ ମଧ୍ୟରୁ ଗ୍ରାହକ ମନୋନୟନ କରିବାର ସୁବିଧା ପାଇବେ। ଏହି ନୂଆ ସୁବିଧା ଭୁବନେଶ୍ବର ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ , ନିରାପଦ ଏବଂ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ସେବା ଯୋଗାଇବ।
ଟିଓଆଇପିଏଲ୍‌ର ଆଞ୍ଚଳିକ ବାଣିଜ୍ୟିକ ମୁଖ୍ୟ ଖିମ୍‌ରାଜ ଭଟ୍ଟ କହିଛନ୍ତି ଦେଶରେ ୯୧ଟି ସ୍ଥାନରେ ଗ୍ୟାସ୍‌ ଷ୍ଟେସନ୍‌ ଅଛି। ଓଡ଼ିଶାରେ ଏହା ଆମ ସଂସ୍ଥାର ୪ର୍ଥ ବିତରଣ ପଏଣ୍ଟ। ଅଗାମୀ ଦିନରେ ଆବଶ୍ୟକସ୍ଥଳେ ସବ୍‌ଡିଷ୍ଟିବ୍ୟୁଟର ମଧ୍ୟ ନିଯୁକ୍ତି କରାଯିବ। ଗ୍ରାହକଙ୍କୁ ସ୍ବତନ୍ତ୍ର ସେବା ଦେବାକୁ ଆମ ସଂସ୍ଥା ସର୍ବଦା ପ୍ରତିଶ୍ରୁତିବଦ୍ଧ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories