www.samajalive.in
Monday, December 8, 2025
24.1 C
Bhubaneswar

୪ର୍ଥ ଟେଷ୍ଟ: ରୋହିତ-ଗିଲ୍‌ଙ୍କ ଉପରେ ସମସ୍ତଙ୍କ ନଜର

ବ୍ରିସବେନ୍‌: ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟମ୍ୟାଚ୍‌ରେ ଦୁଇ ଭାରତୀୟ ଓପନର୍‌ ରୋହିତ ଶର୍ମା ଓ ଶୁବମାନ୍‌ ଗିଲ୍‌ କିପରି ବ୍ୟାଟିଂ କରୁଛନ୍ତି; ତାହା ଉପରେ ସମସ୍ତଙ୍କ ନଜର ରହିଛି। ୩ୟ ଟେଷ୍ଟରେ ରୋହିତ ଓ ଶୁବମାନ୍‌ ପ୍ରଥମଥର ପାଇଁ ଏକାଠି ବ୍ୟାଟିଂ ଓପନ୍ କରିଥିଲେ। ଏହି ଦୁଇ ବ୍ୟାଟସମ୍ୟାନ୍‌ ପ୍ରଥମ ଇନିଂସରେ ୭୦ ଓ ୨ୟ ଇନିଂସରେ ୭୧ ରନ୍‌ର ଭାଗିଦାରୀ କରିଥିଲେ। ତେଣୁ ୪ର୍ଥ ଟେଷ୍ଟରେ ଏହି ଦୁଇ ଓପ୍‌ନରଙ୍କଠାରୁ ଭଲ ପ୍ରଦର୍ଶନର ଆଶାରଖିଛି ଭାରତୀୟ ଦଳ।

ବିଦେଶ ଗସ୍ତରେ ଦଳର ଓପ୍‌ନିଂକୁ ନେଇ ଭାରତୀୟ ଦଳ ଗତ କିଛିବର୍ଷ ହେବ ଚାପରେ ରହି ଆସୁଥିଲା। ଓପନର୍‌ ଆଶା ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହେଉଥିବାରୁ ୩ନଂ ବ୍ୟାଟ୍‌ସମାନ ପୂଜାରାଙ୍କ ଉପରେ ବେଶ ଚାପ ପଡୁଥିଲା। ୫୩ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ​‌ରେ ଭାରତୀୟ ଓପନର୍‌ ଉଭୟ ଇନିଂସରେ ୫୦ରୁ ଅଧିକ ରନ୍‌ କରିଥିବାରୁ ଏହା ଦଳ ପାଇଁ ବେଶ୍‌ ଖୁସି ଖବର। ରୋହିତ ଓ ଗିଲ୍‌ ୩ୟ ଟେଷ୍ଟରେ ଅଷ୍ଟ୍ରେଲିଆ ବୋଲରଙ୍କ ଉପଯୁକ୍ତ ମୁକାବିଲା କରିଥିଲେ। ବିଶେଷକରି ନବାଗତ ଶୁବମାନ୍‌ ଗିଲ୍‌ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ୪ର୍ଥ ଟେଷ୍ଟରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାରହିଛି। ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ଦକ୍ଷତା କାହାକୁ ଅଛପା ନାହିଁ। ରୋହିତ ଦ୍ରୁତଗତିରେ ରନ୍‌ ସଂଗ୍ରହ କରିବାରେ ସକ୍ଷମ ଥିବାରୁ ସେ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବୋଲରଙ୍କୁ ଅସୁବିଧାରେ ପକାଇବାର ଆଶାରହିଛି। କେବଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟମ୍ୟାଚ୍‌ ନୁହେଁ; ଆଗାମୀ ଦିନରେ ଭାରତୀୟ ଦଳ ଇଂଲଣ୍ଡ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଥିବାରୁ ରୋହିତ ଓ ଗିଲ୍‌ ଏହି ସିରିଜ୍‌ରେ ରୋହିତ ଓ ଶୁବମାନ୍‌ ଭାରତ ତରଫରୁ ବ୍ୟାଟିଂ ଓପନ୍‌ କରିବାର ସମ୍ଭାବନା ରହିଛି ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories