www.samajalive.in
Monday, December 8, 2025
24.1 C
Bhubaneswar

ଫେବୃଆରୀ ମଧ୍ୟଭାଗରେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜ୍ଞପ୍ତି !

କଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯାଇପାରିବ । ଏପ୍ରିଲ ସୁଦ୍ଧା ନିର୍ବାଚନ ଶେଷ ହୋଇପାରେ। ମେ’ ମାସରେ ହେବାକୁ ଥିବା ସିବିଏସଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇପାରିବ। ଅଧିକାରୀମାନଙ୍କ ସହ ଏକ ବୈଠକରେ ନିର୍ବାଚନ ଆୟୋଗର ଡେପୁଟି କମିଶନର ସୁଜିତ ଜୈନ ଏହି ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର ଅଧିକ ନିୟୋଜନ ହେବାର ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି। ଭୋଟର ବିନା ଭୟରେ କିପରି ନିଜ ଘରୁ ଭୋଟ୍ ଦେବାକୁ ଯାଇପାରିବେ ସେହି ଚେଷ୍ଟା କରାଯିବ। ଏଠାରେ ଜିଲ୍ଲା ଅଧିକାରୀ ତଥା ପୋଲିସ ଅଧୀକ୍ଷକଙ୍କ ବୈଠକରେ ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା।
ଶ୍ରୀ ଜୈନ କହିଛନ୍ତି, ଫେବୃଆରୀ ମଧ୍ୟଭାଗ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ଦ୍ବାରା ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ନିର୍ବାଚନ ଆୟୋଗ ଏପ୍ରିଲ ଶେଷ ସୁଦ୍ଧା ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀରେ ନିର୍ବାଚନ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହାର କାରଣ ହେଉଛି ମେ’ ମାସରୁ ହେବାକୁ ଥିବା ସିବିଏସ୍ଇ ପରୀକ୍ଷା। ପଶ୍ଚିମବଙ୍ଗରେ ବିଭିନ୍ନ ପର୍ୟ୍ୟାୟରେ ମତଦାନ ପାଇଁ ଫେବୃଆରୀ ମଧ୍ୟଭାଗରେ ନିର୍ବାଚନ ଆୟୋଗଙ୍କୁ ତାରିଖ ଘୋଷଣା କରିବାକୁ ପଡିପାରେ। ରାଜ୍ୟରେ ଅଧିକ ସଂଖ୍ୟକ ସମ୍ବେଦନଶୀଳ ବୁଥ ହୋଇପାରେ। ୧୫ ରୁ ୨୫ ପ୍ରତିଶତରୁ ଅଧିକ ବୁଥ ମଧ୍ୟ ହୋଇପାରେ। ଏହି କାରଣରୁ ଅଧିକ ଅଧିକାରୀ ଏବଂ ଅଧିକ ସୁରକ୍ଷା ବାହିନୀ ମଧ୍ୟ ନିୟୋଜିତ ହେବ।
ସୂଚନାଯୋଗ୍ୟ ୨୦୧୧ ରେ ଏହି ରାଜ୍ୟରେ ୬ଟି ପର୍ୟ୍ୟାୟରେ ମତଦାନ ଦେଇଥିଲା ଏବଂ ମେ’ ୧୩ରେ ଫଳାଫଳ ଘୋଷିତ ହୋଇଥିଲା। ସେହିପରି ୨୦୧୬ରେ ସାତୋଟି ପର୍ୟ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା ଏବଂ ମେ’ ୧୯ରେ ଫଳାଫଳ ଆସିଥିଲା। ପଶ୍ଚିମବଙ୍ଗର ଦୁଇଥର ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀଙ୍କର ବିଜେପି ସହିତ ସିଧାସଳଖ ଲଢେଇ ହେଉଥିବାବେଳେ କେରଳର ୧୪୦ଟି ମଧ୍ୟରୁ ୯୧ଟି ସିଟ୍ ଜିତିଥିବା ଏଲଡିଏଫର ଏଥର ୟୁଡିଏଫ ଏବଂ ବିଜେପି ସହିତ ପ୍ରତିଦ୍ୱନ୍ଦ୍ୱିତା ହେବା ଅନୁମାନ କରାଯାଉଛି। ତେବେ ଏଲଡିଏଫ ପାଇଁ ବହୁତ ଗୁଡିଏ ଅଧିକ ଆହ୍ବାନ ରହିଛି।
କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆସାମରେ ସରକାର ଗଠନ କରିଥିବା ବିଜେପିକୁ ପ୍ରତିଦ୍ୱନ୍ଦ୍ୱୀ ଦଳ ସହ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ତାମିଲନାଡୁ ନିର୍ବାଚନ ଏଥର ବରିଷ୍ଠ ରାଜନେତା ଏମ. କରୁଣାନିଧି ଏବଂ ଜୟଲଳିତାଙ୍କ ବିନା ଅନୁଷ୍ଠିତ ହେବ। ଚଳଚ୍ଚିତ୍ର ତାରକା ରଜନୀକାନ୍ତ ଏବଂ କମଲ ହାସନ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ତେବେ ପୁଦଚେରୀର ଡିଏମକେ ଏବଂ କଂଗ୍ରେସର ଏକ ମିଳିତ ସରକାର ଅଛି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories