www.samajalive.in
Sunday, December 7, 2025
13.1 C
Bhubaneswar

ଛାତ୍ର କଂଗ୍ରେସର ଦାବି, ଘରୋଇ ସ୍କୁଲ ଫି ୫୦ ପ୍ରତିଶତ ଛାଡ କରନ୍ତୁ ସରକାର

ରାଜ୍ୟ ସରକାର ଘରୋଇ ସ୍କୁଲ ଫି ୫୦ ପ୍ରତିଶତ ଛାଡ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଶିକ୍ଷା ଆଇନରେ ସରକାର ସ୍କୁଲ ଫି ନିୟନ୍ତ୍ରଣ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ସ୍କୁଲ ଓ କଲେଜ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବା କଥା ବୋଲି ଛାତ୍ର କଂଗ୍ରେସ କହିବା ସହ ସରକାର ସେମାନଙ୍କ ଏନଓସି ଓ ସ୍ୱୀକୃତି ପ୍ରତ୍ୟାହାର କରନ୍ତୁ ବୋଲି ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ରୋସନ ଲାଲବିଟୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

- Advertisement -

ଆଜି ଗୁରୁବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଅଭିଭାବକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସମସ୍ତେ ସ୍କୁଲ, କଲେଜ ଫିସ୍‍ ସଂପୂର୍ଣ୍ଣ ଦେବାକୁ ଅସମର୍ଥ ହୋଇ ପଡିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍‍ ପରୀକ୍ଷା ଫି ଛାଡ କରିବା ଦୁର୍ଭାଗ୍ୟଜନକ।

ସେ କହିଛନ୍ତି ଯେ ଛାତ୍ର କଂଗ୍ରେସ ଶୃଙ୍ଖଳା ଉପରେ ବିଶ୍ୱାସ ରଖେ। ଛାତ୍ର କଂଗ୍ରେସକୁ ସୁସଂଗଠିତ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଖୁବ୍‍ କମ ଦିନ ଭିତରେ ରାଜ୍ୟ, ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ କମିଟି ଘୋଷଣା କରାଯାଇ ବିଭିନ୍ନ କ୍ଷେତ୍ରରେ ପଦାଧିକାରୀଙ୍କୁ ଦାୟିତ୍ୱ ବଂଟନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଛାତ୍ର କଂଗ୍ରେସ ସଭାପତି ୟାସିର୍‍ ନୱାଜ କହିଛନ୍ତି ଯେ ଏ ସଂପର୍କରେ ସେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଯଦି ସରକାର ଏହି କରୋନା ପ୍ରଭାବିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ୫୦ ପ୍ରତିଶତ ଫି ଛାଡ ନକରନ୍ତି, ତେବେ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିବ ବୋଲି ଶ୍ରୀ ନୱାଜ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories