www.samajalive.in
Monday, December 8, 2025
24.1 C
Bhubaneswar

ଯବାନ ଭାଇଙ୍କ ପ୍ରୋତ୍ସାହନ, ଚାକିରି ଛାଡ଼ି ଇଞ୍ଜିନିୟର ସାଜିଲେ ଚାଷୀ

ଫୁଲବାଣୀ: ପରିବାର କହିଲେ ଦୁଇଭାଇ ଓ ମା’। ୨୦୧୬ ମସିହା​‌ରେ ଶିକ୍ଷକ ପିତା କହ୍ନେଇ କହଁରଙ୍କ ଦେହାନ୍ତ ହୋଇଯାଇଛି। ବଡ଼ଭାଇ କୁଞ୍ଜ ବିହାରୀ କହଁର ହେଉଛନ୍ତି ସିଆର୍‍ପିଏଫ୍‍ ଯବାନ। ଏବେ ଘର ଅଛନ୍ତି ମା’ ଓ ଇଜିଂନିୟରିଂ ପାଠପଢା ସାରିଥିବା ସାନଭାଇ ଗୋଲକ ବିହାହୀ କହଁର। ୨୦୨୦ ମସିହାରେ ଗୋଲକ ସିଭିଲ୍‍ ଇଜିଂନିୟରିଂ ପାଠ ଶେଷ କରି ସେହିବର୍ଷ ହିଁ ହାଇଦରାବାଦର ଏକ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇଥିଲେ। ଚାକିରିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‍ ଦେଶକୁ ମାଡ଼ି ଆସିଥିଲା କରୋନା। ସେ ଆଉ ନିଯୁକ୍ତିସ୍ଥଳକୁ ଯାଇନପାରି ଭୁବନେଶ୍ୱରରୁ ଫେରି ଆସି ନିଜ ଗଁା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତର ପଦରସାହିସ୍ଥିତ ନିଜ ଘରେ ରହୁଥିଲେ। ପରିବାରର ଜମି ଥିଲେ ମଧ୍ୟ ଗୋଲକ ବାହାରେ ପଢାପଢି କରୁଥିବା ଯୋଗୁଁ ଚାଷବାସ ପ୍ରତି ତାଙ୍କର ଏତେ ଆଦର ନଥିଲା। ଏଣେ କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‍ଡ଼ାଉନ୍‍, ସଟ୍‍ଡ଼ାଉନ୍‍, କଣ୍ଟେନମେଣ୍ଟ ଜୋନ ନିର୍ଦେଶନାମା ଜାରି ହେଲା। ଫଳରେ ଲୋକେ ଘରୁ ବାହାରିବା ସମ୍ଭବ ପର ହୋଇ ପାରିନଥିଲା। ଏହି ସମୟରେ ନାଗାଲାଣ୍ଡରେ ରହୁଥିବା ବଡ଼ଭାଇ ସାମରିକ କର୍ମଚାରୀ କୁଞ୍ଜ ବିହାରି କନିଷ୍ଠ ଇଞ୍ଜିନିୟର ଭାଇ ଗୋଲକଙ୍କୁ ଘରର ଜମିରେ ଚାଷ କରିବାକୁ ପ୍ରୋତ୍ସାହିତ କରିଥିଲେ। ପ୍ରଥମ ପ୍ରୋତ୍ସାହନରେ ହିଁ ଗୋଲକ ସମ୍ମତି ଜଣାଇ ଆରମ୍ଭ କରିଥିଲେ ନିଜ ଜମିରେ ବିଭିନ୍ନ କିସମର ପରିବା ଚାଷ। ଆଉ ଏଥି ପାଇଁ ବଡ଼ଭାଇ ମଧ୍ୟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ଯେଉଁ ଅର୍ଥରେ ସେ ବନ୍ଧାକୋବି, ଫୁଲକୋବି, ମଟର, ବିନସ୍‍, ଆଳୁ, ପିଆଜ, ରସୁଣ ବିହନ କ୍ରୟ କରି ଆରମ୍ଭ କରିଥିଲେ ଚାଷ କାମ। ନିଜର ଇଛାଶକ୍ତି ସହିତ ଚେଷ୍ଟା ଫଳରେ କେବେ ମଧ୍ୟ ଚାଷ କାମରେ ନିଜକୁ ସାମିଲ୍‍ କରିନଥିବା ଗୋଲକ ପ୍ରଥମ ପର୍ଯ୍ୟାୟରେ ହିଁ ସଫଳ ହୋଇଥିଲେ। ପ୍ରଥମେ ପ୍ରଥମେ ସେ ନିଜେ ହିଁ ଏହି ଚାଷବାସ କାମ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଗ୍ରାମର ୫ ଜଣ ଶ୍ରମିକଙ୍କୁ ଚାଷ କାମରେ ନିୟୋଜିତ କରିଛନ୍ତି। ଯେଉଁ ୫ ଜଣ ଶ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଯୁକ୍ତ ଦୁଇ ପଢିବା ପରେ ପରେ ପାଠ ଛାଡ଼ିଥିବା ଯୁବକ ଅଭିମନ୍ୟୁ କହଁର ଓ ପ୍ରଶାନ୍ତ କହଁର, ପଦରସାହିରେ ବିବାହ କରିଥିବା ମହିଳା ମଞ୍ଜୁଳା କହଁର, ବେକାରି ହୋଇ ଗ୍ରାମର ବସିଥିବା ଶ୍ରୀନିବାସ କହଁର ଓ +୩ ପଢାଶେଷ କରିଥିବା ଗ୍ରାମର ମହିଳା ସୁଜ୍ଞାନୀ ମଲିକ।

ଗୋଲକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେଓ ଶ୍ରମିକଭାବେ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଚେଷ୍ଟା ଫଳରେ ଆଜି ମଧ୍ୟରେ ପ୍ରାୟ ୭୦ ହଜାର ଟଙ୍କା ଲାଭବାନ ହୋଇ ପାରିଛନ୍ତି। ଅଧିକାଂଶ ସମୟ ଜମିରୁ ଅମଳ ହେଉଥିବା ପରିବା କ ଶ୍ରମିକ ପ୍ରଶାନ୍ତ ନିଜେ ବଜାରକୁ ନେଇ ବିକ୍ରି କରିଥାଏ ।

- Advertisement -

ଗତ ୧୦ ମାସ ହେଲା ୨ ଏକର ଅଧେ ଜମିରେ ଏହି ସବୁ ପରିବା ଚାଷ ଚାଲିଛି। ବର୍ତ୍ତମାନ ପରିସ୍ଥିତି ଏଭଳି ହେଲାଣି ଯେ, ପ୍ରତ୍ୟେକ ଦିନ ଜମିକୁ ଯାଇ ଚାଷବାସ କଥା ନବୁଝିଲେ ରହିପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି ଗୋଲକ। ପରିବାର ପକ୍ଷରୁ ବହୁ ଟଙ୍କା ଖର୍ଚ୍ଚ କରି ଇଜିଂନିୟରଂ ପାଢ ପଢାଇଲେ, ପାଠ ମଧ୍ୟ ପଢିଲି ଓ ଉତ୍ତୀର୍ଣ୍ଣ ବି ହେଲି, କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଇଜିଂନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ସେଭଳି କିଛି ଚାକିରି ବ୍ୟବସ୍ଥା ନଥିବାରୁ ବହୁ ବେକାର ହୋଇ ବସିଛନ୍ତି। ସରକାରୀ ଚାକିରି ନପାଇ ତାଙ୍କ ଭଳି ଚାଷ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏ ଦିଗରେ ସରକାରୀ ସ୍ତରରେ ପ୍ରତ୍ସୋହନ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଛନ୍ତି ଗୋଲକ। ଅନ୍ୟପକ୍ଷରେ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ମିଶନ-୧୭୧ରେ ଗୋଲକଙ୍କ ପରି ଚାଷୀଙ୍କୁ ସାମିଲ୍‍ କଲେ ପ୍ରଶାସନ ଯେଉଁ ସ୍ୱପ୍ନ ଦେଖିଛି ତାହା ଆହୁରି ଅଧିକ ସଫଳହୋଇ ପାରନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories