www.samajalive.in
Thursday, December 11, 2025
15.1 C
Bhubaneswar

ବୌଦ୍ଧ ଜିଲ୍ଲାକୁ ଚଳିତ ବର୍ଷ ୨୮୬୧ ବିଦେଶୀ ପକ୍ଷୀଙ୍କ ଆଗମନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗତ ତିନି ତାରିଖରେ ବୌଦ୍ଧ ବନଖଣ୍ଡ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀଙ୍କ ନେତୃତ୍ୱରେ ଜିଲ୍ଲାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପାଞ୍ଚଟି ରେଞ୍ଜ ବୌଦ୍ଧ, କଣ୍ଟାମାଳ, ମନମୁଣ୍ଡା, ପୁରୁଣାକଟକ, ମାଧପୁରରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ଜିଲ୍ଲାକୁ ୫୦ରୁ ଊର୍ଦ୍ଧ୍ବ ପ୍ରଜାତିର ୨୮୬୧ଟି ବିଦେଶୀ ପକ୍ଷୀ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତବର୍ଷଠାରୁ ଚଳିତ ବର୍ଷ ଜିଲ୍ଲାକୁ ଅଧିକ ୨୮୨ଟି ବିଦେଶୀ ପକ୍ଷୀ ଆସିଛନ୍ତି। ଗତ ବର୍ଷ ଜିଲ୍ଲାକୁ ୨୫୭୯ଟି ବିଦେଶୀ ପକ୍ଷୀ ଆସିଥିଲେ। ଜିଲ୍ଲାର ମହାନଦୀ, ତେଲନଦୀ, ବାଘନଦୀ ସମେତ ସମସ୍ତ ଜଳାଶୟ ଗୁଡିକରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାକୁ ଚଳିତ ବର୍ଷ ଗ୍ରେଟ୍‍ କର୍ମରେଣ୍ଟ ପକ୍ଷୀ ୫୦୫ଟି, ଲିଟିଲ କର୍ମରେଣ୍ଟ ପକ୍ଷୀ ୨୬୨ଟି, ଇଣ୍ଡିଆନ ଫଣ୍ଡ ହେରେନ ପକ୍ଷୀ ୨୩୦ଟି, କମନ କୁଣ୍ଡ ପକ୍ଷୀ୨୪୧ଟି, ଲିଟିଲ ଇଗ୍ରେଡ ପକ୍ଷୀ ୧୭୭ଟି, ନରଦେନ ସଭଲର ପକ୍ଷୀ ୧୧୮ଟି ସମେତ ଅନ୍ୟ ପ୍ରଜାତିର ପକ୍ଷୀ ଆସିଥିଲେ। ଏହି ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଅନେକ ସାଇବେରିଆରୁ ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହି ଅଂଚଳରେ ଅଧିକ ଥଣ୍ଡା ଘନିଭୂତ ହେଉଥିବାରୁ ଖାଦ୍ୟ ସମସ୍ୟା ଯୋଗୁଁ ଅନେକ ପକ୍ଷୀ ସେହିସ୍ଥାନ ଛାଡି ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସ୍ଥାନକୁ ଚାଲିଯାଉଛନ୍ତି। ସେଥିମଧ୍ୟରୁ ଅନେକ ପକ୍ଷୀ ବୌଦ୍ଧଜିଲ୍ଲାକୁ ଆସୁଛନ୍ତି। ସେଥିମଧ୍ୟରୁ ଅନେକ ପକ୍ଷୀ ଫେରିଯାଉଥିବା ବେଳେ ଆଉ କିଛି ପକ୍ଷୀ ନ ଫେରି ସେଠାରେ ରହିଯାଇଥାନ୍ତି। ଏପରିକି ଅତୀତରେ ବନ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସିଥିବା କେତେକ ବିଦେଶୀ ପକ୍ଷୀଙ୍କ ଦେହରେ ରେଡିଓକୋଲାର ଲଗାଯାଇ ତାଙ୍କର ଗତିବିଧି ଲକ୍ଷ କରାଯାଇଥିଲା। ସେଥିମଧ୍ୟରୁ ଅନେକ ପକ୍ଷୀ ସାଇବେରୀଆକୁ ଯାଇଥିଲେ ଓ ତାପର ବର୍ଷ ପୁଣିଥରେ ଜିଲ୍ଲାକୁ ଫେରିଥିଲେ। ତେବେ ଜିଲ୍ଲାକୁ ବିଦେଶୀ ପକ୍ଷୀଙ୍କ ଆଗମନ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories