www.samajalive.in
Saturday, December 13, 2025
15.1 C
Bhubaneswar

ଦେବଦୁତ ସାଜିଲେ ’ଅମର’ : ରକ୍ତ ଦାନ କରି ଆଦିବାସୀଙ୍କ ଜୀବନ ରକ୍ଷା କଲେ

କେଶଦୁରାପାଳ : ଦେବଦୁତ ସାଜିଲେ ଅମର ରକ୍ତ ଦେଇ ଆଦିବାସୀଙ୍କ ଜୀବନ ରକ୍ଷା କଲେ। ବୁଧବାର ରକ୍ତହୀନତା ରୋଗର ଶିକାର ହୋଇ ଜଣେ ଆଦିବାସୀ ଯୁବକଙ୍କର ତୁରନ୍ତ ରକ୍ତ ଦରକାର ବୋଲି ସାମାଜିକ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ  ଏହାକୁ ଦେଖିବା ମାତ୍ରେ ଘସିପୁରାର ଉଦୀୟ ମାନ ଯୁବକ ଅମର ବିଜୟ ସେଠୀ ନିଜ ଗାଡ଼ିରେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ପଚାଙ୍ଗ ଗ୍ରାମର ଭରତ ଝାଲିଆଙ୍କୁ ରକ୍ତଦାନ କରି ଜୀବନ ବଂଚାଇବା ସହିତ ଅନ୍ୟମାନଙ୍କ ପାଇଁ ସେ ଏକ ଉଦାହାରଣ ପାଲଟିଛନ୍ତି ।

ସୂଚନାରୁ ଜଣାଯାଏ ହାଟଡିହି ବ୍ଳକ ଅନ୍ତର୍ଗତ ପଚାଙ୍ଗ ଗ୍ରାମର ଭରତ ଝାଲିଆଙ୍କ ପେଟରେ ଷ୍ଟୋନ ହୋଇଥିବା ବେଳେ ରକ୍ତ ହୀନତା ଯୋଗୁ ଅପରେସନ ହୋଇ ପାରୁ ନ ଥିଲା । ପୁଷ୍ଟି ହୀନତା ସହିତ ରକ୍ତ ହୀନତାର ଶିକାର ହୋଇ ୩ ଦିନ ହେଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ହେମୋଗ୍ଲୋବିନ ୪.୪% ଥିବାବେଳେ ସବୁଠାରୁ ବିରଳ ରକ୍ତ ବି- ପଜେଟିଭ ବୋଲି ଜଣାପଡ଼ିଥିଲା। ରକ୍ତ ଭଣ୍ଡାରରେ ଏହି ରକ୍ତ ନ ଥିବା ବେଳେ ସେ ୩ ଦିନ ଧରି ଆନନ୍ଦପୁର ଡାକ୍ତରଖାନାରେ ରକ୍ତ ଅପେକ୍ଷାରେ ରହିଥିଲେ। ଅମର ବିଜୟ ସେଠୀ ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରି ତାଙ୍କର ଜୀବନ ରକ୍ଷା କରିଛନ୍ତି। ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଥିବା ବେଳେ କଲ୍ୟାଣ ସଂଗଠନର ସଂଯୋଜକ ଦେବରାଜ ସାହୁ, ସାମ୍ବାଦିକ ରତିକାନ୍ତ ସାହୁ, ଯଜ୍ଞ ପ୍ରସାଦ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories