www.samajalive.in
Wednesday, December 10, 2025
26.1 C
Bhubaneswar

୧୮ ବର୍ଷ ବୟସରୁ ଚାଷ କାର୍ଯ୍ୟ କରୁଛନ୍ତି, ଯୁବଚାଷୀ କୃଷ୍ଣ ଅନ୍ୟମାନଙ୍କ ପାଇଁ ପ୍ରେରଣା

ବେକାରୀ ସମସ୍ୟା ଏବେ ଯୁବକମାନଙ୍କ ପାଇଁ ଅଭିଷାପ ପାଲଟିଛି। ହଜାର ହଜାର ଶିକ୍ଷିତ ଯୁବକ ଏହି ସମସ୍ୟା ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। ଚାକିରୀ ଅନ୍ୱେଷଣରେ ଅନେକ ଯୁବକ ହାହୁତାସରେ କାଳାତିପାତ କରୁଛନ୍ତି। ଏହି ସମସ୍ୟା ଦୀର୍ଘଦିନରେ ସମସ୍ୟା ହୋଇଥିବାରୁ ଏଥିରୁ ମୁକୁଳିବା ପାଇଁ କିଛି ଯୁବକ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଶିକ୍ଷାଲାଭ ପରେ ଆଜିର ଯୁବ ପିଢୀ ଚାଷ ପ୍ରତି ବିମୁଖ ହେଉଥିବା ବେଳେ ଯୁକ୍ତ୨ ଶିକ୍ଷା ଲାଭ କରି ଜଣେ ଯୁବକ ଚାକିରୀ ପଛରେ ନଧାଇଁ ନିଜସ୍ୱ ଉଦ୍ୟମରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏଭଳି ଜଣେ ଯୁବକ ହେଲେ ଧର୍ମଶାଳା ବ୍ଲକ ଚହଟା ଗ୍ରାମର ବାଇଧର ସାମଲଙ୍କ ପୁଅ କୃଷ୍ଣଚନ୍ଦ୍ର ସାମଲ (୩୧)।

ସେ ଦଶ ବର୍ଷ ହେଲା ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଆର୍ଥିକ ଅନଟନ ଯୋଗୁଁ ସେ ଯୁକ୍ତ ୨ ପରେ ପାଠ ଛାଡି ଚାଷ କାର୍ଯ୍ୟକୁ ଆପଣାଇନେଇଥିଲେ। ଦୀର୍ଘ ୧୦ ବର୍ଷ ହେଲା ସେ ପନିପରିବା ଚାଷ କରି ନିଜେ ଜାରକା ଛକରେ ବିକ୍ରୟ କରୁଛନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି ସେଥିରେ ପରିବାରର ସାତ ପ୍ରାଣୀ ପ୍ରତିପୋଷଣ ହୋଇଥାନ୍ତି। ଖରା, ବର୍ଷା, ଶୀତ କାକରକୁ ଭୟ ନକରି ନିଜ ପରିବାର ପାଇଁ ଦିନରାତି ଏକ କରିଦେଇଛନ୍ତି। ସକାଳୁ ନିଜ ବିଲରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରୁଥିବା ଦେଖିବାକୁ ମିଳେ। ଘର ନିକଟରେ ଥିବା ବିଲରେ ସେ ବିଭିନ୍ନ କିସମର ପନିପରିବା ଯଥା ବାଇଗଣ, ଫୁଲକୋବି, ବନ୍ଧାକୋବି, ଟମାଟୋ, କଲରା, ପୋଟଳ, ଭେଣ୍ଡି, ଜହ୍ନି, ଲଙ୍କା, ବିମ, ଆଳୁ ଆଦି ପନିପରିବା ଚାଷ କରିଥାନ୍ତି। ସେହିପରି କିଛି ଜମିରେ ବାଦମ, ବିରି, ଧାନ, କୋଳଥ, ମୁଗ ଆଦି ଚାଷ ମଧ୍ୟ ସେ କରିଥାନ୍ତି। ବାପା, ମାଆ, ପତ୍ନୀ , ପିଲା ଛୁଆ ଓ ଭାଇଙ୍କୁ ସେ ଏହି ଚାଷରୁ ଉପାର୍ଜିତ ଅର୍ଥରେ ବେଶ ଖୁସିରେ ଚଳାଇ ଆସୁଛନ୍ତି। ଚଳିତ ବର୍ଷ ମହାମାରୀ କରୋନା ବିଭିନ୍ନ ଲୋକମାନଙ୍କର ଜୀବନ ଜୀବୀକାକୁ ଛଡାଇ ନେଇଛି। ଗରିବ, ଆଦିବାସୀ ଓ ଦଳିତ, ଦିନ ମଜୁରୀଆମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ହେଲେ ଏଭଳି ସଙ୍କଟ ସମୟରେ ଯୁବ ଚାଷୀ କୃଷ୍ଣ ତାର ନିଜସ୍ୱ ଉଦ୍ୟମରେ ଚାଷକାର୍ଯ୍ୟ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିବାରେ ସମର୍ଥ ହୋଇଛନ୍ତି। କୌଣସି ସରକାରୀ ସହାୟତା ନନେଇ ନିଜସ୍ୱ ଉଦ୍ୟମରେ ୧ ଏକରରୁ ଅଧିକ ଚାଷ ଜମିରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏସଂପର୍କରେ ତାଙ୍କୁ ପଚାରିଲେ ସେ କହନ୍ତି ଚାଷଜମି ଛଡା ଆମର ଅନ୍ୟ ସମ୍ବଳ କିଛି ନାହିଁ। ସେଥିପାଇଁ ନିଜେ ବିଲରେ ଚାଷ କରି ସେଠାରୁ ଉପାର୍ଜିତ ଫସଲକୁ ଜାରକା ବଜାରରେ ବିକ୍ରୟ କରୁଛି। ପ୍ରାଥମିକ ସମୟରେ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିଛି। ଏବେ କିନ୍ତୁ ସମୟ ବଦଳିଯାଇଛି। ପନିପରିବାର ଚାହିଦା ସବୁଠି ରହିଛି। ଯାହା ଫଳରେ ବେଶ ଦୁଇ ପଇସା ଲାଭାଂଶ ମିଳି ପାରୁଛି। ଏହା ଦ୍ୱାରା ମୋ ପରିବାର ପ୍ରତିପୋଷଣ ହୋଇପାରିଛି।
ବାଡ଼ିରେ ଲଗାନ୍ତୁ ତୁଳସୀ ଗଛ

- Advertisement -


ତୁଳସୀରେ ଧାର୍ମିକ ମହତ୍ତ୍ବ ରହିଛି। କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି ବୋଲି ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ପୂର୍ବକାଳରୁ ତୁଳସୀକୁ ବହୁ ରୋଗରୁ ମୁକ୍ତି ପାଇବା ପାଇଁ ଲୋକମାନେ ବ୍ୟବହାର କରିଆସୁଛନ୍ତି। ତେବେ ଆୟୁର୍ବେଦରେ ତୁଳସୀକୁ ସଞ୍ଜୀବନୀ ବୁଟି ଭାବେ ମାନ୍ୟତା ମିଳିଛି। କଥାରେ ଅଛି, ‘ଯେଉଁଘରେ ତୁଳସୀର ବାସ, ସେହିଘରେ କୌଣସି ରୋଗର ନାହିଁ ପ୍ରବେଶ’। ତୁଳସୀ ଗଛ ଖାଲି ଯେ ଚଉଁରାରେ ପୂଜା ପାଏ, ଏକଥା ନୁହେଁ। ନିଜ ବାଡ଼ି କିମ୍ବା ଛାତ ଉପରେ ତୁଳସୀ ଗଛ ଲଗାଇ ଏହାର ଔଷଧୀୟ ଗୁଣକୁ କାମରେ ଲଗାଇ ପାରିବେ। ତୁଳସୀ ପତ୍ରକୁ ନ ଚୋବାଇ ସିଧାସଳଖ ସେବନ କରିବା ଦ୍ୱାରା ଶରୀରରେ କୌଣସି ରୋଗ ହେବାର ସମ୍ଭାବନା ନ ଥାଏ। ଛୋଟ ଛୋଟ ପିଲାମାନଙ୍କୁ ତୁଳସୀ ପତ୍ର ରସ ଏବଂ ମହୁ ପିଇବାକୁ ଦିଆଯାଇଥାଏ।

ଲେମ୍ବୁ ଗଛର ଗାଁ ‘ଅରୋରା’

ଗୋଟିଏ ଗାଁରେ ରହିଛି କୋଡ଼ିଏ ହଜାରରୁ ଅଧିକ ଲେମ୍ବୁ ଗଛ। ସୂଚନା ମୁତାବକ, ଆସାମର ନାଲବାରୀ ଜିଲାର ଏକ ଗ୍ରାମର ଲୋକେ ନିଜ ନିଜ ବାଡ଼ିରେ ଲେମ୍ବୁ ଗଛ ଲଗାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। କିଛି ବର୍ଷ ତଳେ, ‘ଗୋଟିଏ ଗ୍ରାମ, ଗୋଟିଏ ବୃକ୍ଷ’ ଯୋଜନାରେ ଏକ ସ୍ଥାନୀୟ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୋରା ଗ୍ରାମକୁ ‘ଲେମ୍ବୁ ଗ୍ରାମ’ରେ ପରିଣତ କରିଥିଲା। ଏହି ଗ୍ରାମରେ ୬ ଶହ କୃଷକ ବାସ କରୁଛନ୍ତି। ଜାପାନ ଓ ଥାଇଲାଣ୍ତ ଏବଂ ବିଭିନ୍ନ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉନ୍ନତ ଚାଷ-ପ୍ରଣାଳୀ ମାଧ୍ୟମରେ ଉକ୍ତ ଗ୍ରାମକୁ କୋଡ଼ିଏ ହଜାରରୁ ଅଧିକ ଲେମ୍ବୁ ଗଛ ରୋପଣ କରାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories