www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ : ୧୩ ବଖରା ମାଟିରେ ମିଶିଲା

ଭୁବନେଶ୍ବର : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ନିମନ୍ତେ ହଟାଯାଉଛି। କେତେବେଳେ ମଠ, ମନ୍ଦିର ମାଟିରେ ମିଶୁଛି ତ ଆଉ କେତେବେଳେ ଦୋକାନ ବଜାର ଓ ବାସଗୃହ ଭାଙ୍ଗୁଛି। ଏହିକ୍ରମରେ ସୋମବାର ବିନ୍ଦୁସାଗର ନିକଟରୁ ପ୍ରଶାସନ ପକ୍ଷରୁ ଉ‌େଚ୍ଛଦ ହୋଇଛି।
ଉଚ୍ଛେଦ ସୂଚନା ପାଇ ୫୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଘଟଣାସ୍ଥଳରେ ଏକାଠି ହୋଇ ହୋ’ ହଲ୍ଲା କରିଥିଲେ। କିଛି ମହିଳା ଜେସିବି ଆଗକୁ ଯାଇ ପ୍ରତିବାଦ କରିବାକୁ ଉଦ୍ୟମ କରୁଥିବାବେଳେ ଉପସ୍ଥିତ ମହିଳା ପୁଲିସ ସେମାନଙ୍କୁ ଅଟକାଇଥିଲେ। ପୁଲିସ ଏବଂ ମହିଳା ବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପୁରୁଷମାନେ ଉଚ୍ଛେଦ ଦଳ ସହିତ ଯୁକ୍ତିତର୍କ କରିଥିଲେ। ଫଳରେ ବିନ୍ଦୁ ସାଗର ନିକଟରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପାଟିତୁଣ୍ଡ ପରେ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଥିଲା। କୋଟିତୀର୍ଥ ଗଳିଦେଇ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପଡ଼ିଥିବା ରାସ୍ତା ସମ୍ପ୍ରସାରଣ ନିମନ୍ତେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିବାବେଳେ ଥଇଥାନ ନ କରି ହଠାତ୍‌ ଘର ଭଙ୍ଗାଯିବାକୁ ବାସିନ୍ଦା ବିରୋଧ କରିଥିଲେ। ଥଇଥାନ ନ କ‌େ‌ଲ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଥିଲେ।
ଆଜିର ଉଚ୍ଛେଦରେ ୫ ଏସି ଏବଂ ୮ ଆର୍‌ସିସି ଛପର ଘର ଭଙ୍ଗାଯାଇଥିଲା। ଉଚ୍ଛେଦରେ ୪ଟି ଏକ୍ସାଭେଟର ଲାଗିଥିଲା। ଘଟଣାସ୍ଥଳରେ ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ବିଡିଏର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର, ସୁଧାଂଶୁ ଶେଖର ମହାନ୍ତି, ଲିଙ୍ଗରାଜ ପୁଲିସ, ୩ ସେକ୍ସନ ମହିଳା ପୁଲିସ ସହିତ ଏକ ପ୍ଲାଟୁନ୍‌ ରିଜର୍ଭ ପୁଲିସ ଉପସ୍ଥିତ ଥିଲେ।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories