ନବରଙ୍ଗପୁର : ନବରଙ୍ଗପୁର ବ୍ଲକ ବିକ୍ରମପୁର ଠାରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ଗୋଟିଏ ଜେସିବି ସହ ଗୋଟିଏ ଟ୍ରକ ଏବଂ ଗୋଟିଏ ଟିପରକୁ ଜବତ କରାଯାଇଛି। ଜବତ ଗାଡିକୁ ନବରଙ୍ଗପୁର ପୁଲିସ ଥାନାରେ ଅଟକ ରଖାଯାଇଛି ।
ନବରଙ୍ଗପୁର ଜିଲ୍ଲାରେ ବେଆଇନ ବାଲି ଚାଲାଣକୁ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରଇତଙ୍କ ନେତୃତ୍ୱରେ ଆରଆଇ, ସୁପରଭାଇଜର ଏବଂ ପୁଲିସ ଟିମ ସହ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବିକ୍ରମପୁର ଗ୍ରାମର ଏକ ସ୍ଥାନରେ ବେଆଇନ ଭାବେ ବାଲି ଗଚ୍ଛିତ କରି ବାହାରକୁ ଚାଲାଣ କରିବା ଅଭିଯୋଗରେ ଜେସିବି ଏବଂ ଟ୍ରକକୁ ଜବତ କରି ଥାନାରେ ରଖାଯାଇଛି।



