www.samajalive.in
Thursday, December 11, 2025
14.1 C
Bhubaneswar

ଦୁଃଖିଶ୍ୟାମ ମେମୋରିଆଲ ନକ୍ଆଉଟ୍ ପୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନର୍ଲା: ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଦୁଃଖିଶ୍ୟାମ ମେମୋରିଆଲ ନକ୍ଆଉଟ୍ ପୁଟବଲ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପନୀ ହୋଇଛି। ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥି ଭାବରେ ନର୍ଲା ବନ ବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ତୁଳାପଡା ସରପଞ୍ଚ ଲେମ୍ବୁ ମାଝୀ, ହରେକୃଷ୍ଣ ମାଝୀ, ମନମୋହନ ନାୟକ, ଲକ୍ଷ୍ମଣ ଷଡ଼ଙ୍ଗୀ, ମଦନ ନାୟକ ପ୍ରମୁଖ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ। ବନ ବିଭାଗର କର୍ମଚାରୀ ତଥା ତୁଳାପଡା ମା’ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନର ଦକ୍ଷ ଫୁଟବଲ୍ ଖେଳାଳୀ ସ୍ବର୍ଗତ ଦୁଖିଶ୍ୟାମ ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ବନ୍ଧୁ ବିଭୂ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଫୁଟବଲ୍ ପ୍ରତିଯୋଗୀତା ତୁଳାପଡା ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୦ଟି ଦଳ ଏଥିରେ ଭାଗ ନେଇଥିଲେ। ଆଜିର ଫାଇନାଲ୍ ଖେଳ ଡଙ୍ଗାପଟ୍ଟା ଏକାଦଶ ଓ ତୁଳାପଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ଚତ୍ମକାର ଖେଳ ପ୍ରଦର୍ଶନ କରିଥିବା ବେଳେ ତୁଳାପଡା ୨-୧ ଗୋଲରେ ଚାମ୍ପିୟାନ ହୋଇଥିଲେ। ଚାମ୍ପିୟାନ ଦଳ ତୁଳାପଡାକୁ ଟ୍ରଫି ସହ ୪ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ୩ହଜାର ଟଙ୍କା ପ୍ରଦାନ କରା ଯାଇଥିଲା । ମା’ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ପରିଚାଳିତ ଏହି ଖେଳର ପରିଚାଳନା କରିଥିଲେ ରେଫ୍ରି ସନ୍ତୋଷାନନ୍ଦ ନାୟକ, ସୁରେଶ ନାୟକ, ମକୁନ୍ଦ ନାୟକ ଓ ନରେଶ କୁମାର ନାୟକ ପ୍ରମୁଖ ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories