www.samajalive.in
Friday, December 5, 2025
27.1 C
Bhubaneswar

ଖାଉଟି ଅଦାଲତର ରାୟକୁ ଅବମାନନା, ପ୍ରାପ୍ୟ ପ୍ରଦାନ ସରକାରୀ କାର୍ଯ୍ୟାଳୟ ଅବହେଳା କରୁଥିବା ଅଭିଯୋଗ 

ନବରଙ୍ଗପୁର: ଖାଉଟି ଅଦାଲତର ରାୟ ପରେବି ଖାତିରି କରୁନାହିଁ ସରକାରୀ କାର୍ୟ୍ୟାଳୟ ଏପରି ଏକ ଅଭିଯୋଗ ଆଣିଛନ୍ତି ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମର ବୈଜନ୍ତି ବାଘ। ତାଙ୍କ ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଠାରେ ତାଙ୍କ ପିତା  ଚନ୍ଦ୍ରସେନ ଖୁରା ଏନଏମଆର (ମୁଲିଆ ) ଭବେ ନିଯୁକ୍ତି ପାଇଥିଲେ। ଚନ୍ଦ୍ରସେନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ୨ଟି ଝିଅ ସହ କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ କୁସୁମ ପଦର ଗ୍ରାମରେ ରହୁଥିଲେ। ଦୁର୍ଭାଗ୍ୟ ବଶତଃ କାର୍ଯ୍ୟରତ ଅବସ୍ଥାରେ ଚନ୍ଦ୍ରସେନ ଖୁରା ୧୯୯୬ ମସିହାରେ ପରଲୋକ ହୋଇଯାଇଥିଲେ। ବଡ଼ ଝିଅ ବୈଜନ୍ତି ବର୍ତମାନ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ଖଣ୍ଡିଆ ଗୁଡା ଗ୍ରାମରେ ବିବାହିତ ହୋଇ ବର୍ତମାନ ରହୁଛନ୍ତି। ପିତାଙ୍କର ମୃତ୍ୟୁ ପରେ ବାପା ମା ଛେଉଣ୍ଡ ହୋଇ ରହିଥିବା ବେଳେ ବାପାଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ଜିପିଏଫ ଟଙ୍କା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀ ନିକଟରେ ସମସ୍ତ ପ୍ରକାର କାଗଜପତ୍ର ସହ ଆବେଦନ କରିବା ପରେ ବି କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ନବରଙ୍ଗପୁର ଖାଉଟି ଅଦାଲତ ରେ ୨୦୧୮ ଫେବୃଆରୀ ୨୨ ତାରିଖ ରେ ଏକ ମାମଲା ରୁଜୁ କରିଥିଲେ।

ଏହି ଟଙ୍କା ପାଇବା ପାଇଁ ବିଭାଗୀୟ କାର୍ୟ୍ୟାଳୟ ଠାରୁ ଆରମ୍ବ କରି ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସମେତ ପ୍ରାଇଭେଟ ଫଣ୍ଡ କମିସନର ସହିତ ଜନ ଅଭିଯୋଗ ପ୍ରକଷ୍ଟ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଇତି ମଧ୍ୟରେ ଖାଉଟି ଅଦାଲତ ୨୦୧୮ ଫେବୃଆରୀ ୨୨ ତାରିଖ କେଶ ନଂ ୧୪ ମାମଲାର ଶୁଣାଣି କରି ୨୦୧୯ ଜାନୁଆରୀ ୩୦ରେ ରାୟ ପ୍ରକାଶ କରିଥିଲେ। ୩୦ ଦିନ ମଧ୍ୟରେ ସମସ୍ତ ପ୍ରାପ୍ୟ ପ୍ରଦାନ ପାଇ ନିର୍ଦେଶ ଦେବାସହ ଏହାକୁ ଅବମାନନା କଲେ ବାର୍ଷିକ ୧୨ ପ୍ରତିଶତ ସୁଧ ରାଶି ଦେବାପାଇଁ ରାୟରେ ପ୍ରକାଶ କରିଥିଲେ। ରାୟ ପ୍ରକାଶର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ଅଭିଯୋଗକାରୀଙ୍କୁ ଟଙ୍କା ମିଳିନାହିଁ ବୋଲି କହିବା ସହ ଆମକୁ ନ୍ୟାୟ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories