www.samajalive.in
Thursday, December 11, 2025
15.1 C
Bhubaneswar

ପ୍ରଥମ ରାଉଣ୍ଡ ମ୍ୟାଚରୁ ଓଡ଼ିଶା ଏଫ୍‌ସିକୁ ୬ ପଏଣ୍ଟ

ବାମ୍ବୋଲିମ୍ : ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ୭ମ ସଂସ୍କରଣ​‌େ​‌ର ଓଡ଼ିଶାର ଦଳ ଓଡ଼ିଶା ଏଫ୍‌ସିର ପ୍ରଥମ ରାଉଣ୍ଡ ମ୍ୟାଚ ଶେଷହୋଇଛି। ଦଳ ୧୦ଟି ଲିଗ୍‌ ମ୍ୟାଚରୁ ଗୋଟିଏ ବିଜୟ, ୩ଟି ଡ୍ର ଓ ୬ଟି ପରାଜୟ ସହ ୬ ପଏଣ୍ଟ ପାଇଛି। ରବିବାର ବାମ୍ବୋଲିମ୍‌ର ଜିଏମ୍‌ସି ଷ୍ଟାଡ଼ିୟମରେ ଓଡ଼ିଶା ଏଫ୍‌ସି ଓ ଚେନ୍ନଇୟିନ୍ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଶେଷ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଥିବା ଓଡ଼ିଶା ଏଫ୍‌ସି ବିଜୟ ଧାରାକୁ ବଜାୟ ରଖିବା ନେଇ ଖେଳିଥିଲା। ପ୍ରାରମ୍ଭରୁ ଓଡ଼ିଶା ଏଫ୍‌ସି ଆକ୍ରମଣାତ୍ମକ ଖେଳ ଆପଣାଇଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇନଥିଲା। ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉଭୟ ଦଳ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ। ମ୍ୟାଚ ଶେଷ ମିନିଟ୍‌ ପର୍ୟ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ଗୋଲଶୂନ୍ୟ ରହିଥିଲା। ଓଡ଼ିଶା ଏଫ୍‌ସି ୧୦ଟି ମ୍ୟାଚରୁ ମାତ୍ର ୬ ପଏଣ୍ଟ ପାଇଥିବା ବେଳେ ୨ୟ ରାଉଣ୍ଡ ମ୍ୟାଚରେ ବିଜୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଓଡ଼ିଶା ଏଫ୍‌ସି ୧୩ରେ ଦ୍ବିତୀୟ ରାଉଣ୍ଡର ପ୍ରଥମ ମ୍ୟାଚ ଚେନ୍ନଇୟିନ୍‌ ସହିତ ବାମ୍ବୋଲିମ୍‌ରେ ଖେଳିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories