www.samajalive.in
Thursday, December 11, 2025
16.1 C
Bhubaneswar

ଜିଲୁ ମେମୋରିଆଲ୍ କପ୍ କ୍ରିକେଟ୍, ରଣପୁର ଚମ୍ପିଆନ

ବାଙ୍କୀ(ଡମପଡ଼ା): ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚକାପଦା ଖଣ୍ଡିତେଶ୍ୱର ଖେଳପଡିଆ ଠାରେ ପତୀତପାବନ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଷଷ୍ଠ ବାର୍ଷିକ ଜିଲୁ ମେମୋରିଆଲ୍ କପ୍ କ୍ରିକେଟ ୨୦୨୧ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚରେ ଯୁବଶକ୍ତି କ୍ରିକେଟ କ୍ଲବ ହଇରାଜପୁର ଏବଂ ଏଫ୍‌ସିସି କ୍ରିକେଟ୍ କ୍ଲବ ରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଯୁବଶକ୍ତି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୯୯ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଯବାବରେ ଏଫ୍‌ସିସି କ୍ରିକେଟ କ୍ଲବ ସପ୍ତମ ଓଭରରେ ମ୍ୟାଚଟିକୁ ହାତେଇ ନେଇ ଚଳିତ ବର୍ଷର ଚମ୍ପିଆନ ହୋଇଛି।

 

- Advertisement -

ମ୍ୟାଚ ପରିଚାଳକ ରୂପେ ଦୀପକ କୁମାର ରାଉତ ଏବଂ ନିରଞ୍ଜନ ରାଉତ ଖେଳ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ମନୋଜ କୁମାର ପ୍ରଧାନ ଏବଂ ମାନସ ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ। ଉଦ୍‌ଯାପନି ଉତ୍ସବରେ ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ର କୁମାର ବେହେରା, ଦେବାଶିଷ ପଣ୍ଡା ଯୋଗଦାନ କରିଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ବୁବୁନା ମଙ୍ଗୁଆଳ ଏବଂ ମ୍ୟାନ୍ ଅଫ୍ ଦି ସିରିଜ ରାଜାଙ୍କୁ ପୁରସ୍କୃତ କରାଯାଇଥିଲା। ଶୁଭକାନ୍ତ ସାହୁ, ନିରଞ୍ଜନ ରାଉତ, ଦେବାଶିଷ ପଣ୍ଡା, ବିଶ୍ୱନାଥ ସ୍ୱାଇଁ, ସୁଶାନ୍ତ ସାମଲ ପ୍ରମୁଖ ମ୍ୟାଚଟିକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories