www.samajalive.in
Monday, December 8, 2025
14.1 C
Bhubaneswar

୩ଜିବି ରାମ୍‍ ସହ ବଜାରକୁ ଆସିଲା ‘ଓପୋ ଏ-୩ଏସ୍’

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ୍‍ ନିର୍ମାତା କମ୍ପାନୀ ‘ଓପୋ’ ଭାରତରେ ନିଜର ୩ଜିବି ରାମ୍‍ ର ସ୍ମାର୍ଟଫୋନ୍‍ ‘ଓପୋ ଏ-୩ ଏସ୍‍’ ଲଞ୍ଚ୍‍ କରିଛି। ଏହା ପୂର୍ବରୁ ଏହି ଫୋନ୍‍ ୨ଜିବି ରାମ୍‍ ମଡେଲ୍‍ରେ ବିକ୍ରି ହେଉଥିଲା। ଟ୍ୱିଟ୍‍ କରି କମ୍ପାନୀ ତରଫରୁ ଏହି ସୂଚନା ଦିଆଯାଇଛିି। ଏମିତିରେ କମ୍ପାନୀ ଏହି ଫୋନ୍‍ର ଉପଲବ୍ଧତା ବାବଦରେ କୌଣସି ସୂଚନା ଦେଇନାହିଁ।ଏହି ଫୋନ୍‍ ବିଷୟରେ ଓପୋ ଇଣ୍ଡିଆର ୱେବ୍‍ସାଇଟ୍‍ରେ ସୂଚନା ଦିଆଯାଇଛି।
‘ଓପୋ ଏ-୩ଏସ୍‍’ର ବିଶେଷତ୍ୱ
ଓପୋ ଏ-୩ଏସ୍‍ ଫୋନ୍‍ରେ ୬.୨ଇଞ୍ଚ୍‍ର ଏଚଡି ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ ପିକ୍ସେଲ୍‍ ଏବଂ ଆସ୍ପେକ୍ଟ ରେସିଓ ୧୯:୯। ଏହି ଫୋନ୍‍ରେ ଆଣ୍ଡ୍ରଏଡ୍‍ ଓରିୟୋ ୮.୧, ସ୍ନାପଡ୍ରାଗନ୍‍ ୪୫୦ପ୍ରେସେସର, ଗ୍ରାଫିକ୍ସ ପାଇଁ ୫୦୬ଜିପିୟୁ, ୨ଜିବି/୩ଜିବି ରାମ୍‍ ଏବଂ ୧୬ଜିବି/୩୨ଜିବି ଷ୍ଟୋରେଜ୍‍ ମିଳିବ, ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସଲ୍‍ ଏବଂ ଅନ୍ୟଟି ୨ମେଗାପିକ୍ସେଲ୍‍। ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ୍‍, ଏହା ସହିତ ଏଥିରେ ଏଆଇ ବ୍ୟୁଟି ମୋଡ୍‍ ମିଳିବ। ଫୋନ୍‍ରେ ଫେସ୍‍ ଅନଲକ୍‍ ମଧ୍ୟ ରହିଛି।
ସଂଯୋଗ ପାଇଁ ୪ଜି ଏଲ୍‍ଟିଇ, ୱାଇ-ଫାଇ, ବ୍ଲୁଟୁଥ୍‍ ଭି-୪.୨, ଜିପିଏସ୍‍, ଏଫ୍‍ଏମ୍‍ ରେଡିଓ ଏବଂ ମାଇକ୍ରୋ ୟୁଏସବି ପୋର୍ଟ ରହିଛି। ଫୋନ୍‍ରେ ୪୨୩୦ଏମ୍‍ଏଚ୍‍ ବ୍ୟାଟେରୀ ରହିଛି। ଏହାର ୩ଜିବି ରାମ୍‍ ଏବଂ ୩୨ଜିବି ଷ୍ଟୋରେଜ୍‍ର ମୂଲ୍ୟ ୧୩,୯୯୦ ଟଙ୍କା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories