www.samajalive.in
Saturday, December 6, 2025
26.1 C
Bhubaneswar

ପରଦାକୁ ଆସିଲା ହିନ୍ଦୀ ଚଳଚ୍ଚିତ୍ର ‘ଫନେ ଖାନ୍‍’

ନୂଆଦିଲ୍ଲୀ : ଶୁକ୍ରବାର ମୁକ୍ତିଲାଭ କରିଛି ହିନ୍ଦୀ ଚଳଚ୍ଚିତ୍ର ‘ଫନେ ଖାନ୍’। ଅଭିନେତା ଅନିଲ କପୁର ଏଥିରେ ମୂଖ୍ୟ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଛନ୍ତି। ଅନିଲଙ୍କ ସହ ଏୈଶ୍ୱର୍ଯ୍ୟା ରାୟ ବଚ୍ଚନ, ରାଜକୁମାର ରାଓ, ଦିବ୍ୟା ଦତ୍ତା, ପିହୁ ଶନ୍ଦ, କରଣ ସିଂ ଛାବରାଙ୍କ ଭଳି କଳାକାର ନଜର ଆସିଛନ୍ତି। ଚଳଚ୍ଚିତ୍ରରେ ନିର୍ଦେଶନା ଭାର ସମ୍ଭାଳିଛନ୍ତି ‘ଅତୁଲ ମଞ୍ଜରେକର୍‍’। ଅନିଲ କପୁର ଏଥିରେ ଏକ ଟ୍ୟାକ୍ସି ଡ୍ରାଇଭର ‘ଫନେ ଖାନ୍’ ଚରିତ୍ରରେ ନଜର ଆସିଛନ୍ତି। ‘ଫନେ ଖାନ୍‍’(ଅନିଲ)ଙ୍କ ପତ୍ନୀ ଚରିତ୍ରରେ ଦିବ୍ୟା ଦତ୍ତା ନଜର ଆସିଥିଲାବେଳେ ତାଙ୍କ ଝିଅ ଚରିତ୍ରରେ ନଜର ଆସିଛନ୍ତି ‘ପିହୁ ଶନ୍ଦ’।
ଚଳଚ୍ଚିତ୍ରରେ ଫନେ ଖାନ(ଅନିଲ କପୁର)ଙ୍କର ଗାୟକ ହେବାରେ ବହୁତ ଆଗ୍ରହ ଥିବା ସତ୍ତ୍ବେ ସେ ପାରିବାରିକ ସମସ୍ୟା ହେତୁ ଜଣେ ଗାୟକ ହୋଇ ପାରୁନାହାନ୍ତି। ତେଣୁ  ସେ ତାଙ୍କ ଝିଅକୁ ଲତା ମଙ୍ଗେସ୍‍କରଙ୍କ ଭଳି ଗାୟିକା କରିବାକୁ ନେଇ ମନ ବଳାଉଛନ୍ତି। ଏହି ଭଳି ଭାବରେ ଚଳଚ୍ଚିତ୍ରର କାହାଣୀଟି ଗତିଶୀଳ ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories