www.samajalive.in
Wednesday, December 10, 2025
16.1 C
Bhubaneswar

ବଦଳୁନି ପ୍ରଶାସନର ହେଳୁଆ ମନୋବୃତ୍ତି, ବିକାଶ ନାମରେ ଚାଲିଛି ପ୍ରହସନ 

ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରମୁଖ ପ୍ରାଣକେନ୍ଦ୍ର ରୂପେ ସମ୍ବଲପୁର ପରିଚିତ ଥିବା ବେଳେ ଜନତାଙ୍କ ସୁବିଧା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। କିନ୍ତୁ ଚିରାଚରିତ ପ୍ରଶାସନିକ ହେଳୁଆ ନିତି ଓ କାର୍ଯ୍ୟକାରୀ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ଠିକା ଭାବରେ କାର୍ଯ୍ୟକାରୀ ହୋଇ ନ ପାରି ଜନତାଙ୍କ କୋଟି କୋଟି ଟିକସ ଟଙ୍କା ଅପଚୟ ହେଉଛି। ଉଦାହରଣସ୍ୱରୂପ ସମ୍ବଲପୁରର କେନ୍ଦ୍ରସ୍ଥଳିରେ ନିର୍ମାଣାଧିନ ଓଭରବ୍ରିଜର ପ୍ରସଙ୍ଗ ନିଆଯାଇପାରେ। ଆରମ୍ଭ ସମୟରୁ ହିଁ ବିଭିନ୍ନ ବିବାଦ ଘେରରେ ରହିଆସିଥିବା ଏହି ବ୍ରିଜ ନିର୍ମାଣ ସମୟ ଅବଧି ଠାରୁ ଢ଼େର ବିଳମ୍ବରେ କାର୍ଯ୍ୟକାରୀ ହେଉଛି। ଯୋଜନାବିହୀନ ନିର୍ମାଣ କାର୍ଯ୍ୟକାରିତା ଯୋଗୁଁ ବର୍ଷ ବର୍ଷ ଧରି ଜନତା ଏହି ବ୍ୟସ୍ତତମ ମାର୍ଗରେ ପାଥୱେ ପାଇବାରୁ ବଞ୍ଚିତ ରହିଥିଲେ। ନିର୍ମାଣାଧିନ ଅବସ୍ଥାରେ ବ୍ରିଜ ଉପରୁ ଲୁହା ଖସି ଅନେକ ଆହତ ହେବାର ମଧ୍ୟ ନଜୀର ରହିଛି। ଏହି ବ୍ରିଜ ଧୁଚୁରାପଡା ଠାରେ ରହିଥିବା ଲ୍ୟାଣ୍ଡିଂ ଅଞ୍ଚଳରେ ରାସ୍ତା ଅଣଓସାରିଆ ହୋଇ ଯାଇଥିବାରୁ ସବୁ ସମୟରେ ଟ୍ରାଫିକ ଜାମ ହେଉଛି। ଏହାର ପ୍ରତିକାର ପାଇଁ ଦୁଇ ପାର୍ଶ୍ବରେ ରହିଥିବା ସ୍ଥାୟୀ ନିର୍ମାଣ ଗୁଡିକର ଉଚ୍ଛେଦ ପ୍ରକ୍ରିୟା କରାଯାଉ ନାହିଁ। ଏହା ସହିତ ଗୁଜୁରାତି କଲୋନୀର ପ୍ରବେଶ ଦ୍ୱାର ଠାରେ ବ୍ରିଜର ଉଚ୍ଚତା ଏତେ କମ ରହିଛି ଯେ ସାମନ୍ୟ ଅଟୋ ଗୋଟିଏ ଗଲେ ତାହା ବ୍ରିଜର ଲୁହା ବିମରେ ଲାଖି ରହିଯାଉଛି। ଆମ୍ବୁଲାନ୍ସ, ଦମକଳ ଗାଡି ସମେତ ଅନ୍ୟ ଭାରୀଯାନ ଗୁଜୁରାତି କଲୋନୀ ମଧ୍ୟକୁ ବ୍ରିଜ ନିର୍ମାଣ ଆରମ୍ଭ ଦିନ ଠାରୁ ପ୍ରବେଶ କରି ନ ଥିବା ବେଳେ ଯଦି ବିକଳ୍ପ ବ୍ୟବସ୍ଥା କରା ନ ଗଲେ ଆଗାମୀ ଦିନରେ ତାହା ଆଉ ସମ୍ଭବପର ହେବ ନାହିଁ। ଏଣୁ କୌଣସି ଏକ ଘଟଣ ଘଟିଲେ ଏହି ଅଞ୍ଚଳକୁ ଜରୁରୀକାଳୀନ ସେବା ଦେବା ସମ୍ଭବପର ନୁହେଁ।

ଅନ୍ୟ ପଟରେ ଗୁଜୁରାତି କଲୋନୀର ଅପରପାର୍ଶ୍ବରେ ରହିଥିବା ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ନାଳ ଗୁଡିକ ଏବେ ମରଣଯନ୍ତାରେ ପରିଣତ ହୋଇଛି। ପୂର୍ବରୁ ଏହି ନାଳଟି ଜାମ ହୋଇ ଯାଇଥିବାରୁ ପ୍ରାୟ ୬ ମାସ ଧରି ରାଜରାସ୍ତାରେ ଆବର୍ଜନା ପାଣି ବହିବା ସହିତ ଲୋକେ ପଡ଼ିଉଠି ଖଣ୍ଡିଆ ଖାବରା ମଧ୍ୟ ହୋଇଥିଲେ। ଏବେ ଏହି ନାଳକୁ ସଫା କରିବା ପାଇଁ କରାଯାଇଥିବା ବିଭିନ୍ନ ଚାମ୍ବର ଗୁଡିକ ଉପରେ ପକାଯାଇଥିବା ଲୁହା ଗୁଡିକ ରାସ୍ତା ଠାରୁ ପ୍ରାୟ ୬ ଇଞ୍ଚ ପର୍ଯ୍ୟନ୍ତ ଦବି ଯାଇଥିବାରୁ ପ୍ରତ୍ୟହ ଦୁଇ ଚକିଆ ଯାନ ଚାଳକ ମାନେ ପଡ଼ି ଉଠି ଖଣ୍ଡିଆ ଖାବରା ହେଉଛନ୍ତି। କିନ୍ତୁ ପ୍ରତ୍ୟହ ଏହି ରାସ୍ତା ଦେଇ ଅନେକ ଦାୟିତ୍ୱବାନ ଅଧିକାରୀ ମାନେ ଯାଉଥିଲେ ସୁଦ୍ଧା ଜନତାର ଦୁଃଖ ପ୍ରତି କାହାରି ନିଘା ନାହିଁ। ନବ ବର୍ଷ ଦିନ ଜାତୀୟ ରାଜପଥ ଉପରେ ଥିବା ଏକ ଖାଲରେ ପଡ଼ିଯିବାରୁ ପଛରୁ ଆସୁଥିବା ଏକ ଭାରୀଯାନ ସେମାନଙ୍କ ଉପରେ ଚ ଢ଼ିଯିବାରୁ ଅକାରଣେ ସେମାନଙ୍କର ଜୀବନ ଚାଲିଯାଇଛି। ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ଯେଭଳି ବିପଦଶଙ୍କୁଳ ଅବସ୍ଥାରେ ନାଳର ଚାମ୍ବର ଗୁଡିକର ଲୁହା ଦବି ଯାଇଛି, କୌଣସି ସମୟରେ ମଧ୍ୟ ବଡଧରଣର ଅଘଟଣ ଘଟିବାର ଆଶଙ୍କା ଲାଗି ରହୁଛି। ଏଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହେଉଛି। ଅନ୍ୟ ପଟରେ ଯୋଜନାବିହୀନ ଓ ବିଭାଗ ଗୁଡିକର ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଏଭଳି ଅନେକ କାର୍ଯ୍ୟ ସହର ମଧ୍ୟରେ ଚାଲୁଥିବା ବେଳେ ଆଗାମୀ ଦିନରେ ସେଗୁଡିକ ତାର ପ୍ରକୃତ ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ ରହିବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରୁଛନ୍ତି। ଏଣୁ ଜନତାଙ୍କ ଟିକସର ସୁବିନିଯୋଗ କରିବା ସହିତ ବିକାଶ ନାମରେ ପ୍ରହସନ କରିବା ପ୍ରଶାସନ ଛାଡୁ ବୋଲି ସବୁ ମହଲରୁ ଦାବି ହେଉଛି।

- Advertisement -

 

 

 

 

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories