www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ମିଥ୍‌କୁ ରନ୍ ଆଉଟ୍‌ କରିବା କ୍ୟାରିୟରର ଶ୍ରେଷ୍ଠ ଉପଲବ୍ଧି : ଜାଡେଜା

ସିଡ୍‌ନୀ  : ସିଡ୍‌ନୀ ଟେଷ୍ଟର ଦ୍ବିତୀୟ ଦିବସରେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଓପନର ଶୁବମାନ୍‌ ଗିଲ୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂରେ ଜାଡେଜା ୪ଟି ୱିକେଟ ନେଇଥିବାବେଳେ ବ୍ୟାଟିଂରେ ଶୁବମାନ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂ ସହ ଜାଡେଜା ଫିଲ୍ଡିଂରେ ମଧ୍ୟ ଚମକ ଦେଖାଇଥିଲେ। ସବୁଠାରୁ ଆକର୍ଷଣୀୟ ଥିଲା ଷ୍ଟିଭ୍‌ ସ୍ମିଥ୍‌ଙ୍କ ରନ୍ଆଉଟ୍‌ । ଅଷ୍ଟ୍ରେଲିଆ ଇନିଂସର ଶେଷ ୱିକେଟକୁ ଜାଡେଜା ରନ୍ଆଉଟ୍‌ ମାଧ୍ୟମରେ ଅନ୍ତ ଘଟାଇଥିଲେ। ସ୍ମିଥ୍‌ ୧୩୧ରନ କରିଥିବାବେଳେ ବୁମ୍‌ରାଙ୍କ ବଲ୍‌ରେ ଦୁଇ ରନ୍ ନେଉଥିବାବେଳେ ଜାଡେଜାଙ୍କ ସିଧା ଥ୍ରୋରେ ଆଉଟ୍‌ ହୋଇଥିଲେ। ଉକ୍ତ ସିଧା ଥ୍ରୋ ସ୍ମିଥ୍‌ଙ୍କ ସମେତ ଭାଷ୍ୟକାରଙ୍କୁ ମଧ୍ୟ ଚକିତ କରିଥିଲା। ଜାଡେଜା କୁହନ୍ତି, ମୋ କ୍ରିକେଟ କ୍ୟାରିୟରର ସବୁଠାରୁ ଶ୍ରେଷ୍ଠ ଉପଲବ୍ଧି ହେଉଛି ସ୍ମିଥ୍‌ଙ୍କୁ ରନ୍‌ଆଉଟ୍‌ କରିବା । ସ୍ମିଥ୍‌ ଚମତ୍କାର ବ୍ୟାଟିଂ କରୁଥିବାବେଳେ ଆଉ କିଛି ରନ୍‌ ମଧ୍ୟ ଦଳ ପାଇଁ ଯୋଡ଼ିପାରିଥାନ୍ତେ ।ତାଙ୍କୁ ରନ୍ଆଉଟ୍‌ କରିବା ମୋ ପାଇଁ ବଡ ଉପଲବ୍ଧି ବୋଲି ଜାଡେଜା କହିଛନ୍ତି। ସେହିପରି ଓପନର ଶୁବମାନ୍‌ ଗିଲ୍‌ଙ୍କ ବ୍ୟାଟିଂକୁ ମଧ୍ୟ ଜାଡେଜା ପ୍ରଶଂସା କରିଛନ୍ତି। ବୈଷୟିକ ଦୃଷ୍ଟିକୋଣରୁ ଶୁବମାନ୍‌ ବହୁତ ଦକ୍ଷ। ଯୁବ ପ୍ରତିଭା ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ଜାଡେଜା କହିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ପ୍ରଶଂସନୀୟ ଇନିଂସ ଖେଳିଛନ୍ତି ଯୁବ କ୍ରିକେଟର ଶୁବମାନ୍‌ ଗିଲ। ନିଜ କ୍ୟାରିୟରର ଦ୍ବିତୀୟ ଟେଷ୍ଟରେ ଶୁବମାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତଙ୍କ ସହିତ ଶୁବମାନ୍‌ ଓପନିଂ କରିବାକୁ ଓହ୍ଳାଇଥିଲେ। ଉଭୟେ ପ୍ରଥମ ୱିକେଟ ଯୋଡ଼ିରେ ୭୦ରନ ଯୋଗ କରିଥିଲେ। ଶୁବମାନ୍ ୧୦୧ଟି ବଲ ଖେଳି ୮ଟି ଚୌକା ସହାୟତାରେ ୫୦ରନ କରି ପ୍ୟାଟ୍‌ କମିନ୍ସଙ୍କ ବଲରେ ଗ୍ରୀନଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଶୁବମାନ ମେଲବୋର୍ଣ୍ଣରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟରେ ପଦାର୍ପଣ କରିଥିଲେ। ଉକ୍ତ ମ୍ୟାଚରେ ପ୍ରଥମ ଇନିଂସରେ ୪୫ ଓ ଦ୍ବିତୀୟ ଇନିଂସରେ ଅପରାଜିତ ୩୫ରନ କରିଥିଲେ।

Hot this week

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

Related Articles

Popular Categories