www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳ ଜିଲାରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରେ ଶୁକ୍ରବାର ରାତିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।। ଏହାକୁ ନେଇ ସମଗ୍ର ଜିଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ମୃଦୁ ଭୂମିକମ୍ପ ହେଉଥିବାର ନଜିର ରହିଥିବା ବେଳେ ଉକ୍ତ ଅଞ୍ଚଳରେ ଆଜି ପୁଣିଥରେ ମୃଦୁ ଭୂମିକମ୍ପ ହୋଇଛି। ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ଶୁକ୍ରବାର ରାତି ୯ଟା୪୫ ମିନିଟରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଥିଲା। ଦାରିଙ୍ଗବାଡ଼ି ସମେତ ଏହି ମୃଦୁ ଭୂମିକମ୍ପ ସିମନବାଡ଼ି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ପ୍ଲୀହେରୀ ଗ୍ରୀନବାଡ଼ି ଶ୍ରାନିକେତା, ବୁଡାଗୁଡ଼ା ଆଦି ପଂଚାୟତରେ ଅନୂଭୁତ ହୋଇଥିବା ସ୍ଥାନୀୟ ଅଂଚଳବାସୀ ମାନେ ସୂଚନା ଦେଇଛନ୍ତି। ଅଂଚଳବାସୀଙ୍କ ସୂଚନା ମୁତାବକ ପ୍ରାୟ ୩ ରୁ ୪ ସେକେଣ୍ଟ ପର୍ଯ୍ୟନ୍ତ ମୃଦୁ ଭୁମିକମ୍ପ ଅନୂଭୂତ ହୋଇଥିଲା। ଶୁକ୍ରବାର ରାତିରେ ଲୋକେ ଶୋଇବା ବେଳେ ହଟାତ ୯ଟା୪୫ମିନିଟରେ ଘରର ଖଟ,କାନ୍ଥଘଂଟା ଟିଭି ସମେତ ଆସବାବ ପତ୍ର ଭୂମିକମ୍ପ ଝଟକାରେ ଦୋହଲିଯାଇଥିଲା ଏହି ଭୂମିକମ୍ପର ଝଟକା ଫଳରେ ସ୍ଥାନୀୟ ଅଂଚଳବାସୀ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ।

ସେହିଭଳି ଜିଲାର ଫିରିଙ୍ଗିଆ, ରାଇକିଆ, କୋଟଗଡ଼, ଚକାପାଦ, ଟିକାବାଲି, ଜି.ଉଦୟଗିରି, କେ.ନୂଆଗାଁ, ବାଲିଗୁନା, ପକାରି, ବୁଡ଼ାଗୁଡ଼ା, ଶଙ୍କରାଖୋଲ, ବନ୍ଧଗଡ଼ ଭଳି ବିଭିନ୍ନ ଅଞ୍ଚଳ ଭଳି ଜିଲାର ପ୍ରାୟ ୭ଟି ବ୍ଳକରେ ଏହି ମୃଦୁଭୂମିକମ୍ପ ହୋଇଥିବାର ଖବର ମିଳିଛି। ଅନେକ ଅଞ୍ଚଳର ଅଧିବାସୀ ମାନେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିବାର ଦେଖାଯାଇଛି। ତେବେ ଏହାର ସାନ୍ଧ୍ରତା କେତେକଥିଲା ତାହା ଜଣାପଡ଼ିନାହିଁ। ଗତ ବର୍ଷ ମଧ୍ୟ ଜିଲାରେ ପ୍ରାୟ ୩ ଥର ଭୂମିକମ୍ପ ହୋଇଥିଲେ ମଧ୍ୟ ପ୍ରଥମଥର ପାଇଁ ଜିଲାର ବିିଭିନ୍ନ ଅଞ୍ଚଳରେ ଏହି ମୃଦୁ ଭୂମିକମ୍ପ ହୋଇଥିବାର ସୂଚନା ମିଳିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories