www.samajalive.in
Monday, December 8, 2025
13.1 C
Bhubaneswar

ଅନୁପ୍ରିୟାଙ୍କ ଆଶା

୨୦୧୩ରେ ପ୍ରଥମେ ଦକ୍ଷିଣ ସିନେଜଗତରେ କ୍ୟାରିୟର ଆରମ୍ଭ କରିଥିଲେ ଅନୁପ୍ରିୟା ଗୋଏଙ୍କା, ହେଲେ ମୁମ୍ବଇ ସିନେଜଗତ ହିଁ ତାଙ୍କୁ ଲୋକପ୍ରିୟ କରାଇଛି। ୩୩ ବର୍ଷୀୟା ଅନୁ ହେଉଛନ୍ତି କାନପୁରର ଝିଅ, ପାଠପଢ଼ାରେ ବେଶ୍ ଆଗୁଆ ଥିଲେ। ବାଣିଜ୍ୟର ଛାତ୍ରୀ କଲେଜ ପଢ଼ା ସମୟରେ ହିଁ ବାପାଙ୍କୁ ତାଙ୍କ ଘରୋଇ କପଡ଼ା ବ୍ୟବସାୟରେ ସହଯୋଗ କରିବା ଆରମ୍ଭ କଲେ। ଅଭିନୟ ପ୍ରତି ତାଙ୍କ ଆଗ୍ରହ ଥିଲା ସତ; କିନ୍ତୁ ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ସେ ଆଗଭର ହେଉନଥିଲେ। ଭାଗ୍ୟଚକ୍ରରେ ଶେଷରେ ସେ ମୁମ୍ବଇ ୨୦୦୯ରେ ଆସି ପ୍ରଥମେ ସେ କର୍ପୋରେଟ୍ ସେକ୍ଟରରେ କାମ ଆରମ୍ଭ କଲେ, ସମୟକ୍ରମେ ଯୋଗାଯୋଗ ବଢ଼ିବାରୁ ଅନୁଙ୍କୁ ବିଜ୍ଞାପନରେ ସୁଯୋଗ ମିଳିଲା। ସ୍ମାର୍ଟ ଅନୁଙ୍କ ଲୋକପ୍ରିୟତା ବଢ଼ିବା ସହ ଦକ୍ଷିଣ ସିନେମାର ଅଫର୍ ମିଳିବାରୁ ସେ ହାତଛଡ଼ା କରିନଥିଲେ। ୨୦୧୪ରେ ତାଙ୍କୁ ‘ବବି ଜାସୁସ୍’ରେ ବିଦ୍ୟା ବାଲାନ୍‌ଙ୍କ ସହ କାମ କରିବାର ସୌଭାଗ୍ୟ ମିଳିଲା। ଅଲୀ ଅବ୍‌ବରସ ଜଫର୍‌ ନିର୍ଦେଶିତ ‘ଟାଇଗର୍ ଜିନ୍ଦା ହେ’ରେନର୍ସ ପୂର୍ଣ୍ଣା ଚରିତ୍ରରେ ଅଭିନୟ ପରେ ଅନୁଙ୍କ ଭାଗ୍ୟ ଉଦୟ ହୋଇଥିଲା। ମୁଖ୍ୟ ଭୂମିକାରେ କାମ କରିଥିବା ସଲମାନ୍ ଖାନ୍ ମଧ୍ୟ ଅନୁଙ୍କ ଅଭିନୟର ପ୍ରଶଂସା କରିଥିଲେ। ଏହା ପରେ ଐତିହାସିକ ଚଳଚ୍ଚିତ୍ର ‘ପଦ୍ମାବତ୍’ରେ କାମ, ତା’ ସହ ଆକ୍ସନ୍ ଚଳଚ୍ଚିତ୍ର ‘ୱାର୍‌’ରେ ଏଜେଣ୍ଟ ଅଦିତିରେ କାମ କରିବାର ସୁଯୋଗ, ତାଳ ଦେଇ ୱେବ୍‌ ସିରିଜ୍‌ରେ ମଧ୍ୟ ଅନୁ କାମ କରିଚାଲିଲେ। କ୍ରିମିନାଲ୍ ଜଷ୍ଟିସ୍‌ ପରି ହିଟ୍ ସିରିଜ୍‌ରେ ପଙ୍କଜ ତ୍ରିପାଠୀ ଓ ଅନୁପ୍ରିୟାଙ୍କ ଅଭିନୟକୁ ବିଭିନ୍ନ ମହଲରେ ପସନ୍ଦ କରାଯାଇଛି। ସହ-କଳାକାର ଭାବେ କାମ କରି ମଧ୍ୟ ସିନେଜଗତର ଦୌଡ଼ରେ ନିଜକୁ ସାମିଲ କରିପାରିଥିବା ଅନୁପ୍ରିୟାଙ୍କ ଆଶା ଯେ ଏଥରକ ତାଙ୍କୁ ମୁଖ୍ୟ ଭୂମିକାର ଚଳଚ୍ଚିତ୍ର କିମ୍ବା ୱେବ୍ ସିରିଜ୍‌ରେ ଅଭିନୟ କରିବାର ସୌଭାଗ୍ୟ ମିଳୁ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories