www.samajalive.in
Sunday, December 7, 2025
14.1 C
Bhubaneswar

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ ଟିକାର ଡ୍ରାଏ ରନ୍

ଭୁବନେଶ୍ବର: ରାଜ୍ୟରେ ସବୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୌରାଞ୍ଚଳରେ ଟିକାକରଣର ପୂର୍ବାଭ୍ୟାସ କରାଯାଉଛି। ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜରେ ସମେତ ୧୧ଟି ଘରୋଇ ହସ୍ପିଟାଲରେ ଡ୍ରାଏ ରନ୍ ଚାଲିଛି। ପ୍ରତି ସ୍ଥାନରେ ୨୫ ଜଣଙ୍କୁ ‘ଡମି’ ଟିକା ଦିଆଯିବ। ସହର ହେଉ କି ଗାଁ, ଟିକାକରଣରେ କାଳେ କଣ ଅସୁବିଧା ହୋଇପାରେ, ସେ ସବୁ ଆଜି ଜଣା ପଡ଼ିବ। ଟିକା ନେବାର ୩୦ ମିନିଟ ଭିତରେ ଯଦି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଏ, ତାହେଲେ ତୁରନ୍ତ ଚିକିତ୍ସା କରିବା ପାଇଁ ନିରୀକ୍ଷଣ କକ୍ଷରେ ରଖାଯିବ। ସେଥିରେ ସମସ୍ତ ଜୀବନ ରକ୍ଷା ଔଷଧ ରଖାଯାଇଛି। କେନ୍ଦ୍ରରୁ ଖୁବ ଶୀଘ୍ର ଟିକା ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ଡିଏମଇଟି, ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ସେ ଟିକା ନେବେ, କାରଣ ଟିକାର ଉଦ୍ଦେଶ୍ୟ ମହତ। ଗବେଷଣାରୁ ଜଣାପଡ଼ିଛି ଏହି ଟିକାର କିଛି ପାର୍ଶ୍ୱ ପ୍ରତିକ୍ରିୟା ନାହଁ। ଏଣୁ ଟିକା ନେବାରେ ସଙ୍କୋଚ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାଛଡ଼ା ଡିଏମଇଟି ଆହୁରି ମଧ୍ୟ କହିଛନ୍ତି ଯେ ସବୁ ଔଷଧ ଓ ଟିକାର କିଛି ପ୍ରତିକ୍ରିୟା ଥାଏ। ଜରୁରୀ ବ୍ୟବହାର ପାଇଁ କରୋନା ଟିକା ଖୁବ୍ କମ୍ ଦିନ ଭିତରେ ବାହାରିଛି। ଏହି ଟିକା କାମ କରିବ ଓ ଫଳପ୍ରଦ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ କରୋନା ଟିକା ଦିଆଯିବ ଏବଂ ପ୍ରଥମ ପର୍ୟ୍ୟାୟ ପାଇଁ ୨୧ ଲକ୍ଷ ସିରିଞ୍ଜ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି।

 

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories