www.samajalive.in
Monday, December 8, 2025
24.1 C
Bhubaneswar

ଆସାମ-ବୃଦ୍ଧ ପିତାମାତାଙ୍କ ଦାୟିତ୍ୱ ନନେଲେ ସରକାରୀ କର୍ମଚାରୀଙ୍କ କଟିବ ୧୦ପ୍ରତିଶତ ଦରମା

ଗୌହାଟି: ଆସାମରେ ୨ଅକ୍ଟୋବରରୁ ନୂଆ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ବୃଦ୍ଧ ପିତା ମାତା ଅଥବା ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଦାୟିତ୍ୱ ନ ନିଅନ୍ତି ତେବେ ତାଙ୍କ ଦରମାର ୧୦ପ୍ରତିଶତ କାଟି ନିଆଯିବ। ଏହି ଟଙ୍କା ପିତାମାତା ଅଥବା ଭାଇ ଭଉଣୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଆସାମ ସରକାର ୨୦୧୭ରେ ବିଧାନସଭା ଅଭିଭାବକ ଦାୟିତ୍ୱ ନିୟମ ବିଧେୟକ ପ୍ରାରିତ ହୋଇଥିଲା। ଏହି ବିଧେୟକକୁ ମଞ୍ଜୁରି ମିଳି ଯାଇଛି। ଏଭଳି ଆଇନ ଲାଗୁ କରିବା କ୍ଷେତ୍ରରେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ସ୍ଥାନିତ ହୋଇଛି। ଏ ସମ୍ପର୍କରେ ଆସାମର ଅର୍ଥ ମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମା ସୂଚନା ଦେଇ ଖୁବ୍‍ ଶୀଘ୍ର ଏଥି ନିମନ୍ତେ ପ୍ରମାଣ ଆୟୋଗ ଗଠନ କରାଯିବ ବୋଲି ପ୍ରକାଶ କରିଛନ୍ତି। ସରକାରୀ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଠିକ୍‍ ଭାବେ ରକ୍ଷଣାବେକ୍ଷଣ କରନ୍ତୁ ଏଭଳି ଆଇନ ଗଠନର ମୂଳ ଉଦ୍ଦେଶ୍ୟ। ଆସାମ ସରକାରଙ୍କ ଏଭଳି ପଦକ୍ଷେପକୁ ଆସାମର ବୟୋଜେଷ୍ଠ ନାଗରିକ ସ୍ୱାଗତ କରିଥିବାବେଳେ ସରକାରୀ କର୍ମଚାରୀ ଏଭଳି ଆଇନ ଜଣେ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ବୋଲି ମତ ରଖିଛନ୍ତି। ଏପରିକି ଆସାମର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏଭଳି ଆଇନ ଅହମୀୟ ସମାଜ ପ୍ରତି ଅପମାନ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories