www.samajalive.in
Thursday, December 11, 2025
26.1 C
Bhubaneswar

 କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର: କେନ୍ଦ୍ର ବିଜେପି ସରକାରଙ୍କ  କୃଷି ନୀତିର ପ୍ରତିବାଦରେ ଦେଶ ତମାମ ସାଧାରଣ ଲୋକେ ଅନ୍ନଦାତା କୃଷକମାନଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନ କରୁଥିଲାବେଳେ ଆଜି ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ   ହଳଧର ସେଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାର ମାନ୍ୟବର ସାଂସଦ  ଟି.ଏନ୍‍ ପ୍ରଥାପନଙ୍କ ଆହ୍ୱାନକ୍ରମେ ଓଡ଼ିଶା ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ଓଡିଶାର ମତ୍ସ୍ୟଚାଷୀ ଏବଂ ସାଧାରଣ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ କହିଲେ ଯେ ଓଡିଶାର ମାଛ ଚାଷୀମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ନିଦା ବିଷ୍ଣୁ ସାଜିଛନ୍ତି। ଅଥଳ ସମୁଦ୍ର, ନଦୀ ଏବଂ ପୋଖରୀ ଉପରେ ନିର୍ଭର କରି ମତ୍ସ୍ୟ ଉତ୍ପାଦନ ତଥା ମତ୍ସ୍ୟଚାଷ କରି ନିଜର ଜୀବିକା ନିର୍ବାହ କରୁଥିବା ଲୋକମାନଙ୍କର ସମସ୍ୟାକୁ ଓଡିଶା ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାରଙ୍କର ମତ୍ସ୍ୟ ଯୋଜନା ଓଡିଶାରେ ଫଳପ୍ରଦ ନହେବା ଦ୍ୱାରା ଓଡିଶାବାସୀ ପଡୋଶୀ ରାଜ୍ୟ ଆନ୍ଧ୍ର, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛନ୍ତି। ଓଡିଶାରେ ମଧୁରଜଳରେ ମାଛ ଚାଷ ପାଇଁ ସ୍ଥାନ ନିରୁପଣ କରି ମତ୍ସ୍ୟଜୀବୀମାନଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ଓଡିଶା ମାଛ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଥିଲେ।


ସାଧାରଣ କୃଷି ଓ କୃଷକମାନଙ୍କ ସ୍ୱାର୍ଥ ବିରୋଧୀ କେନ୍ଦ୍ର ବିଜେପି ସରକାରଙ୍କର କୃଷି ଆଇନ୍‍ ପ୍ରତ୍ୟାହାର ଦାବିରେ ଦେଶ ତମାମ୍‍ ହେଉଥିବା ଚାଷୀ ଆନ୍ଦୋଳନକୁ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ସମର୍ଥନ କରାଯାଇ ଏହି ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ବିଜେପି ସରକାରଙ୍କର ଏହି ଅଗଣତାନ୍ତ୍ରିକ କୃଷି ନୀତିକୁ ଯଥାଶୀଘ୍ର ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି  ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, କିଷାନ ସେଲ୍‌ଫ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, କଂଗ୍ରେସ ନେତା ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ଫକୀର ଚରଣ ଖଟୁଆ, ବିଧୁଭୂଷଣ ମହାପାତ୍ର, ଦୀପକ ମହାପାତ୍ର, ଲିଙ୍ଗରାଜ ସାହୁଙ୍କ ସମେତ ମତ୍ସ୍ୟଜୀବୀ କଂଗ୍ରେସ କର୍ମକର୍ତା ମୋତି କୈବର୍ତ, ପଂଚାନନ ମଲିକ, ଦିନବନ୍ଧୁ ଅଧିକାରୀ, ଜି. ଆରାୟା, ଏକାଦଶୀ ସେଠୀ, କ୍ଷୀରୋଦ କୁମାର ବେହେରା, ବ୍ରଜବନ୍ଧୁ ଦାସ, ଭାଗିରଥି ବେହେରା, ମାନସ ରଂଜନ ବେହେରା, ହରି ବେହେରା, ଆନନ୍ଦ ବେହେରା, ସୁଶାନ୍ତ ବେହେରା, ମହେନ୍ଦ୍ର ବେହେରା, ଶୁକଦେବ ବେହେରା, ଗୋବିନ୍ଦ ମଲିକ, ଗୁରୁବକ୍ସ ସିଂ ଆଲୁଆଲିଆ ଓ ଅଖିଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories