www.samajalive.in
Monday, December 8, 2025
27.1 C
Bhubaneswar

କୃଷି ଆଇନ ପ୍ରତ୍ୟାହାର ଦାବିରେ  ଜାନୁଆରୀ ୮ ରୁ କିଷାନ କଂଗ୍ରେସର ପ୍ରତିବାଦ ଓ ଧାରଣା 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଧ୍ୱଂସକାରୀ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ଆଜକୁ ୪୨ ଦିନ ହେଲା ଲକ୍ଷ ଲକ୍ଷ କୃଷକ ଖୋଲା ଆକାଶ ତଳେ ଶୀତ କାକରରେ ବସିଥିବା ବେଳେ ଏଥିରେ ୫୫ ରୁ ଅଧିକ କୃଷକଙ୍କ ଜୀବନ ଗଲାଣି। ମୋଦି ସରକାରଙ୍କର ଏହି ଅନ୍ନଦାତାଙ୍କ ପ୍ରତି ତିଳେମାତ୍ର ନିଘା ନାହିଁ। ସରକାର ୮ ଥର ବୈଠକ ଡାକି ଚାଷୀଙ୍କ ସହିତ ଖେଳ ଖେଳି ଚାଲିଛନ୍ତି। ଏହାକୁ ଆଉ କଦାପି ଚାଷୀକୂଳ ବରଦାସ୍ତ କରିବା ସମ୍ଭବ ନୁହେଁ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ବିଜେପି ସରକାର ଗଣତନ୍ତ୍ରର ସମ୍ବିଧାନକୁ ଜଳାଞ୍ଜଳି ଦେଇ ଯେଉଁଭଳି ଏକଛତ୍ରବାଦ ବ୍ରିଟିଶରାଜ ଚଳାଇଛନ୍ତି ଏହାର ପୂର୍ଣ୍ଣଛେଦ ପଡିବା ଏକାନ୍ତ ଜରୁରୀ। ଆଶା ଓ ବିଶ୍ୱାସ ଥିଲା ନୂଆବର୍ଷରେ ସରକାର ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ନୂତନ କୃଷି ଆଇନ ଦିଗରେ ବିଚାର କରିବେ, କିନ୍ତୁ ଏହା ହେଲା ନାହିଁ। ବାରମ୍ବାର ଚାଷୀଙ୍କୁ ଡାକୁଛନ୍ତି, ଭଣ୍ଡାଉଛନ୍ତି। ଏଣୁ ଏହି କୃଷି ଆଇନର ପ୍ରତ୍ୟାହାର ଦାବିରେ ଶହ ଶହ କୃଷକ ସଂଗଠନ ଯେଉଁ ଆନ୍ଦୋଳନକୁ ଜାରି ରଖିଛନ୍ତି, ଏହାକୁ ସଂପୂର୍ଣ୍ଣ ସମର୍ଥନ ଜଣାଇ ଅଖିଳ ଭାରତ କିଷାନ କଂଗ୍ରେସର ଆହ୍ୱାନକ୍ରମେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କିଷାନ କଂଗ୍ରେସ ନେତୃତ୍ୱରେ ଚଳିତ ମାସ ଜାନୁଆରୀ ୮ ତାରିଖ ଠାରୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ପୂର୍ବକ ଧାରଣା ଦିଆଯିବ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଜଣାଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories