www.samajalive.in
Monday, December 8, 2025
24.1 C
Bhubaneswar

ବିଜେପିର ଅଚାନକ ଧାନମଣ୍ଡି ପରିଦର୍ଶନ, ବ୍ୟାପକ ହେରଫେର ନେଇ ଚାଷୀଙ୍କ ଅଭିଯୋଗ

ପାଟଣା : ରାଜ୍ୟ ବିଜେପି ତରଫରୁ ଧାନମଣ୍ଡୀ ଚାଲ ଅଭିଯାନ ଡାକରା ଅବସରରେ ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକର ଢେଙ୍କିକୋଟ ଲ୍ୟାମ୍ପସ୍ ଅଧିନ ପିପିଳିଆ ଶାଖା ଧାନମଣ୍ଡୀକୁ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଓ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ପରିଦର୍ଶନ କରିଥିଲେ। ବିଜେପି ପ୍ରତିନିଧି ଦଳ ଧାନମଣ୍ଡୀ ପରିଦର୍ଶନ ସମୟରେ ଚାଷୀ ମାନଙ୍କ ଠାରୁ କ୍ବୁଣ୍ଟାଲ ପ୍ରତି ୫ କିଲୋ ଧାନ କାଟୁଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ ଅଖା ପାଇଁ ଟଙ୍କା ଦିଆଯାଉ ଥିଲେ ସୁଦ୍ଧା ଚାଷୀମାନଙ୍କ ନିକଟରୁ ଅଖା ବସ୍ତା ପାଇଁ ପଇସା କାଟି ଦିଆଯାଉଥିବା ନେଇ ଚାଷୀମାନେ ଏହି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ପିପିଳିଆ ଧାନମଣ୍ଡୀ ମଣ୍ଡିରେ ଚାଷୀ ମାନଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା ନଥିବା ସହିତ ଝାଡା ପରିଶ୍ରା ଯିବାର ସୁବିଧା ନଥିବାର ଦେଖିବାକୁ ମିଳିଥିଲା। ଚାଷୀଙ୍କୁ ପିଇବା ପାଇଁ ପାଣିର ବ୍ୟବସ୍ଥା ମଧ୍ୟ ନ ଥିବାର ଦେଖିବାକୁ ମିଳିଥିଲା।

ଚାଷୀ ମାନେ ଆଣୁଥିବା ଧାନକୁ ମେସିନ ଦ୍ଵାରା ପରୀକ୍ଷା କରାନଯାଇ କ୍ବୁଣ୍ଟାଲ ପ୍ରତି ୫ କିଲୋ ଧାନ କଟାଯାଉଥିବାରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଏବଂ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ଵର ସାହୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଏହି କଟ୍‌ନୀ ଛଟ୍‌ନୀ ରାଜ୍ୟ ସରକାର ତୁରନ୍ତ ବନ୍ଦ କରନ୍ତୁ ନହେଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବ ବୋଲି ଏଠାରେ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀ ମାନଙ୍କୁ ଏଫକ୍ୟୁ ଧାନ କୁଇଣ୍ଟାଲ ପ୍ରତି ୧୮୬୮ ଓ ଏ ଗ୍ରେଡ୍ ଧାନ କୁଇଣ୍ଟାଲ ପ୍ରତି ୧୮୮୮ ଟଙ୍କା ଦେଉଥିଲା ବେଳେ ଏଠାରେ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ମିଲର ଓ ସ୍ଥାନୀୟ ପ୍ରଶାସନର ମଧୁଚନ୍ଦ୍ରିକା ଫଳରେ ଚାଷୀ ତାର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଆଲୋକ କୁମାର ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜିଲ୍ଲା ସଂପାଦକ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଯୁବମୋର୍ଚ୍ଚା  ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅମର ସିଂହ, ଜିଲ୍ଲା ଯୁବମୋର୍ଚ୍ଚା ସଂଯୋଜକ ଜୟଦେବ ଗିରି, ମିଡିଆ ସେଲ ପ୍ରମୁଖ ନିରାକାର ଦଳେଇ, ମମତା ସିଂ, ପ୍ରଶାନ୍ତ କୁମାର ମହାପାତ୍ର, ଯଜ୍ଞ ପ୍ରସାଦ ସାହୁ, ନଟବର ମହାନ୍ତ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories