www.samajalive.in
Friday, December 12, 2025
19.1 C
Bhubaneswar

ପିକନିକ ସ୍ପଟରେ ଅଘଟଣ : ସେଲଫି ନେଲା ବେଳେ ପଥରରୁ ଗୋଡ଼ ଖସି ପାଣିରେ ଯୁବତୀ ନିଖୋଜ

ସୁନ୍ଦରଗଡ଼/ସବଡେଗା : ନୂତନ ବର୍ଷର ଆଜି ପ୍ରଥମ ରବିବାର ହୋଇଥିବାରୁ ଜିଲାର ବିଭିନ୍ନ ପିକନିକ ସ୍ପଟରେ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା। ଲୋକେ ଦଳ ଦଳ ହୋଇ ବିଭିନ୍ନ ପିକନିକ ସ୍ପଟରେ ପିକନିକ କରିବା ସହ ବେଶ ଉତ୍ସାହିତ ହୋଇ ମଜା ନେଉଥିବା ବେଳେ ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଘୋଘର ବ୍ରିଜର ଅନୀତି ଦୂରରେ ଥିବା କନାକୁଣ୍ଡ ପିକନିକ୍ ସ୍ପଟରେ ଏକ ଅଘଟଣ ସମସ୍ତଙ୍କ ମନରେ ବିଶାଦର ଛାୟା ଖେଳାଇ ଦେଇଛି। ନିଜ ସାଙ୍ଗ ମାନଙ୍କ ସହ ଆସିଥିବା ରାଜଗାଙ୍ଗପୁରର ଜନୈକା ଯୁବତୀ ନଦୀରେ ଥିବା ପଥର ଉପରେ ଚଡ଼ି ସେଲଫି ନେଉଥିବା ବେଳେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ପ୍ରଖର ସ୍ରୋତରେ ଚାଲିଥିବା ପାଣିରେ ପଡ଼ି ନିମିଶକେ ମଧ୍ୟରେ ନିଖୋଜ ହୋଇଯାଇଥିଲେ ହେଲେ ଅନ୍ୟ ଜଣେ ତାଙ୍କ ସାଙ୍ଗ ତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରି ନିଜେ ଆହତ ହୋଇଥିବା ଘଟଣା ସମଗ୍ର ପିକନିକ ସ୍ପଟରେ ଦୁଃଖର ମାହୋଲ ସୃଷ୍ଟି କରିଥିଲା।

ତଳସରା, କିଞ୍ଜିରକେଲା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଏ ଖବର ଲେଖା ହେଲା ବେଳକୁ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂତ୍ରରୁ ପ୍ରକାଶ, ବାଲିଶଙ୍କରାର ଇବ ନଦୀ କନାକୁଣ୍ଡ ପିକନିକ ସ୍ପଟରେ ରାଜଗାଙ୍ଗପୁର କୁମ୍ଭାରପଡ଼ାର ଏକ ପିକନିକ୍ ଦଳ ପିକନିକ୍ କରିବାକୁ ଆସିଥିଲେ। ଏହି ପିକନିକ୍ ସ୍ପଟର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ହୋଇଥିବାରୁ ଏ ଅଞ୍ଚଳକୁ ପ୍ରଥମ ଥର ପାଇ ଆସି ଏହି ଦଳ ବେଶ ଉତ୍ସାହିତ ଥିଲେ। ଅନୁପମା ପ୍ରଜାପତି(୨୭) ନାମକ ଯୁବତୀ ଏକ ପଥର ଉପରେ ଚଡ଼ି ସେଲଫି ନେଉଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ସିଧାସଳଖ ପଥର ତଳେ ବହୁଥିବା ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ଅଳ୍ପ ଦୂରରେ ଥିବା ତାଙ୍କ ଜଣେ ସାଙ୍ଗ ଏହା ଦେଖି ତାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିଲେ ହିଁ ସେ ମଧ୍ୟ ଆହତ ହୋଇଥିବାର ଜଣାପଡ଼ିଛି। ଏ ଘଟଣାକୁ ନେଇ ଏଠାକୁ ଆସିଥିବା ପିକନିକ ଦଳ ଓ ସମଗ୍ର ଅଞ୍ଚଳରେ ଏକ ଦୁଃଖର ପରିବେଶ ସୃଷ୍ଟି ହୋଇଯାଇଛି। ପ୍ରଶାସନ ପକ୍ଷରୁ କୁଆଡ଼େ ଏଠାରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପିକନିକ ଦଳ ଏ ଅଞ୍ଚଳ ଓ ନଦୀ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories