www.samajalive.in
Monday, December 8, 2025
20.1 C
Bhubaneswar

ବିଦ୍ୟୁତ ବିଭାଗର ଅବହେଳା; ଅଳ୍ପକେ ବର୍ତ୍ତିଲା ଚାବରି ପାଲି ଗାଁ…

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଳା ଅତାବିରା ବିଦ୍ୟୁତ ବିଭାଗ ଅନ୍ତର୍ଗତ ଲାଦେର ପାଲି ସେକ୍ସନ ୨ ଅଧୀନରେ ଥିବା ଲଚିଦା ପଞ୍ଚାୟତ ଚାବରି ପାଲି ଗାଁ ରେ ବିଳମ୍ବିତ ରାତ୍ରିରେ ଗାଁରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର, ସବୁ ଖୁଣ୍ଟ ମାନଙ୍କ ସହ ଆର୍ଥିଙ୍ଗ ହୁ ହୁ ହେଇ ଜଳି ଉଠି ଖୁଣ୍ଟ ମାନଙ୍କରୁ ନିଆଁ ହୁଳା ମାନ ରାସ୍ତାରେ ଓ ଘର ଉପରେ ପଡି ଗାଁ ଲୋକଙ୍କୁ ଭୟଭୀତ କରିଦେଇଥିଲା। ଗାଁ ରେ ଦୀର୍ଘ ୪୫ବର୍ଷରୁ ଉର୍ଦ୍ଧ୍ବ ହେବ ଲାଗିଥିବା ଖୁଣ୍ଟ  ଓ ତାର ଗୁଡିକ ଦୁର୍ବଳ ହେବାରୁ ବାରମ୍ବାର ଛିଣ୍ଡି ବିଭିନ୍ନ ସମୟରେ ଅନେକ ସମସ୍ୟା ଦେଖାଦେଇ ଥିବାବେଳେ ଲୋକଙ୍କ ଅଭିଯୋଗ ସତ୍ତ୍ୱେ ବିଭାଗର ଅବହେଳା ଯୋଗୁଁ ଗତ ରାତ୍ରିରେ ଏହି ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା।

Image ; Samajalive.in
ନିଆଁ ହୁଳା ରାସ୍ତା ତଥା ଘର ଉପରେ ପଡି ଭୟଙ୍କର ଶବ୍ଦରେ ଲୋକଙ୍କ ନିଦ ହଜିଯାଇ କେମିତି ଜୀବନ ବଞ୍ଚିବ ଏନେଇ ଚିତ୍କାର କରି ଯିଏ ଯେଉଁ ଆଡ଼େ ପଳାଇ ଯାଇଥିଲେ। ଏହି  ସମୟରେ କିଛି ଲୋକେ ତଥା ଗାଁ ର ପ୍ରଦୀପ ଯୋଶୀ ବିଜୁଳି ଶବ୍ଦ ଶୁଣି ନିଜ ଘର ଉପରକୁ ଯାଇ ଦେଖିବା ମାତ୍ରେ ଘର ଉପରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇ ହାତ ଭାଙ୍ଗିଯାଇଥିଲା।ସେହିପରି ଗାଁର ଘର କାନ୍ଥରେ ମଧ୍ୟ ବିଦ୍ୟୁତ ପ୍ରବାହ ହେବା ସାଙ୍ଗକୁ ଘରର ଲକ୍ଷାଧିକ ଟଙ୍କାର ଟିଭି,ଫ୍ରିଜ, କୁଲର,ଫ୍ୟାନ ତଥା ବୈଦ୍ୟୁତିକ ଉପକରଣ ଓ ଆସବାବପତ୍ର  ନଷ୍ଟ ହୋଇଯାଇଛି। ଯାହା “ଆପେ ବଞ୍ଚିଲେ ବାପର ନାଁ”ଭଳି ଲୋକେ ଘର ଛାଡ଼ି ପଳାଇଯାଇଥିଲେ। ସେହିପରି ଗାଁ ର ଦିନମଜୁରିଆ ଭାବେ ଜୀବନ ନିର୍ବାହ କରୁଥିବା ରାମ ପାଳ ଓ କେନାଲ ପଡାର ଦୀପକ ସେଠ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତେବେ ବିଦ୍ୟୁତ କରଣ ସକାଶେ ଲୋକଙ୍କ ପାଇଁ  ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ  କେଉଁଠି ବୋଲି ତାହା ଲୋକେ ପ୍ରଶ୍ନ କରିଛନ୍ତି। କେବଳ ଲୋକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ଦୀନଦୟାଲ, ସୌଭାଗ୍ୟ ଭଳି ଯୋଜନା କରି “ଘରଘର ବିଜୁଳି ଓଡିଶା ଗଲାଣି ବଦଳି” ନାରା ଦେଇ ବ୍ୟାନର ପୋଷ୍ଟର ଲଗାଇ ବାଃ ବାଃ ନେଉଥିବାବେଳେ କିଛି ସ୍ୱାର୍ଥ ଲାଳସା ତଥା ଭ୍ରଷ୍ଟ ଅଧିକାରୀ ମାନଙ୍କ ପାଇଁ ସରକାର ବାହାଦୂରଙ୍କ ଯୋଜନା ଗୁଡିକ ପ୍ରହସନ ଭଳି ଲାଗୁଛି। ସରକାର ବାହାଦୂର ବିଦ୍ୟୁତ ବିଭାଗକୁ ଘରୋଇକରଣ ସଂସ୍ଥା ମାନଙ୍କୁ ଦେଇ ସଂସ୍ଥା ମାନଙ୍କର ଅବହେଳା ଯୋଗୁଁ ଉପଭୋକ୍ତା ମାନଙ୍କ ଚିନ୍ତାର ବିଷୟ ହୋଇପଡିଛି।ଘରୋଇ ସଂସ୍ଥା ମାନ ବଦଳି  ନିଜ ନିଜର ସ୍ୱାର୍ଥ ହାସଲ କରି ଛାଡି ଚାଲିଯାଉଛନ୍ତି।ହେଲେ ଉପଭୋକ୍ତା ମାନେ ଯଥା ପୂର୍ବମ୍ ତଥା ପରମ୍ ଅବସ୍ଥାରେ ପଡ଼ି ରହିଥିବା ଲୋକେ କହନ୍ତି।ଏନେଇ ତୁରନ୍ତ ଗ୍ରାମବାସୀ ଦୀର୍ଘ ବର୍ଷରୁ ଲାଗିଥିବା ଖୁଣ୍ଟ ଓ ତାରକୁ ବଦଳି କରି କେବୁଲି କରଣ କରିବା ଓ ଆହତ ତଥା ଆସବାବ ଜିନିଷ ପତ୍ରକୁ ଆକଳନ କରି କ୍ଷତି ପୂରଣ ପାଇଁ ଦାବୀ ହେବା ସହ ଆଗାମୀ ଦିନରେ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି।ତେବେ ଦେଖଯାଉ ନୂଆଁ ଘରୋଇ କମ୍ପାନୀ ର ପଦକ୍ଷେପ କଣ କରୁଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories