www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରେନ୍‌ ମୁହଁରୁ ଅଳ୍ପକେ ବଞ୍ଚିଲେ ବ୍ୟକ୍ତି, ଟାଣି ଆଣିଲେ ଷ୍ଟେସନ କର୍ମଚାରୀ – ଦେଖନ୍ତୁ ଭିଡିଓ

ମୁମ୍ବଇ : ପ୍ରାୟତଃ ଲୋକେ ତରବରିଆ ଭାବେ ଯାତାୟତ ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି। ବେଳେବେଳେ ଏହି ଭୁଲ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ତରବରିଆ ଭାବେ ଯାତାୟତ କରିବା ଦ୍ବାରା ଜୀବନ ମଧ୍ୟ ଚାଲି ଯିବାର ନଜିର ରହିଛି। ମୁମ୍ବଇର ଦହିସର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଘଟିଯାଇଛି। ଯାହା ଦେଖିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ। ରେଲୱେ ପୁଲିସ ଷ୍ଟସନ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କ ଜୀବନ ବଞ୍ଚି ପାରିଛି।


ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଡାହିସର ରେଳ ଷ୍ଟେସନରୁ ୧୫ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି ଯେ ଷ୍ଟେସନଟି ସମ୍ପୂର୍ଣ୍ଣ ଖାଲି ଅଛି । ଜଣେ ୬୦ ବର୍ଷିୟ ବ୍ୟକ୍ତି ଆଗ ପ୍ଲାଟଫର୍ମରୁ ଟ୍ରାକ୍ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ରେଳ ଲାଇନ ପାର ହୋଇ ନିଜ ପ୍ଲାଟଫର୍ମରେ ଡେଇଁବାକୁ ଚେଷ୍ଟା କରୁଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଗୋଟିଏ ଗୋଡର ଜୋତା ବାହାରି ଆସି ଦୁଇଟି ରେଳ ଟ୍ରାକ୍ ମଧ୍ୟରେ ପଡିଯାଉଛି। ବ୍ୟକ୍ତି ଜଣଙ୍କ ଜୋତାକୁ ଉଠାଇ ଗୋଡରେ ପିନ୍ଧି ସେଠାରୁ ଯିବାକୁ ଚେଷ୍ଟା କରୁଛନ୍ତି। ଏସବୁ ମଧ୍ୟରେ ବ୍ୟକ୍ତି ଜଣଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ଯେ, ତାଙ୍କ ଆଡକୁ ଏକ ଟ୍ରେନ୍ ମାଡି ଆସୁଛି।

- Advertisement -

ଷ୍ଟେସନରେ ଥିବା ଜଣେ କର୍ମଚାରୀଙ୍କ ନଜର ସେହି ବ୍ୟକ୍ତି ଉପରେ ପଡୁଛି। ତୁରନ୍ତ ସେ ସେଠାରେ ପହଞ୍ଚି ବ୍ୟକ୍ତି ଜଣଙ୍କୁ ଟାଣି ଆଣୁଛନ୍ତି। ଷ୍ଟେସନ କର୍ମଚାରୀଙ୍କ ଉପରିସ୍ଥ ବୁଦ୍ଧି ଯୋଗୁଁ ଲୋକଟିର ଜୀବନ ବଞ୍ଚିଯାଇଛି। ନହେଲେ ଅଳ୍ପ କେଇ ମୁହୂର୍ତ୍ତରେ ବ୍ୟକ୍ତିଙ୍କର ଜୀବନ ଚାଲି ଯାଇଥାନ୍ତା। ପରେ ଟ୍ରେନ୍ ମଧ୍ୟ ସେଠାରେ ଅଟକି ଯାଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣା ନୂଆବର୍ଷ ଦିନ ଅର୍ଥାତ୍ ଜାନୁଆରୀ ୧ରେ ଦିନ ପ୍ରାୟ ୧୧.୩୬ରେ ମୁମ୍ବାଇର ଡାହିସର ରେଳ ଷ୍ଟେସନରେ ଘଟିଥିଲା। ତେବେ ଏଯାଏଁ ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନାହିଁ ଏବଂ ସେ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories