www.samajalive.in
Monday, December 8, 2025
14.1 C
Bhubaneswar

ବିବାଦରେ ଲୋଇସିଂହା ବିଧାୟକ ; ଜଗନ୍ନାଥଙ୍କୁ କଟୁକ୍ତି ଓ ନବୀନ ସରକାର ସହ ତୁଳନା

ଲୋଇସିଂହା : ନବୀନ ସରକାର ଗୁଟେ ନିଦା ସରକାର….ଇଟା ଜଗନ୍ନାଥ ମାହାପ୍ରଭୁ ସରକାର୍। ଇଟା ଜଗନ୍ନାଥ ଆଏ…ଶୁନ୍ବାର୍ ନାଇ…। ୟେ ହେଉଛି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କ ଲୋଇସିଂହା ବ୍ଲକ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସମାବେଶର ଭାଷଣ।

ଓଡ଼ିଶା ତଥା ସାରା ବିଶ୍ୱର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ। କେବଳ ଓଡିଆ କାହିଁକି ସାରା ବିଶ୍ୱରେ ହିନ୍ଦୁମାନଙ୍କର ଆଶା, ଭରସା ଓ ବିଶ୍ୱାସର ଆରାଧ୍ୟ ଦେବତା ଜଗନ୍ନାଥ। ସେ ନିଦା ଦାରୁ କିଛି ନ ଶୁଣିବା ପରି ଓଡିଶାରେ ଶାସନ କରୁଥିବା ନବୀନ ସରକାର ମଧ୍ୟ କାହାରି କଥା ଶୁଣନ୍ତି ନାହିଁ ବୋଲି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଜଗନ୍ନାଥଙ୍କ ଉପରେ କଟୁକ୍ତି ପ୍ରକାଶ କରି ନବୀନ ପଟ୍ଟନାୟକଙ୍କ ସହ ତୁଳନା କରି ଭାଷଣ ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସାଧାରଣରେ ଏହି ଭାଇରାଲ ଭିଡିଓ ଓ ଅଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବିଜେଡି ମହଲରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥଙ୍କ ଏଭଳି ତୁନଳା ଓଡିଶାର ଧର୍ମ, ସଂସ୍କୃତି ଓ ଲୋକ କଥାରେ ଆଦୌ ଦେଖାଯାଏ ନାହିଁ। ଯଦି ଜଗନ୍ନାଥ କାହାରି କଥା ଶୁଣନ୍ତି ନାହିଁ ତେବେ ବିଜେପି ମୁଖ୍ୟ ମୋଦୀ ନିର୍ବାଚନ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ କାହିଁକି ଆସନ୍ତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଲୋକଙ୍କ କଥା ଶୁଣୁ ନାହାନ୍ତି ତେବେ ଦୁଇ ଦଶନ୍ଧି ଧରି ସେ କାହିଁକି ସଫଳତା ପାଉଛନ୍ତି ? ଏହିଭଳି ଅନେକ ପ୍ରଶ୍ନ ବିଜେଡି ମହଲରେ ତଥା ସାଧାରଣରେ ହେବା ସହ ବିଧାୟକଙ୍କ ମନ୍ତବ୍ୟର ନିନ୍ଦା କରାଯାଉଛି। ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାରରଞ୍ଜନ ବେହେରା ବିଧାୟକ ଶ୍ରୀମହାଲିଙ୍ଗଙ୍କ ମନ୍ତବ୍ୟକୁ ପ୍ରତିବାଦ କରି କହିଛନ୍ତି ଯେ, ଓଡିଆର ଆରଧ୍ୟ ଦେବତାଙ୍କ ପ୍ରତି ବିଧାୟକ ଶ୍ରୀ ମହାଲିଙ୍ଗଙ୍କ ଅଶାଳୀନ ମନ୍ତବ୍ୟ ନିନ୍ଦନୀୟ ଓ ଜଗନ୍ନାଥଙ୍କ ସମ୍ମାନ ଦିଅନ୍ତୁ ବୋଲି କହିଛନ୍ତି। ବଲାଙ୍ଗିର ଜିଲା ବିଜେଡି ସଂପାଦକ ତଥା ପୂର୍ବ ଜିଲା ପରିଷଦ ସଭ୍ୟ ଅଶୋକ ବରିହା ବିଧାୟକ ଶ୍ରୀ ମହାଲିଙ୍ଗଙ୍କ ମନ୍ତବ୍ୟ ପ୍ରତିବାଦରେ କହିଛନ୍ତି ଯେ, ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଜ ଦଳରୁ ଅନେକ କର୍ମକର୍ତା ତାଙ୍କ ଦୁର୍ନୀତି କାରବାର ବିରୋଧରେ ମେଳି ବାନ୍ଧି ପ୍ରତିବାଦ କରିବା ଆରମ୍ଭ କରିଛନ୍ତି। ବିଧାୟକ ଔଷଧ ରାଗରେ ତାଟିଆ କାମୁଡିଲା ଭଳି ହତାଶ ହୋଇ ଏଭଳି ନିନ୍ଦନୀୟ ମନ୍ତବ୍ୟ ଦେଉଛନ୍ତି। ଅନ୍ୟ ପକ୍ଷରେ କେତେକ ସ୍ଥାନୀୟ ବିଜେପି ବରିଷ୍ଠ କର୍ମକର୍ତ୍ତା ଓ ସମର୍ଥକ ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ବିଧାୟକ ଶ୍ରୀ ମହାଲିଙ୍ଗ ଜଗନ୍ନାଥଙ୍କ ଉପରେ ଏଭଳି କଟୁକ୍ତିକୁ ନାପସନ୍ଦ କରି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories