www.samajalive.in
Sunday, December 14, 2025
14.1 C
Bhubaneswar

ରୋହିତ ଶର୍ମା ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ନିଯୁକ୍ତ; ମୟଙ୍କ-ବିହାରୀ-ପୃଥ୍ବୀଙ୍କ ପାଇଁ ବଢ଼ିଲା ସମସ୍ୟା

ନୂଆଦିଲ୍ଲୀ: ଧୂଆଁଧାର  ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ନୂଆ ବର୍ଷର ପ୍ରଥମ ଦିନରେ ବିସିସିଆଇ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ନିଯୁକ୍ତି ଦେଇଛି । ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଅବଶିଷ୍ଟ ୨ଟି ମ୍ୟାଚରେ ରୋହିତ ଦଳର ଉପ ଅଧିନାୟକ ରହିବେ । ଆହତଜନିତ କାରଣରୁ ଆଡ଼ିଲେଡ଼ ଓ ମେଲବୋର୍ଣରେ ଖେଳା ଯାଇଥିବା ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡ଼ିଥିବା ରୋହିତ ଶର୍ମା ଏବେ ଅବଶିଷ୍ଟ ମ୍ୟାଚ୍ ଖେଳିବା ନେଇ ଆଉ କୌଣସି ସଂଶୟ ନାହିଁ । ସିଡ଼ନୀ ଟେଷ୍ଟରେ ରୋହିତ ଶର୍ମାଙ୍କୁ ସୁଯୋଗ ମିଳିବ କି ନାହିଁ ବୋଲି ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାଙ୍କୁ ଉପ ଅଧିନାୟକ ନିଯୁକ୍ତି ଦିଆଯିବା ପରେ ତାହା ଆପାତତ। ଶେଷ ହୋଇଛି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଏବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଅଛନ୍ତି ଓ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ଭାବରେ ନିଯକ୍ତି ଦିଆଯାଇଛି  । ନିକଟରେ ଶେଷ ହୋଇଥିବା ମେଲବୋର୍ଣ୍ଣ ଟେଷ୍ଟରେ ତେଜେଶ୍ବର ପୂଜାରା ଦଳର ଉପ ଅଧିନାୟକ ଭାବରେ ନିଯକୁ୍ତି ପାଇଥିଲେ ।

ଏହା ସହିତ ବିସିସିଆଇ ଦଳରେ କିଛି ପରିବର୍ତନ କରିଛି । ଆହତ ଉମେଶ ଯାଦବ ଓ ମହମ୍ମଦ ଶାମିଙ୍କ ସ୍ଥାନରେ ଟି.ନଟରାଜନ ଓ ଶାର୍ଦୁଳ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି । ଆଗାମୀ ଦୁଇଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଖେଳାଳିମାନେ ହେଲେ – ଅଜିଙ୍କ୍ୟ ରାହାଣେ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଶୁଭମାନ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ନବଦୀପ ସାଇନି, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ଆର. ଅଶ୍ୱିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଏବଂ ଟି ନଟରାଜନ୍।

- Advertisement -

ତେବେ ଟେଷ୍ଟ ଦଳକୁ ରୋହିତଙ୍କ ପ୍ରତ୍ୟାବର୍ତନ ପରେ ତିନିଜଣ ଖେଳାଳିଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଗତ ଦୁଇ ଟେଷ୍ଟ ମ୍ୟାଚରେ ଏହି ଖେଳାଳିମାନେ ଭଲ ପ୍ରଦର୍ଶନ କରି ନ ଥିଲେ । ରୋହିତ ଦଳକୁ ଫେରିବା ଅର୍ଥ ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ ଓ ପୃଥ୍ବୀ ଶଙ୍କ ମଧ୍ୟରୁ କାହାରିକୁ ଜଣକୁ ବସିବାକୁ ପଡ଼ିବ । ଅନ୍ୟପକ୍ଷରେ ଯଦି କେ.ଏଲ୍ ରାହୁଳ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଆନ୍ତି ତେବେ ଆଉ ଜଣେ କାହାରିକୁ ବସିବାକୁ ପଡ଼ିବ । ପ୍ରଥମ ଟେଷ୍ଟରେ ଶୁଭବନ ଗିଲ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କର ସ୍ଥିତି ଆପାତତଃ ସୁଦୃଢ଼ ରହିଛି । ତେଣୁ ଚୂଡ଼ାନ୍ତ ଏକାଦଶରେ କିଏ ସ୍ଥାନ ପାଇବେ ତାହା ସିଡ଼ନୀ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଜଣାପଡ଼ିବ ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories