www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ସାରା ୭ ଘଣ୍ଟିଆ କର୍ଫ୍ୟୁ : ଫିକା ପଡ଼ିଲା ସେଲିବ୍ରେସନ୍

ଭୁବନେଶ୍ବର: କରୋନା ସଂକ୍ରମଣ ଖସିଲା। କିଛି କ୍ଷେତ୍ରକୁ ବାଦ୍ ଦେଇ ବାକି ସବୁ କ୍ଷେତ୍ର ଖୋଲିବାକୁ ସରକାର ଜାନୁୟାରୀ ମାର୍ଗଦର୍ଶିକାରେ ଘୋଷଣା ବି କଲେ। ମାର୍ଚ୍ଚରୁ କୋଭିଡ କଟକଣା ଭିତରେ ଛଟପଟ ଲୋକେ ବର୍ଷର ଶେଷଦିନରେ ଟିକିଏ ମଉଜ କରିବାକୁ ଭାବୁଥିଲେ। ହଠାତ୍ ଦିଲ୍ଲୀ ଓ ମୁମ୍ବଇ ଭଳି ଓଡ଼ିଶାରେ ଡିସେମ୍ବର ୩୧ ରାତି ଲାଗି ଜାରି ହୋଇଗଲା ରାତିକାଳୀନ କର୍ଫ୍ୟୁ। ୩୧ ଡିସେମ୍ବର ରାତି ୧୦ରୁ ପରଦିନ(ଜାନୁୟାରୀ ୧) ସକାଳ ୫ଟା ପର୍ୟ୍ୟନ୍ତ ୭ ଘଣ୍ଟିଆ କର୍ପ୍ୟୁ ଜାରି ହୋଇଗଲା। ଲକ୍ଡାଉନ୍ ଓ ସଟ୍ଡାଉନ୍ ବେଳେ ଅମାନିଆଙ୍କ ପାଇଁ ଏହା ସ୍ମରଣ କରାଇଦେଲା ପୁଲିସଠୁ ପାଇଥିବା ଶୃଙ୍ଗଳାଗତ ଦଣ୍ଡବିଧାନ ବ୍ୟବସ୍ଥା। କେହି କୁଆଡେ ବାହାରିପାରିଲେନି। ଦୋକାନ ବଜାର ମଧ୍ୟ ରାତି ୧୦ଟା ପୂର୍ବରୁ ବନ୍ଦ ହୋଇଗଲା। କଟକଣା ଯୋଗୁଁ ଜିରୋନାଇଟ୍ ସେଲିବ୍ରେସନ୍ ବି ବନ୍ଦ ରହିଲା। କରୋନା ମାଡ଼ରେ ବିପର୍ୟ୍ୟସ୍ତ ହୋଟେଲ ଓ ରେସ୍ତୋରାଁ ବର୍ଷର ଶେଷଦିନରେ ଯେଉଁ ବେପାର ଟିକକ ପାଇଁ ଆଶା କରିଥିଲା ତାହା ବି ଫିକା ପଡିଲା। କିଛି ଅମାନିଆ କର୍ଫ୍ୟୁ ସତ୍ତ୍ବେ ବାହାରକୁ ବାହାରିବା ଦେଖାଯାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସର କଡ଼ା ପ୍ରହରା ଓ ନାକାବନ୍ଦୀ ଯୋଗୁଁ ଅମାନିଆଙ୍କୁ ହଟହଟା ହେବାକୁ ପଡିଥିଲା।

ମିଠା ଠାରୁ ଫୁଲ ଦୋକାନୀ ପର୍ୟ୍ୟନ୍ତ ଦିନବେଳା ବେଶ୍ କିଛି ବେପାର କରିଥିଲେ ମଧ୍ୟ ରାତି ବେପାର ମାନ୍ଦା ପଡିଯାଇଥିଲା। ରାତି ୧୨ଟା ପରେ ନୂଆବର୍ଷକୁ ସ୍ବାଗତକରି ପାର୍ଟି ଆୟୋଜନ ଲାଗି ଆଗରୁ ପ୍ରସ୍ତୁତି କରିଥିବା ଗୋଷ୍ଠୀଙ୍କ ଲାଗି ଧାରା ୧୪୪ ଜାରି ଟାଣିଥିଲା ଲକ୍ଷ୍ମଣରେଖା। ଭୋଜିର ଆୟୋଜନ ସହ ନାଚଗୀତରେ ଲାଗିଲା ଅଙ୍କୁଶ। ସବୁକିଛି ଫିକା ଫିକା ଲାଗିଥିଲା। ସହର ଲାଗୁଥିଲା ଖାଁ ଖାଁ।

- Advertisement -

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ କାଳେ ନବବର୍ଷର ସ୍ବାଗତ ଉତ୍ସବ ଭିଡ଼ ବଢାଇବ ଓ ପରିସ୍ଥିତି ଅଧିକ ବିଗୁଡି ଯିବ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁବାର ପୂର୍ବାହ୍ଣରେ ୭ଘଣ୍ଟିଆ କର୍ଫ୍ୟୁ ଜାରି କରିଦେଇଥିଲେ। କରୋନା କଟକଣା ଲାଗି ଡିସେମ୍ବର ୩୧ ତାରିଖ ରାତି ୧୦ଟାରୁ ଇଂରାଜୀ ନବବର୍ଷର ପୂର୍ବାହ୍ନ ୫ଟା ପର୍ୟ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବା ନେଇ ସରକାରଙ୍କ ଘୋଷଣା ପରେ ଏହି ଖବର ସାରା ରାଜ୍ୟକୁ ବିଜୁଳି ବେଗରେ ପ୍ରସାରିତ ହୋଇଯାଇଥିଲା। ଏହି ସମୟ ମଧ୍ୟରେ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ୟ୍ୟାଳୟ କିମ୍ବା ସାଧାରଣ ଲୋକଙ୍କ ଯାତାୟାତ ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏନେଇ ଏସଆରସି ପ୍ରଦୀପ ଜେନା କହିଥିଲେ ଯେ, ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ନୂତନ ବର୍ଷ ଲାଗି ’ଜିରୋ ନାଇଟ’ ଉତ୍ସବକୁ ରାଜ୍ୟବାସୀ ପାଳନ କରିଥାନ୍ତି। ହେଲେ ଚଳିତବର୍ଷ କୋଭିଡ଼ ମହାମାରୀର ଭୟାନକ ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କାର୍ୟ୍ୟାଳୟରେ ଯେଭଳି ଲୋକଙ୍କ ଭିଡ଼ ନ ହେବ ସେଥିଲାଗି କର୍ଫ୍ୟୁ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମର କର୍ମଚାରୀମାନେ ଯାତାୟାତ କରିପାରିବାକୁ ଦିଆଯାଇଥିଲା ଅନୁମତି।

ଏହାସହିତ ଜରୁରୀ କାଳୀନ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ଲାଗି ରହିଥିଲା ଅନୁମତି। ମାତ୍ର ସାଧାରଣ ଲୋକଙ୍କୁ ଯିବାଆସିବାରେ ବାରଣ କରାଯାଇଥିଲା। ଯଦି କୌଣସି ବ୍ୟକ୍ତି ସରକାରଙ୍କ ଏହି ନିର୍ଦେଶନାମାର ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ବିପର୍ୟ୍ୟୟ ଓ ମହାମାରୀ ଆଇନ-୨୦୦୫ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଶ୍ରୀ ଜେନାଙ୍କ ବିବୃତି ନୂଆବର୍ଷକୁ ସାଙ୍ଗସାଥୀ ହୋଇ ବାହାରେ ପାଳିବା ମଉଜକୁ ଫିକା ପକାଇଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories