www.samajalive.in
Sunday, December 7, 2025
16.1 C
Bhubaneswar

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ଏହି ୨ଟି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟ

କୋରାପୁଟ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅପର କୋଲାବ ଡ଼୍ୟାମ ଓ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ। ପର୍ଯ୍ୟଟନ ଋତୁ ଅର୍ଥାତ ଶୀତଦିନ ଆସିଲେ ବନ୍ଧ ଅଞ୍ଚଳ ଲୋକାରଣ୍ୟ ହୋଇଉଠେ। ଜଳଭଣ୍ଡାରର ଦୁଇ ପାଶ୍ୱର୍ରେ ଘଞ୍ଚ ଜଙ୍ଗଲ ସହିତ ଛୋଟ ବଡ଼ ପର୍ବତମାଳା ସହ ଏହାର ପ୍ରାକୃତିକ ପରିବେଶ ପର୍ୟ୍ୟଟକଙ୍କ ମନମୁଗ୍ଧ କରିଥାଏ। ଡ଼୍ୟାମର ନିମ୍ନ ଭାଗରେ ମନୋରମ ଉଦ୍ୟାନ ରହିଛି। ଏଠାକାର ଅନ୍ୟ ଏକ ମୁଖ୍ୟ ଆକର୍ଷଣ ହେଉଛି ବିଜ୍ଞାନ ପାର୍କ। ଏହା ଯୁବ ପିଢିଙ୍କ ପାଇଁ ପ୍ରେରଣାର ଗନ୍ତାଘର। ଏହାର ପାରିପାଶ୍ୱିର୍କ ସ୍ଥିତି ପର୍ୟ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ। ଏହାର ଶୋଭାରେ ମୁଗ୍ଧ ହୋଇ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲେ।କେ ଏଠାକୁ ବଣଭୋଜି ଓ ଭ୍ରମଣ ପାଇଁ ଆସିଥାଆନ୍ତି। କେଲାବ ଯୋଜନା କର୍ତ୍ତୁପକ୍ଷ ମଧ୍ୟ ବଣଭୋଜି ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି। ଫଳରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାଏ। ବର୍ଷକର ଛଅ ମାସ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ। ଡ଼୍ୟାମର ଅନତି ଦୂରରେ ମଧ୍ୟ ବାଘ୍ରା ଜଳପ୍ରପାତ ଅବସ୍ଥିତ। ଡ଼୍ୟାମ ପାଦଦେଶରେ ଏକ ଶିଶୁ ଉଦ୍ୟାନ ରହିଛି। ତେଣୁ ଏଠାରେ ପିଲାମାନେ ଆସି ମଧ୍ୟ ଆନନ୍ଦିତ ହୋଇଥାଆନ୍ତି। ଏହା ଛଡ଼ା ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ବୋଟିଙ୍ଗ୍‍। ବୋଟିଙ୍ଗ୍‍ ପାଇଁ ମଧ୍ୟ ଏଠାରେ ସମସ୍ତ ପ୍ରକାରର ସୁବିଧା ରହିଛି। ଜଳଭଣ୍ଡାରର ନିକଟରେ ମା’ମଙ୍ଗଳାଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ। ମନ୍ଦିରର ବେଢା ମଧ୍ୟ ଖୁବ ମନୋରମ ଅଟେ। ପ୍ରତିବର୍ଷ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।
ଅନୁଗୁଳ ଜିଲା ଆଠମଲ୍ଲିକ ସହରଠାରୁ ଅନତି ଦୂରରେ ମହାନଦୀ କୂଳରେ ମା’ବିନିକେଇ ପୀଠ ଅବସ୍ଥିତ। ଏହି ସ୍ଥାନ ପର୍ୟ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ। ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ସବୁଜିମାମୟ ପାହାଡ଼ିଆ ପରିବେଶ ଏହି ସ୍ଥାନର ସୌନ୍ଦର୍ୟ୍ୟକୁ ବହୁ ଗୁଣ ବଢାଇଛି। ପର୍ୟ୍ୟଟକ ଏଠାକୁ ଆସି ଭ୍ରମଣର ପ୍ରକୃତ ମଜା ନେଇଥାଆନ୍ତି। ବଣଭୋଜି ପାଇଁ ଏହା ସର୍ବୋକୃଷ୍ଟ ଓ ମନୋରମ ହୋଇଥିବାରୁ ନଭେମ୍ବରରୁ ଫେବୃଆରୀ ଯାଏ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ମହାନଦୀର ଗୋଟିଏ ପାଖରେ ମା’ବିନିକେଇ ଓ ଅପରପାଶ୍ୱର୍ରେ ମା’କନକେଇଙ୍କ ମନ୍ଦିର ରହିଛି। ଏହି ଦୁଇ ମନ୍ଦିରକୁ ଯୋଡ଼ୁଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ସଭିଁଙ୍କୁ ବେଶ ଆନନ୍ଦ ଦେଇଥାଏ। ଏହିଠାରୁ ସାତକୋଶିଆ ଗଣ୍ଡ ଆରମ୍ଭ ହୋଇଛି। ଏହାର ସୁନୀଳ ଜଳରାଶି ଉପରେ ନୌକା ବିହାରର ମଜା ପର୍ୟ୍ୟଟକଙ୍କ ସ୍ମୃତିରେ ବିନିକେଇକୁ ସର୍ବଦା ଏକ ଭିନ୍ନ ସ୍ଥାନ ପ୍ରଦାନ କରିଛି। ଏଠାରେ ସୂଯ୍ୟୋଦୟ ଓ ସୂର୍ୟ୍ୟାସ୍ତର ଦୃଶ୍ୟ ବାସ୍ତବରେ ଖୁବ ହୃଦୟସ୍ପର୍ଶୀ ଓ ସୌନ୍ଦର୍ୟ୍ୟମୟ ଅଟେ। ବଣଭୋଜି ନିମନ୍ତେ ପକ୍କା ମଣ୍ଡପ, ରାତ୍ରିଯାପନ ପାଇଁ ମନ୍ଦିର କମିଟି ପକ୍ଷରୁ ନିର୍ମିତ ବିଶ୍ରାମଗାର ଭଳି ଅନେକ ସୁବିଧା ମଧ୍ୟ ରହିଛି। ଏଠାରେ ପ୍ରତିବର୍ଷ ବହୁ ଲୋକଙ୍କ ସମାଗମ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ଏଠାକୁ ଯିବା ପାଇଁ ବସ ଓ ଟ୍ରେନ ଉଭୟର ସୁବିଧା ରହିଛି। ନିକଟତମ ରେଳ ଷ୍ଟେସନ ହେଉଛି ବଇଣ୍ଡା। ବସ ଷ୍ଟାଣ୍ଡ ଓ ଷ୍ଟେସନରୁ ଏଠାକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧାର ମଧ୍ୟ ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories