www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଘଟଣା ଘଟାଇ ଗାଡି ଫେରାର; ୪ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣିଲେ ସାମ୍ବାଦିକ

ଫୁଲବାଣୀ: ଚାରିଛକ ଥାନା ଅନ୍ତର୍ଗତ ବଦଲା ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡି଼ ଫେରାର୍‍ ହୋଇଯାଇଥିବା ବେଳେ ଦୁଇ ଜଣ ସାମ୍ବାଦିକ ଗୁରୁତରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ପ୍ରକାରେ, ଫୁଲବାଣୀର ରଜତ କୁମାର ଭଂଜ(୪୨), ତାଙ୍କ ସ୍ତ୍ରୀ ଶୁଭଶ୍ରୀ ଭଂଜ ଓ ୫ ବର୍ଷର ପୁଅ ସୋନାଦିତ୍ୟକୁ ନେଇ ତାଙ୍କ ଶ୍ୱଶୁର ଘରୁ ଫୁଲବାଣୀ ଆଡକୁ ଏକ ବାଇକରେ ଆସୁଥିଲେ। ସକାଳ ପ୍ରାୟ ୮ଟା ସମୟରେ ଅପର ଦିଗରୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍‍ ହୋଇଯାଇଥିଲା। ଫଳରେ ତିନିଜଣ ବାଇକରୁ ଫୋପାଡି ହୋଇ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାରଟି ସେଠାରୁ ଚାଲିଯାଇଥିଲା। ଆହତମାନେ ରାସ୍ତାରେ ପଡି ଛଟପଟ ହେଉଥିବା ସମୟରେ ଭୁବନେଶ୍ୱରରୁ ଫେରୁଥିବା ବାଲିଗୁଡାର ସାମ୍ବାଦିକ ଫିଲିପ୍‍ସ ଦିଗାଲ ଓ ସୁଧାଂଶୁ ଶେଖର ମଲିକ ସେମାନଙ୍କୁ ଦେଖି ଅଟକିଥିଲେ। ସେଠାରୁ ପୁଲିସ ଏବଂ ମେଡିକାଲକୁ ଯୋଗାଯୋଗ କରିବା ପାଇଁ ସେମାନେ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇ ନଥିଲା। ଫଳରେ ସେମାନେ ତାଙ୍କୁ ନିଜ ସାଙ୍ଗରେ ଆଣି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଆହତମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଡାକ୍ତରଖାନା ସୂୂତ୍ରରୁ ପ୍ରକାଶ। ଦୁର୍ଘଟଣା ସ୍ଥଳରେ ଏକ ଗାଡିର ନମ୍ବର ପ୍ଲେଟ ପଡି ରହିଥିବା ଦେଖାଯାଇଛି। ଏଥିରେ ଓଆର ୦୧ ଟି ୭୯୧୫ ଲେଖା ରହିଛି। ଖବର ନେବାରେ ଏହା ଏକ ଇଣ୍ଡିଗୋ କାର ଏବଂ ବାଲେଶ୍ୱର ମୋତିଗଞ୍ଜ ଅଂଚଳର ମହେଶ ଚନ୍ଦ୍ର ନାୟକଙ୍କ ନାମରେ ଥିବା ନମ୍ବର ପ୍ଲେଟରୁ ଜଣାଯାଇଛି। ଏ ନେଇ ଆଡେନୀଗଡ ଥାନାରେ ରିପୋର୍ଟ ହୋଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ମାମଲା ଦାଏର ହୋଇ ନ ଥିବା ଜଣାପଡିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories