www.samajalive.in
Monday, December 8, 2025
14.1 C
Bhubaneswar

ପୁନଃରୁଦ୍ଧାର କମ, ଠକେଇ ବେଶୀ – ଅଭିଯୋଗ କଲା ବାଙ୍କୀ ବିଜେପି

ବାଙ୍କୀ : କଟକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରାମତି, ପୁନଃରୁଦ୍ଧାର ଓ ବହୁ ସରକାରୀ କୋଠାର ମରାମତି ଓ ଉନ୍ନତି କାର୍ଯ୍ୟରେ ବ୍ୟାପକ ଅର୍ଥ ହଡପ କରାଯାଇଥିବା ସମ୍ପର୍କରେ ବାଙ୍କୀ ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରେସମିଟ ବାଙ୍କୀର ପୂର୍ବତନ ବିଧାୟକ ପାର୍ଥୀ ତଥା ବିଜେପି ନେତା ସୁଭ୍ରାଂଶୁ ମୋହନ ପାଢୀ ପ୍ରକାଶ କରିଛନ୍ତି। ବୁଧବାର ଦିନ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ୍‌ରେ କୁହାଯାଇଛି।

ସୂଚନା ଅନୁଯାୟୀ ଗତ ୨୦ବର୍ଷ ମଧ୍ୟରେ ବାଙ୍କୀ ବ୍ଲକ ଅନ୍ତର୍ଗତ ପଶ୍ଚିମ ବାଙ୍କୀର ସମସ୍ତ ୧୩ଗୋଟି ପଞ୍ଚାୟତରେ ରାସ୍ତା ମରାମତି, ସରକାରୀ କୋଠା ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟ ନାମରେ କୋଟିକୋଟି ଟଙ୍କା ଅର୍ଥ ଖର୍ଚ୍ଚ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ରାସ୍ତା ଗୁଡିକର ଅବସ୍ଥା ସୁଧୁରିନାହିଁ। ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକରେ ସାଧାରଣ ଯାତ୍ରା ସମ୍ଭବ ହେଉନାହିଁ। ବାଙ୍କୀ ଠାରୁ କଳାପଥର ଭାୟା ବୈଦେଶ୍ୱର, ବାଙ୍କୀ ଠାରୁ କଳାପଥର ଭାୟା ବ୍ରହ୍ମପୁରା ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନଙ୍କ ମଧ୍ୟରେ ଆଧୁ ମେଣ୍ଟ କରି ଅର୍ଥ ହଡପ କରାଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

- Advertisement -

ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୩ଟି ଗ୍ରାମପଞ୍ଚାୟତରେ ଥିବା ଶିକ୍ଷା,ସ୍ୱାସ୍ଥ୍ୟ,ଭେଟନାରୀ,କୃଷି ବିଭାଗ,ରାଜସ୍ୱ ଓ ପାନୀୟଜଳ ଉନ୍ନତି ଉଦ୍ଦେଶ୍ୟରେ ବିନିଯୋଗ ହୋଇଥିବା ଏକରକମ ବାଟମାରଣା ହୋଇଥିବା ବିଜେପି ନେତା ଶ୍ରୀ ପାଢୀ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ଗୋପାଳପୁର ମଣ୍ଡଳର ସଭାପତି ବିପ୍ରବର ଲେଙ୍କା,ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ୱାଇଁ,ଡମପଡା ମଣ୍ଡଳ ସଭାପତି ବିନୋଦ କୁମାର ଦାସ,କଳାପଥର ମଣ୍ଡଳ ସଭାପତି ସୁଶାନ୍ତ କୁମାର ଭଟ୍ଟ,ବ୍ରହ୍ମପୁରା ମଣ୍ଡଳ ସଭାପତି ଦିଲ୍ଲିପ କୁମାର ଦାସ,ବରିଷ୍ଠ ବିଜେଡି କର୍ମୀ ଓକିଲ ଜଜାତି କେଶରୀ ପଟ୍ଟନାୟକ ଓ ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ କ୍ରମରେ ପଶ୍ଚିମ ବାଙ୍କୀରେ ପ୍ରାୟ ବିଭିନ୍ନ ରାସ୍ତାକୁ ମିଶାଇ ୮୫କିମି ରାସ୍ତା ଓ ୫୦ରୁ ଅଧିକ ସରକାରୀ ଗୃହ ମରାମତି ଓ ପୁନଃରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅର୍ଥ ହଡପ ହୋଇଥିବା କୁହାଯାଇ ବାଙ୍କୀର ବିକାଶ ପାଇଁ ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories