www.samajalive.in
Thursday, December 11, 2025
16.1 C
Bhubaneswar

୨୧ରେ ଚଳଚଞ୍ଚଳ ହେବ ରାଜଧାନୀ; ରାଜନୀତି ତିନି ଦଳର ତତ୍ପରତା, ଆଶାଠାରୁ ଅଧିକ ଆହ୍ୱାନ

ଭୁବନେଶ୍ୱର : ରାଜନୀତିର ଅନେକ ଛାପ ଛାଡ଼ି ଦେଇଯାଇଛି ୨୦୨୦। କରୋନା କଟକଣା ଓ ଆଶଙ୍କା ଭିତରେ ନେତା-ଜନତା ୯ମାସ ବିତାଇଛନ୍ତି। ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଥିବାବେଳେ ଏହାକୁ କେତେକ ପାଳନ କରିନଥିଲେ। ଏହାକୁ କେନ୍ଦ୍ର କରି ବାଦବିବାଦ ରାଜଧାନୀ ରାଜନୀତିକୁ ବେଶ୍‌ ସରଗରମ କରିଥିଲା। ସାଧାରଣ ଜନତା ରାହା ଖୋଜୁଥିବା ବେଳେ ନିଜ ଜୀବନ ସୁରକ୍ଷା ଓ କରୋନା କଟକଣା ଯୋଗୁଁ ନେତାଙ୍କ ମାର୍ଚ୍ଚରୁ ଜୁନ୍‌ ପର୍ଯ୍ୟନ୍ତ ୪ ମାସ ଦେଖା ନଥିଲା। ସରକାରଙ୍କ ମନମୁଖି ନୀତି ଓ ଦୁର୍ନୀତି ବିରୋଧରେ ବିରୋଧୀ ଦଳ ନେତାମାନେ ଆନ୍ଦୋଳନ କରି ସାମାଜିକ ଦୂରତ୍ୱ ଭଙ୍ଗ ଅଭିଯୋଗରେ ତଣ୍ଡ ଗଣିଥିଲେ। ଏଭଳିକି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମରେ ଏତଲା ଦିଆଯିବା ସହିତ ତାଙ୍କ ଅଫିସରେ ବିଏମ୍‌ସି ତାଲା ପକାଇଥିଲା।
ଭୁବନେଶ୍ବରରେ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳର ସଂଗଠନ ସୁଦୃଢ଼ ପାଇଁ ଏବେ ଲାଗିପଡ଼ିଛନ୍ତି। ୨୦୨୦ରେ ତିନୋଟି ବିଧାନସଭା କ୍ଷେତ୍ରରେ ରାଜନୈତିକ ଦଳ ନିଜ ସଂଗଠନ ସୃଦୃଢ଼ କରିବାକୁ ସାଂଗଠନିକ ନେତୃତ୍ୱରେ ପରିବର୍ତ୍ତନ କରିଛନ୍ତି। ଆଗାମୀ ୨୦୨୧ ବିଏମ୍‌ସି ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ତିନୋଟି ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କେଉଁ ୱାର୍ଡରେ କାହାକୁ ପ୍ରାର୍ଥୀ କଲେ ଦଳ ସଫଳତା ପାଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଛି। ୱାର୍ଡରେ ଆଶାୟୀ ପ୍ରାର୍ଥୀ କିଏ ମାସ୍କ ବାଣ୍ଟିଛି ତ ଆଉ କିଏ ମାଗଣା ଭୋଜନ ଦେଇ ସାଧାରଣ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିଛି।
ଭୁବନେଶ୍ୱରର ତିନୋଟି ବିଧାନସଭା ଭିତରୁ ମଧ୍ୟମ ଓ ଉତ୍ତରରେ ଦୁଇ ଜଣ ନୂଆ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏକାମ୍ରରେ ତିନିଥର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା ବିଧାୟକ ନିର୍ବାଚିତ ହୋଇଛନ୍ତି। ମଧ୍ୟମ ବିଧାନସଭା ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ବିଧାୟକ ଭାବେ ସଂଗଠନ ସୁଦୃଢ଼ ପାଇଁ ପ୍ରୟାସ ଚଳାଇଛନ୍ତି। ଉତ୍ତର ବିଧାନସଭା ଆସନରେ ରାଜନୀତିରେ ନବାଗତ ଭାବେ ପାଦ ଦେଇଥିବା ସୁଶାନ୍ତ ରାଉତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଜେଡି ଭୁବନେଶ୍ୱର ଜିଲା ସଭାପତି ଦାୟିତ୍ୱରେ ଅଛନ୍ତି। ୨୦୨୧ ବିଏମ୍‌ସି ନିର୍ବାଚନରେ ଦଳର ସଫଳତା ତାଙ୍କ ପାଇଁ ବଡ଼ ଆହ୍ବାନ। ସେହିଭଳି ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତା ବିଜେଡିର ଚିନ୍ତା ବଢ଼ାଇଛି। ତେବେ ନିଜ ଦଳରେ ତାଙ୍କ ଲୋକପ୍ରିୟତାକୁ ରୋକିବା ପାଇଁ ବିଜେପିର କିଛି ନେତାଙ୍କ ଇଙ୍ଗିତରେ ଭରତପୁର ପଦଯାତ୍ରାରେ ବିରୋଧାଭାସ ଦେଖିବାକୁ ମିଳିଥିବାବେଳେ ଏହା ଦଳ ଭିତରେ ଥିବା ବିବାଦ ପଦାକୁ ଆଣିଛି।
ବିଜେପିର ଭୁବନେଶ୍ୱର ଜିଲା ସଭାପତି ଦାୟିତ୍ୱ ବାବୁ ସିଂଙ୍କୁ ଦିଆଯିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଦଳର ଯୁବନେତା ଜଗନ୍ନାଥ ପ୍ରଧାନ ଇସ୍ତଫା ଦେଇଥିଲେ। ସାଂସଦ ଅପରାଜିତା ଓ ଅନ୍ୟ କେତେକ ବରିଷ୍ଠ ନେତାଙ୍କ ବୁଝାସୁଝା ପରେ ଜଗନ୍ନାଥ ଇସ୍ତଫା ପ୍ରତ୍ୟାହାର କରିଥିଲେ। ବିଜେପିର କର୍ମକର୍ତ୍ତା ଅପେକ୍ଷା ଅପରାଜିତା ସିଧାସଳଖ ଲୋକସମ୍ପର୍କ ଅଭିଯାନ ଆରମ୍ଭ କରି ସଂଗଠନର ମଙ୍ଗ ଧରିଛନ୍ତି।
ବିଏମ୍‌ସିର ବିଭିନ୍ନ ୱାର୍ଡରେ ପଦଯାତ୍ରା କରି ସାଧାରଣ ଲୋକଙ୍କ ବିଶ୍ୱାସ ଜିତିବାକୁ ସାଂସଦ ପ୍ରୟାସ ଜାରି ରଖିଛନ୍ତି। ସେହିପରି ପୂର୍ବରୁ ଭୁବନେଶ୍ୱର ଜିଲା ସଭାପତି ଥିବା ମାନସ ଚୌଧୁରୀ କଟକ ଜିଲା ସଭାପତି ଦାୟିତ୍ୱ ନେଲା ପରେ ଏବେ ବିଶ୍ୱଜିତ ଦାସଙ୍କ ଉପରେ ସଂଗଠନର ଭାର ନ୍ୟସ୍ତ କରାଯାଇଛି। ଭୁବନେଶ୍ୱର ଜିଲା କଂଗ୍ରେସ ଦାୟିତ୍ବ ବିଶ୍ୱଜିତ ନେଲାପରେ ବିଜେଡି ଓ ବିଜେପି ବିରୋଧରେ ଆନ୍ଦୋଳନ କରି ଦଳ ପତିଆରା ବଢ଼ାଇବାକୁ ଉଦ୍ୟମ କରିଛି। ପ୍ରସଙ୍ଗଭିତ୍ତିକ ସମସ୍ୟା ଉଠାଇ କଂଗ୍ରେସ ଶାସକ ବିଜେଡି ବିରୋଧରେ ସଂଗ୍ରାମ ଆରମ୍ଭ କରିଛି। ୨୦୨୦ ଭୁବନେଶ୍ୱରର ତିନୋଟି ବିଧାନସଭା କ୍ଷେତ୍ରରେ ରାଜନୈତିକ ଦଳ ପାଇଁ ଯେତିକି ଆହ୍ୱାନ, ସେତିକି ସଂଘର୍ଷପୂର୍ଣ୍ଣ ରହିଥିଲା। ନୂଆବର୍ଷ ୨୦୨୧ ତିନୋଟି ଦଳ ପାଇଁ ଅନେକ ଆଶା ନେଇ ଆସିବ ବୋଲି ନେତାଙ୍କ ବିଶ୍ୱାସ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories