www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିଜୟୀ

ଡାମ୍ବୁଲା : ବୁଧବାର ଏଠାରେ ଖେଳା ଯାଇଥିବା ୨ୟ ଦିନିକିଆ ମ୍ୟାଚ୍‍ରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପ୍‍ନରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଘରୋଇ ଶ୍ରୀଲଙ୍କାକୁ ୪ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ନିରୋଶନ ଡିକ୍‍ୱେଲା ଓ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‍ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୮ ୱିକେଟରେ ୨୪୪ ରନ୍‍ କରିଥିଲା। ପରେ କ୍ୱିଣ୍ଟନ୍‍ ଡି କକ୍‍ଙ୍କ ୮୭ ରନ୍‍ ବଳରେ ୪୨.୫ ଓଭରରେ ୬ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ୨-୦ରେ ଆଗୁଆ ହୋଇଛି। ୫ରେ ୩ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ।
ଶ୍ରୀଲଙ୍କା ଟସ୍‍ ଜିିତି ବ୍ୟାଟିଂ କରିଥିଲା। ମାତ୍ର ୫୬ ରନ୍‍ରେ ଶ୍ରୀଲଙ୍କା ୩ଟି ୱିକେଟ ହରାଇଥିଲା। ଉପୁଲ ତରଙ୍ଗା ୯, କୁଶଳ ମେଣ୍ଡିସ୍‍ ୦ ଓ କୁଶଲ ପରେରା ୧୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ପରେ ନିରୋଶନ ଡିକ୍‍ୱେଲା ଓ ଆଞ୍ଜେଲୋ ମାଥ୍ୟୁସ୍‍ ୪ର୍ଥ ୱିକେଟ ପାଇଁ ୬୭ ରନ୍‍ ଯୋଡ଼ିଥିଲେ। ଓପ୍‍ନର ଡିକ୍‍ୱେଲା ୭୮ ବଲ୍‍ରୁ ୧୦ଟି ଚୌକା ସହ ୬୯ ରନ୍‍ କରିଥିଲେ। ସେହାନ୍‍ ଜୟସୂରିୟା ୧୮ ଓ ତିସାରା ପରେରା ୧୯ ରନ୍‍ କରିଥିଲେ। ଇନିଂସର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଆଞ୍ଜେଲୋ ମାଥ୍ୟୁସ୍‍ ୧୧୧ ବଲ୍‍ରୁ ୬ଟି ଚୌକା ସହ ୭୯ ରନ୍‍ କରିଥିଲେ। ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନ୍‍ଗିଡ଼ି ଓ ଆନ୍ଦିଲେ ଫେଲୁକ୍ୱାୟୋ ୩ଟି ଲେଖାଏଁ ୱିକେଟ ପାଇଥିଲେ। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୫ ରନ୍‍ର ଲକ୍ଷ୍ୟ ଥିବା ବେଳେ ଏହାର ଓପ୍‍ନିଂ ଯୋଡ଼ି ୧୪ ଓଭରରେ ୯୧ ରନ୍‍କରି ଦଳର ବିଜୟପଥ ସୁଗମ କରିଥିଲେ। ହାସିମ୍‍ ଆମ୍‍ଲା ୪୩ ବଲ୍‍ରୁ ୬ଟି ଚୌକା ସହ ୪୩ ରନ୍‍ କରିଥିବା ବେଳେ କ୍ୱିଣନ୍‍ ଡି କକ୍‍ ୭୮ ବଲ୍‍ରୁ ଗୋଟିଏ ଛକା ଓ ୧୩ଟି ଚୌକା ସହ ୮୭ ରନ୍‍ କରିଥିଲେ। ଐଡେନ୍‍ ମାର୍କରାମ ୩ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟକ ଫାଫ୍‍ ଡୁ ପ୍ଲେସି ଆକ୍ରମଣାତ୍ମକ ବ୍ୟାଟିଂକରି ୪୧ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୯ ରନ୍‍ କରିଥିଲେ। ଡେଭିଡ୍‍ ମିଲର ୩ ରନ୍‍ କରି ପାରିଥିଲେ। ଜେପି ଡ୍ୟୁମିନି ୩୪ ରନ୍‍ କରିଥିଲେ। ୱିଲେମ୍‍ ମୌଲ୍‍ଡର ୧୯ ରନ୍‍ରେ ଅପରାଜିତ ଥିଲେ। ଧନଞ୍ଜୟ ୩ଟି ୱିକେଟ ପାଇଥିଲେ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories