www.samajalive.in
Sunday, December 14, 2025
14.1 C
Bhubaneswar

ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ଦୁର୍ନୀତି, କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରାଉ ଚେତାବନୀ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ସ୍ୱଚ୍ଛ ଭାରତ ଯୋଜନାରେ ତିଆରି କରାଯାଇଥିବା ଶୌଚାଳୟ ନିର୍ମାଣ ଦୁର୍ନୀତିକୁ ନେଇ ପୁଣି ସ୍ୱର ଉଠାଇଲା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳ। ଦୋଷୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ ଆଜି ନବରଙ୍ଗପୁର ସ୍ଥିତ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା ପ୍ରଶାସନ ଉପରେ ବର୍ଷିଛନ୍ତି ପ୍ରଦୀପ ମାଝୀ।
ଗତ ମାସ (ନଭେମ୍ବର ) ୨୪ ତାରିଖରେ ନବରଙ୍ଗପୁର ଜିଲାର ଝରୀଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣକୁ ନେଇ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜିଲା କଂଗ୍ରେସ ପକ୍ଷରୁ ସମ୍ପୃକ୍ତ ବିଡ଼ିଓଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ ଦାବି କରିଥିଲା। ଝରୀଗାଁ ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧରୁଆଙ୍କ ବିରୋଧରେ ପାଞ୍ଚ କୋଟିରୁ ଊର୍ଦ୍ଧ ଟଙ୍କା ଶୌଚାଳୟ ନିର୍ମାଣ ବାବଦରେ ଲାଞ୍ଚ ନେଇଥିବା ଅଭିଯୋଗ ଆଣି ତାଙ୍କୁ ଗିରଫ ଦାବି କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୁଲିସ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଆଜି ସେହି ପରିପ୍ରେକ୍ଷୀରେ ଶୌଚାଳୟ ନିର୍ମାଣକୁ ନେଇ ଜିଲାର ୧୦ଟି ବ୍ଲକରେ ସମ୍ପୃକ୍ତ ଅଧିକାରୀ ମାନେ ପ୍ରାୟ ୨୦୦ କୋଟିରୁ ଊର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସତ୍ୟାସତ୍ୟ ତଥ୍ୟ ଜାଣିବା ପାଇଁ ପ୍ରଦୀପ ମାଝୀ ଏବଂ ଉତ୍ତମ ତ୍ରିପାଠୀଙ୍କ ନାମରେ ଆର୍‌ଟିଆଇ ମାଗିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ବାହାନା କରି ତଥ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି। ବିଗତ ଦିନରେ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟର ସମସ୍ତ ସ୍ବଚ୍ଛ ଭାରତ ମିଶନ ଯୋଜନାରେ ହେବାକୁ ଥିବା ଲାଟ୍ରିନ ସାରିବାକୁ ନିର୍ଦେଶ ଦେଇଥିଲେ, ଏହାର ସୁଯୋଗ ନେଇ ଶୌଚାଳୟ ଗୁଡିକ ସମ୍ପୂର୍ଣ ଦର୍ଶାଇ ଟଙ୍କାକୁ ସିଧାସଳଖ ଅଧିକାରୀମାନେ ଆତ୍ମସାତ କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଜିଲା ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ଲକ୍ଷ ୬୯ହଜାର ୮୬୨ ଟି ପାଇଖାନା ତିଆରି ହୋଇଥିବା ସରକାରୀ ତଥ୍ୟ ରହିଥିବା ବେଳେ ଦେଢ଼ ଲକ୍ଷ ପାଇଖାନା ତିଆରି ହୋଇନଥିବା ବେଳେ କେବଳ କାଗଜକଲମରେ ହିଁ ପାଇଖାନା ତିଆରି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ଯଦି ସରକାର ଜିଲ୍ଲା ମଧ୍ୟରେ ହୋଇଥିବା ଦୁର୍ନୀତି କୁ ଧ୍ୟାନ ନଦେଇ ଦୋଷୀ ଅଫିସର ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ କଂଗ୍ରେସ ଆଗାମୀ ଦିନରେ ହାଇକୋର୍ଟ ଯାଇ ଜନସ୍ୱାର୍ଥ ମାମଲା ଦାୟର କରିବ ବୋଲି ପ୍ରଦୀପ ଚେତାବନୀ ଦେଇଛନ୍ତି। ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ଆଗାମୀ ଦିନରେ ଜିଲା କଂଗ୍ରେସ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ସୁବାଷ ଚନ୍ଦ୍ର ସୁର, ଜିଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତରା, ଦିଲୀପ କୁମାର ବେହେରା, ଦ୍ୱାରିକା ନାଥ ମହାପାତ୍ର, ଭୀମ ହରିଜନ, ସୁମିତ ପୂଜାରୀ, କୁନା ପାଢ଼ୀ, ପ୍ରଦୀପ ସାହୁ ଏବଂ ବୃନ୍ଦା ତ୍ରିପାଠୀ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories