www.samajalive.in
Thursday, December 11, 2025
13.1 C
Bhubaneswar

ଅଗ୍ନିପରୀକ୍ଷା ସମ୍ମୁଖୀନ ହେବାକୁ ରାହାଣେ ପ୍ରସ୍ତୁତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶନିବାରରୁ ଖେଳାଯିବାକୁ ଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଭାରତୀୟ ଦଳର ନେତୃତ୍ବ ନେଉଥିବା ଅଜିଙ୍କ୍ୟ ରାହାଣେଙ୍କ ନିମନ୍ତେ ଅଗ୍ନିପରୀକ୍ଷା। ପ୍ରଥମ ଟେଷ୍ଟରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ସେହିପରି ଦଳର ଅଧିନାୟକ କୋହଲି ବ୍ୟକ୍ତିଗତ କାରଣ ନିମନ୍ତେ ସ୍ବଦେଶ ଫେରିଥିବାରୁ ବକ୍ସିଂ ଡେ’ ଟେଷ୍ଟ ସହ ବାକି ଟେଷ୍ଟରେ ରାହାଣେ କିପରି ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଇତିମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେବାକୁ ସେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ମତ ଦେଇଛନ୍ତି ରାହାଣେ। ଅଷ୍ଟ୍ରେଲିଆ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ୍‌ ଲାଙ୍ଗର୍‌ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କହିଥିଲେ ଭାରତୀୟ ଦଳ ଉପରେ ଚାପ ପକାଇ ଦ୍ବିତୀୟ ଟେ​‌ଷ୍ଟ ଜିତିବାକୁ ସେ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ପ୍ରତିକ୍ରିୟାରେ ରାହାଣେ କହିଥିଲେ ଅଷ୍ଟ୍ରେଲିଅା ଦଳର ପ୍ରଶିକ୍ଷକ, ଅଧିନାୟକ ଯାହା କହିବା କଥା କୁହନ୍ତୁ, ତାହାକୁ ନେଇ ସେ ଆଦୌ ବିଚଳିତ ନୁହନ୍ତି। ଭାରତୀୟ ଦଳକୁ କିପରି ଉପଯୁକ୍ତ ଭା​‌େ​‌ବ ପରିଚାଳନା କରି ବକ୍ସିଂ ଡେ’ ଟେଷ୍ଟରେ ବିଜୟୀ କରାଇପାରିବେ ସେଥିପ୍ରତି ସେ ଧ୍ୟାନ ରଖିଛନ୍ତି। ତେଣୁ ସେ ଆଦୌ ଚାପରେ ନାହାନ୍ତି। ଭାରତୀୟ ଦଳର ନେତୃତ୍ବ ନେବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି ଏବଂ ଏହି ଗୁରୁଦାୟିତ୍ବକୁ ସଠିକ୍‌ ଭାବେ ତୁଲାଇବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଯିବା ପୂର୍ବରୁ କୋହଲି ସାଥୀ ଖେଳାଳିଙ୍କ ସହ ଆଲୋଚନା କରି ସମସ୍ତଙ୍କ ମନୋବଳ ବଢ଼ାଇଛନ୍ତି ଏବଂ ବକ୍ସିଂ ଡେ’ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେଇଛନ୍ତି ବୋଲି ରାହାଣେ ସୂଚନା ଦେବା ସହ ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଖେଳାଳିମାନେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories